ଆସନ୍ତାକାଲି ଆରମ୍ଭ ହେବ କଟକ ଐତିହାସିକ ବାଲିଯାତ୍ରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାର୍ତ୍ତିକ ପୂର୍ଣ୍ଣିମାଠାରୁ କଟକରେ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା। ଲୋକାରଣ୍ୟ ହୋଇ ଉଠିବ ମହାନଦୀ ପଠା। ଏଥିପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ପହଞ୍ଚିଛି। ଅସ୍ଥାୟୀ ଦୋକାନ ବଜାରରେ ଟେଣ୍ଟ ଭିଡା ସରିଥିବା ବେଳେ ଅପେକ୍ଷା କେବଳ ଉଦଘାଟନକୁ। ଚଳିତବର୍ଷ ୪୪ ଏକର ଜମିରେ ୧୪୦୦ରୁ ଅଧିକ ଷ୍ଟଲ ଖୋଲାଯାଇଛି।  ଏନ୍‌ଜିଟିର କଟକଣାକୁ କଡାକଡି ପାଳନ କରିବା ସହ ନଦୀର ୫୦ ମିଟର ଦୂରରେ ଷ୍ଟଲ ଖୋଲାଯାଇଛି। ସେପଟେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଗଣକବି ବୈଷ୍ଣବପାଣି […]

balijatra

Rakesh Mallick
  • Published: Friday, 03 November 2017
  • , Updated: 04 November 2017, 09:03 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାର୍ତ୍ତିକ ପୂର୍ଣ୍ଣିମାଠାରୁ କଟକରେ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା। ଲୋକାରଣ୍ୟ ହୋଇ ଉଠିବ ମହାନଦୀ ପଠା। ଏଥିପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ପହଞ୍ଚିଛି। ଅସ୍ଥାୟୀ ଦୋକାନ ବଜାରରେ ଟେଣ୍ଟ ଭିଡା ସରିଥିବା ବେଳେ ଅପେକ୍ଷା କେବଳ ଉଦଘାଟନକୁ। ଚଳିତବର୍ଷ ୪୪ ଏକର ଜମିରେ ୧୪୦୦ରୁ ଅଧିକ ଷ୍ଟଲ ଖୋଲାଯାଇଛି।  ଏନ୍‌ଜିଟିର କଟକଣାକୁ କଡାକଡି ପାଳନ କରିବା ସହ ନଦୀର ୫୦ ମିଟର ଦୂରରେ ଷ୍ଟଲ ଖୋଲାଯାଇଛି। ସେପଟେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଗଣକବି ବୈଷ୍ଣବପାଣି ମଞ୍ଚ ମଧ୍ୟ ସଜେଇ ହେଉଛି।

ଶନିବାର ବାଲିଯାତ୍ରାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା। ଏହି ସମୟରେ କଟକ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ଉପସ୍ଥିତ ରହିବେ। ସୁରକ୍ଷା ଦୃଷ୍ଟିରୁ ବାଲିଯାତ୍ରାରେ ୫୦ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ। ଏହାସହ ସ୍ପେଶାଲ ଟାକଟିକାଲ ୟୁନିଟ ମଧ୍ୟ  ରହିବେ। ଅନ୍ୟପଟେ ବେଆଇନ ପାର୍କିଂ ଦ୍ୱାରା ଲୋକଙ୍କଠାରୁ ଅଧିକ ଟଙ୍କା ଆଦାୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି।

Related story