କଟକ: ଘରୋଇ ଟିଭି ଚ୍ୟାନେଲ୍ ସମ୍ପାଦକଙ୍କୁ ଗିରଫ ଦାବିରେ ରୋମାନିଆ ନାଗରିକ ଭେଟିଲେ ଡିଜିଙ୍କୁ

କଟକ: ଜି କଳିଙ୍ଗର ସମ୍ପାଦକ ସତ୍ୟ ପ୍ରକାଶଙ୍କ ଗିରଫ ଦାବିରେ ରୋମାନିଆର ନାଗରିକ ଏଲେନା ମୁରାସେନ ପୋଲିସ ଡିଜି ସଂଜୀବ ମାରିକଙ୍କୁ ଭେଟିଛନ୍ତି। ଏଲେନା ଡିଜିଙ୍କ ନିକଟରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ସୂଚନାଯୋଗ୍ୟ, ସେପ୍ଟେମ୍ୱର ୩ ତାରିଖ ଦିନ ଚଣ୍ଡିଖୋଲର ମିଡ୍ ଇଷ୍ଟ ହୋଟେଲରେ କିଛି ଲୋକ ଏଲେନାଙ୍କୁ ଅପମାନତି ଓ ହଇରାଣ କରିବା ସହ ଗାଳିଗୁଲଜ  କରିଥିବାର ଅଭିଯୋଗ ହୋଇଥିଲା। ତେବେ ସେହି ଲୋକମାନେ ହିଁ ଜୀ କଳିଙ୍ଗର ସମ୍ପାଦକଙ୍କ ପ୍ରରୋଚନାରେ ଏପରି […]

cuttack

Rakesh Mallick
  • Published: Tuesday, 22 September 2015
  • , Updated: 22 September 2015, 07:33 AM IST

କଟକ: ଜି କଳିଙ୍ଗର ସମ୍ପାଦକ ସତ୍ୟ ପ୍ରକାଶଙ୍କ ଗିରଫ ଦାବିରେ ରୋମାନିଆର ନାଗରିକ ଏଲେନା ମୁରାସେନ ପୋଲିସ ଡିଜି ସଂଜୀବ ମାରିକଙ୍କୁ ଭେଟିଛନ୍ତି। ଏଲେନା ଡିଜିଙ୍କ ନିକଟରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି।

ସୂଚନାଯୋଗ୍ୟ, ସେପ୍ଟେମ୍ୱର ୩ ତାରିଖ ଦିନ ଚଣ୍ଡିଖୋଲର ମିଡ୍ ଇଷ୍ଟ ହୋଟେଲରେ କିଛି ଲୋକ ଏଲେନାଙ୍କୁ ଅପମାନତି ଓ ହଇରାଣ କରିବା ସହ ଗାଳିଗୁଲଜ  କରିଥିବାର ଅଭିଯୋଗ ହୋଇଥିଲା। ତେବେ ସେହି ଲୋକମାନେ ହିଁ ଜୀ କଳିଙ୍ଗର ସମ୍ପାଦକଙ୍କ ପ୍ରରୋଚନାରେ ଏପରି କାଣ୍ଡ ଘଟାଇ ଥିବାର ସେ ଅଭିଯୋଗ କରିଛନ୍ତି। ପୋଲିସ ତରଫରୁ ସୂଚନା ଦିଆଯାଇଛି ଯେ ମିଳିଥିବା ତଥ୍ୟ ଓ ପ୍ରମାଣ ଗୁଡିକୁ ତର୍ଜମା କରାଯାଉଛି ଏବଂ ପ୍ରମାଣ ମିଳିଲେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜି କହିଛନ୍ତି।

Related story