୧୨ ବର୍ଷ ହେଲା ମଲେଣି, କିନ୍ତୁ ନିଜେ ଆସି ଖାତାରେ ସାଇନ୍‌ କରି ନେଉଛନ୍ତି ଭତ୍ତା !
କଟକ( ଓଡ଼ିଶା ରିପୋର୍ଟର): ଭୂତ ନାଁରେ ଉଠୁଛି ଭତ୍ତା। ଜଣେ ବ୍ୟକ୍ତି ମୃତ୍ୟୁବରଣ କରିବାର ୧୨ବର୍ଷ  ହୋଇଯାଇଥିଲେ ବି  କିନ୍ତୁ ସେ ପ୍ରତି ମାସରେ ସାଇନ୍ କରି ଭତ୍ତା ଟଙ୍କା ନେଉଛନ୍ତି। ଏହା  ଅସମ୍ଭବ ହେଲେବି  ସିଏମସିର କାଗଜ ପତ୍ର ଏହା ଦର୍ଶାଉଛି। କଟକ ସହରର ୨୧ ନମ୍ବର ୱାର୍ଡରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି। ଖୋଦ୍ କର୍ପୋରେଟରଙ୍କ ଜେଜେମାଙ୍କ ନାଁରେ ଭତ୍ତା ଟଙ୍କା ଉଠୁଥିବା ସାମ୍ନାକୁ ଆସିବା ପରେ ସିଏମସି କମିଶନର ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
କଟକ ୨୧ ନମ୍ବର ୱାର୍ଡର କର୍ପୋରେଟର ଗୌରୀ ଦାସଙ୍କ ଜେଜେମା ସ୍ୱର୍ଗତ ବି. ମହାଲକ୍ଷ୍ମୀ। ୨୦୦୬ ମସିହାରୁ ତାଙ୍କର ମୃତ୍ୟୁ ହୋଇଯାଇଛି। କିନ୍ତୁ ଦୀର୍ଘ ୧୨ ବର୍ଷ ପରେ ବି ତାଙ୍କ ନାଁରେ ଭତ୍ତା ଟଙ୍କା ଉଠାଯାଉଛି। କଟକ ମହାନଗର ନିଗମର ମାସିକିଆ ଭତ୍ତା ରେଜିଷ୍ଟରରେ ତାଙ୍କ ନାଁ ରହିଛି। ଯେଉଁଥିରେ ବି. ମହାଲକ୍ଷ୍ମୀଙ୍କ ନାଁରେ ଶେଷଥର ପାଇଁ ୨୦୧୭ ଡିସେମ୍ବର ମାସରେ ଭତ୍ତା ବାବଦକୁ ୩୦୦ ଟଙ୍କା ଉଠାଯାଇଛି। ୱାର୍ଡର ଭତ୍ତା ତଥ୍ୟ ସଂଗ୍ରହ କରିବା ବେଳେ ବି.ମହାଲକ୍ଷ୍ମୀଙ୍କ ନାତୁଣୀ ତଥା ୨୧ ନମ୍ବର ୱାର୍ଡ କର୍ପୋରେଟର ଗୌରୀ ଦାସ ଏଭଳି ଚାଞ୍ଚଲ୍ୟକର ତଥ୍ୟ ପାଇଥିଲେ।
ସିଏମସି କମିଶନର ବିକାଶ ରଞ୍ଜନ ମହାପାତ୍ର କହିଛନ୍ତି,- “ସ୍ୱର୍ଗତ ବି. ମହାଲକ୍ଷ୍ମୀ ଭତ୍ତା ଟଙ୍କା  କିଏ ଉଠାଉଥିବା ନେଇ ୨୧ ନମ୍ବର ୱାର୍ଡରୁ ଏକ ନୋଟିସ୍ ଆସିଛି। ଅତିରିକ୍ତ କମିଶନରଙ୍କୁ ଏହାର ତଦନ୍ତ କରୁଛନ୍ତି। ତଦନ୍ତ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।”
ସିଏମସିରେ ଭତ୍ତା କେଳେଙ୍କାରୀ ଇଏ ପ୍ରଥମ ଘଟଣା ନୁହେଁ।  ପୂର୍ବରୁ ୨୯ ନମ୍ବର ୱାର୍ଡରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଥିଲା। କାଉନସିଲର ମିଟିଂରେ ଏନେଇ ବିରୋଧୀଙ୍କ ସହ ଶାସକ ଦଳର କର୍ପୋରେଟର ମଧ୍ୟ ତୁମ୍ବିତୋଫାନ କରିଥିଲେ। ତେବେ ୨୧ ନମ୍ବର ୱାର୍ଡରେ ୧୨ ବର୍ଷ ଧରି ଜଣେ ମୃତ ବ୍ୟକ୍ତିଙ୍କ ନାଁରେ କିଭଳି ଭତ୍ତା ଉଠିଲାଅ ଓ ଆଉ କେମିତି ସିଏମସି ଅଧିକାରୀ ଜାଣିପାରିଲେନି ତାହା ସବୁଠୁ ବଡ ପ୍ରଶ୍ନ।
https://youtu.be/ZVs9zQM6Y_k
Ordigital Desk
• Published: Tuesday, 16 January 2018
• Updated: 16 January 2018, 08:07 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos