କଟକର ସ୍ୱତନ୍ତ୍ର ଏସସିଏସଟି ଅଦାଲତରେ ହାଜର ହେଲେ ସାରଥି

କଟକ: ସାରଥି ଓରଫ ସନ୍ତୋଷ ରାଉଳଙ୍କୁ ଆଜି କଟକର ସ୍ୱତନ୍ତ୍ର ଏସସିଏସଟି ଅଦାଲତରେ ହାଜର କରାଯାଇଥିଲା। କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ପକ୍ଷରୁ ଦାୟର ଏତଲା ନମ୍ବର ୧୭/୨୦୧୫ ଆଧାରରେ ତାଙ୍କୁ ହାଜର କରାଯାଇଥିଲା। ମାମଲାର ସହ ଅଭିଯୁକ୍ତ ସନ୍ତୋଷ ଗୋଚ୍ଛାୟତଙ୍କୁ ମଧ୍ୟ କୋର୍ଟରେ  ହାଜର ହୋଇଥିଲେ। କିନ୍ତୁ ସାରଥିଙ୍କ ପାଳିତ ପୁତ୍ର ସତ୍ୟମ ରାଉଳ ଓ ୩ ଜଣ ଅଭିଯୁକ୍ତ  କୋର୍ଟରେ ହାଜର ହୋଇ ନ ଥିଲେ। ଜଣେ ଆଇନଜୀବୀ କହିଛନ୍ତି,“ସାରଥିଙ୍କ ଏହି ମାମଲାକୁ ଏସସିଏସଟି ଅଦାଲତରେ ବିଚାର […]

sarathi

Rakesh Mallick
  • Published: Saturday, 19 March 2016
  • , Updated: 19 March 2016, 08:42 AM IST

କଟକ: ସାରଥି ଓରଫ ସନ୍ତୋଷ ରାଉଳଙ୍କୁ ଆଜି କଟକର ସ୍ୱତନ୍ତ୍ର ଏସସିଏସଟି ଅଦାଲତରେ ହାଜର କରାଯାଇଥିଲା। କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ପକ୍ଷରୁ ଦାୟର ଏତଲା ନମ୍ବର ୧୭/୨୦୧୫ ଆଧାରରେ ତାଙ୍କୁ ହାଜର କରାଯାଇଥିଲା। ମାମଲାର ସହ ଅଭିଯୁକ୍ତ ସନ୍ତୋଷ ଗୋଚ୍ଛାୟତଙ୍କୁ ମଧ୍ୟ କୋର୍ଟରେ  ହାଜର ହୋଇଥିଲେ। କିନ୍ତୁ ସାରଥିଙ୍କ ପାଳିତ ପୁତ୍ର ସତ୍ୟମ ରାଉଳ ଓ ୩ ଜଣ ଅଭିଯୁକ୍ତ  କୋର୍ଟରେ ହାଜର ହୋଇ ନ ଥିଲେ।

ଜଣେ ଆଇନଜୀବୀ କହିଛନ୍ତି,“ସାରଥିଙ୍କ ଏହି ମାମଲାକୁ ଏସସିଏସଟି ଅଦାଲତରେ ବିଚାର କରିବା ପାଇଁ ଏସଡିଜେଏମ କୋର୍ଟ କମିଟମେଣ୍ଟ କରିଥିଲେ। ସାରଥି ଓରଫ ସନ୍ତୋଷ ରାଉଳ ଓ ମାମଲାର ସହ ଅଭିଯୁକ୍ତ ସନ୍ତୋଷ ଗୋଚ୍ଛାୟତ ଆଜି କୋର୍ଟରେ ହାଜର ହୋଇଥିଲେ। ଆଉ ୪ ଜଣ ଅଭିଯୁକ୍ତ କୋର୍ଟ ହାଜର ହୋଇ ନ ଥିଲେ। ଏପ୍ରିଲ ୨ ତାରିଖରେ ପୁର୍ନବାର ସମସ୍ତ ଅଭିଯୁକ୍ତଙ୍କୁ ହାଜର ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତେ କୋର୍ଟରେ ହାଜର ହେବା ପରେ ଚାର୍ଯ ଫ୍ରେମ କରାଯିବ ତାହାପରେ ବିଚାର ପ୍ରକ୍ରିୟା ଆରମ୍ଭ ହେବ।”

Related story