କଟକ-ଭୁବନେଶ୍ୱରରେ ଦୋକାନୀଙ୍କ ପାଇଁ ଜାରି ହେଲା ଗାଇଡ୍‌ଲାଇନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ-ଭୁବନେଶ୍ୱରରେ କେତେ ବେଳେ ଖୋଲିବ ଦୋକାନ? ଏଥିପାଇଁ ଗାଇଡ୍‌ଲାଇନ୍‌ ଜାରି କଲେ ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ। ଏହାକୁ ଅବମାନନା କଲେ ଉଭୟ ଦୋକାନୀ ଓ ଗ୍ରାହକଙ୍କୁ ଜୋରିମାନା ଦେବାକୁ ପଡ଼ିବ। ନୂଆ ନିୟମ ଅନୁସାରେ ଦୋକାନରେ ସାମାଜିକ ଦୂରତ୍ୱ କଡ଼ାକଡ଼ି ଭାବେ ପାଳନ କରାଯିବ। ଦୋକାନରେ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଦୂରତ୍ୱ ସର୍ବନିମ୍ନ ୬ ଫୁଟ ରହିବ। ଦୋକାନୀମାନେ ସାମାଜିକ ଦୂରତ୍ୱ ରଖିବାକୁ ପଦକ୍ଷେପ ନେବେ। କେବଳ ଅନୁମତିପ୍ରାପ୍ତ ଦୋକାନ […]

bbsr

Manoranjan Sial
  • Published: Thursday, 30 April 2020
  • , Updated: 30 April 2020, 06:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ-ଭୁବନେଶ୍ୱରରେ କେତେ ବେଳେ ଖୋଲିବ ଦୋକାନ? ଏଥିପାଇଁ ଗାଇଡ୍‌ଲାଇନ୍‌ ଜାରି କଲେ ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ। ଏହାକୁ ଅବମାନନା କଲେ ଉଭୟ ଦୋକାନୀ ଓ ଗ୍ରାହକଙ୍କୁ ଜୋରିମାନା ଦେବାକୁ ପଡ଼ିବ।

ନୂଆ ନିୟମ ଅନୁସାରେ ଦୋକାନରେ ସାମାଜିକ ଦୂରତ୍ୱ କଡ଼ାକଡ଼ି ଭାବେ ପାଳନ କରାଯିବ। ଦୋକାନରେ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଦୂରତ୍ୱ ସର୍ବନିମ୍ନ ୬ ଫୁଟ ରହିବ। ଦୋକାନୀମାନେ ସାମାଜିକ ଦୂରତ୍ୱ ରଖିବାକୁ ପଦକ୍ଷେପ ନେବେ। କେବଳ ଅନୁମତିପ୍ରାପ୍ତ ଦୋକାନ ଖୋଲିବ। ଏଥିପାଇଁ ସମୟ ନିର୍ଘଣ୍ଟ କଡ଼ାକଡ଼ି ହେବ।

https://twitter.com/cpbbsrctc/status/1255824455860813824?s=20
ସେହିପରି ଗ୍ରାହକମାନେ ସାମାଜିକ ଦୂରତ୍ୱ ନରଖିଲେ ଦୋକାନୀଙ୍କ ଭଳି ଦଣ୍ଡିତ ହେବେ। ଗ୍ରାହକ ଯଦି ସାମାଜିକ ଦୂରତ୍ୱ ନମାନନ୍ତି, ତାହାହେଲେ ୧୦୦କୁ ଜଣାଇବେ ଦୋକାନୀ। ଦୋକାନୀ ନିୟମ ଭଙ୍ଗ ନଜଣାଇଲେ ସମାନ ଭାବେ ଦାୟୀ ରହିବେ। ସବୁ ଦୋକାନୀ ଓ କର୍ମଚାରୀ ମାସ୍କ ପିନ୍ଧିବେ। ସାନିଟାଇଜର ରଖିବେ। ମାସ୍କ ପିନ୍ଧି ନଥିବା କୌଣସି ଗ୍ରାହକଙ୍କୁ ଦୋକାନ ଭିତରକୁ ଛାଡ଼ିବେନି। କେହି ପାନ ଓ ଗୁଟଖା ପାଟିରେ ରଖି ବାହାରକୁ ଯିବେନି। ଛେପ ପକାଇବେନି। ନିୟମ ଖିଲାପ କଲେ ଦୋକାନୀ ଓ ଗ୍ରାହକଙ୍କୁ ୫୦୦ ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ। ମେ ୧ରୁ ଅଧିନିୟମ କାର୍ଯ୍ୟକାରୀ, ୬୦ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି।

Related story