କଟକ ଓ ଜଗତସିଂହପୁରରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଓ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇ କଟକ ନିଆଳି ପଡ଼ିଆରେ ଓହ୍ଲାଇଥିଲେ। ପରେ ସେ କୁଶୁନପୁର-ଗୋପାଳପୁର ଗ୍ରାମ୍ୟ ପାଇପ ଜଳଯୋଗାଣ ପ୍ରକଳ୍ପ, ଜଲାରପୁର-ପୋଦନା ଓ ପାଟସୁନ୍ଦରପୁର-ବଡ଼ମୂଳେଇ ରାସ୍ତାର ଉନ୍ନତିକରଣ ନିମନ୍ତେ ଭିତ୍ତିପ୍ରସ୍ତର ଓ କଟକ ସଦର ବ୍ଲକ ବାଲୁଙ୍କେଶ୍ୱର ହାଇସ୍କୁଲ ଦେଉଳି ପଡ଼ିଆରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ସାଲେପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। […]

cm

Rakesh Mallick
  • Published: Saturday, 22 October 2016
  • , Updated: 22 October 2016, 06:13 PM IST

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଓ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇ କଟକ ନିଆଳି ପଡ଼ିଆରେ ଓହ୍ଲାଇଥିଲେ। ପରେ ସେ କୁଶୁନପୁର-ଗୋପାଳପୁର ଗ୍ରାମ୍ୟ ପାଇପ ଜଳଯୋଗାଣ ପ୍ରକଳ୍ପ, ଜଲାରପୁର-ପୋଦନା ଓ ପାଟସୁନ୍ଦରପୁର-ବଡ଼ମୂଳେଇ ରାସ୍ତାର ଉନ୍ନତିକରଣ ନିମନ୍ତେ ଭିତ୍ତିପ୍ରସ୍ତର ଓ କଟକ ସଦର ବ୍ଲକ ବାଲୁଙ୍କେଶ୍ୱର ହାଇସ୍କୁଲ ଦେଉଳି ପଡ଼ିଆରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଥିଲେ।

ସେହିପରି ମୁଖ୍ୟମନ୍ତ୍ରୀ ସାଲେପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେଠାରେ ସେ ୧୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ୩୦ଟି ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଏସ୍‌ଏଚ୍‌ଜି ଓ ଦିବ୍ୟାଙ୍ଗମାନଙ୍କୁ ସହାୟତା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାଂସଦ ବୈଜୟନ୍ତ ପଣ୍ଡା, ବିଧାୟକ ପ୍ରତାପ ଜେନା, ପ୍ରକାଶ ବେହେରା ଓ ପ୍ରଭାତ ବିଶ୍ୱାଳ ଯୋଗ ଦେଇଥିଲେ।

 ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଟକରେ ୨୦ଜଣ ବିଜେପି କର୍ମୀଙ୍କୁ ପୋଲିସ୍‌ ଅଟକ ରଖିଥିଲା।

 ସାଲେପୁରରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ବିଜେପି କର୍ମୀମାନେ କଳାପତାକା ଧରି ରାଲିରେ ବାହାରିଥିବା ବେଳେ ଶତାଧିକ କର୍ମୀଙ୍କୁ ପୋଲିସ୍‌  ଅଟକ ରଖିଥିଲା।

Related story