ଜିଲ୍ଲାପାଳ ଥିଲାବେଳେ ଏମିତି ପ୍ରିୟାପ୍ରୀତି କରିଥିଲେ ପାଣ୍ଡିଆନ?  

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ବିବାଦରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ। ‘ମଧ୍ୟାହ୍ନ ଭୋଜନ’ ଓ ‘ଆହାର’କୁ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ହୋଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରାଯାଇଛି। ମାମଲାରେ ପାଣ୍ଡିଆନଙ୍କୁ ପକ୍ଷଭୁକ୍ତ କରାଯାଇଛି। ପାଣ୍ଡିଆନଙ୍କ ସହ ଅନ୍ୟ ୧୦ ଜଣଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ଥିବା ବେଳେ ପାଣ୍ଡିଆନ ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଛି। ନିଜର ଜଣେ ନିକଟ ସଂପର୍କୀୟଙ୍କ […]

pandian1

Rakesh Mallick
  • Published: Tuesday, 03 April 2018
  • , Updated: 03 April 2018, 03:19 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ବିବାଦରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ। ‘ମଧ୍ୟାହ୍ନ ଭୋଜନ’ ଓ ‘ଆହାର’କୁ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ହୋଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରାଯାଇଛି। ମାମଲାରେ ପାଣ୍ଡିଆନଙ୍କୁ ପକ୍ଷଭୁକ୍ତ କରାଯାଇଛି। ପାଣ୍ଡିଆନଙ୍କ ସହ ଅନ୍ୟ ୧୦ ଜଣଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି।

ଗଞ୍ଜାମ ଜିଲ୍ଲାପାଳ ଥିବା ବେଳେ ପାଣ୍ଡିଆନ ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଛି। ନିଜର ଜଣେ ନିକଟ ସଂପର୍କୀୟଙ୍କ ସଂସ୍ଥାକୁ ସେ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଛି। ୧୭ଟି ଜିଲ୍ଲାରେ ଆହାର ଓ ୩ଟି ଜିଲ୍ଲାରେ ଏମ୍‌ଡିଏମ୍ ଯୋଗାଣ ଦାୟିତ୍ୱ ନେଇଛି ‘ମାନା ଟ୍ରଷ୍ଟ’ ନାମକ ଏକ ସଂସ୍ଥା। ବିନା ଟେଣ୍ଡରରେ ଏହି ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିବା ଅଭିଯୋଗ ହୋଇଛି। ସଂସ୍ଥାର ମୁଖ୍ୟ ପାଣ୍ଡିଆନଙ୍କ ନିକଟ ସଂପର୍କୀୟ ବୋଲି ଅଭିଯୋଗ ହୋଇଛି। ମାମଲାର ସିବିଆଇ ତଦନ୍ତ ଦାବିରେ ଏହି ଜନସ୍ୱାର୍ଥ ମାମଲା ଦାଏର ହୋଇଛି।

 

Related story