କଟକ: ଜଣ୍ଡିସ୍ ସଂକ୍ରମଣ ସ୍ଥଳରେ ଆଜିଠୁ ଖୋଲିଲା ସ୍ୱାସ୍ଥ୍ୟ ଶିବିର

କଟକ: କଟକ ଯୋବ୍ରା ଅଞ୍ଚଳରେ ଜଣ୍ଡିସ୍‌ ସ୍ଥିତି ଜଟିଳ ହେଉଥିବାବେଳେ ପ୍ରଶାସନ ପକ୍ଷରୁ  ଆରମ୍ଭ ହୋଇଛି ମୁକାବିଲା। ଆଜିଠୁ ସଂକ୍ରମିତ ଅଞ୍ଚଳରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ଶିବିର ଖୋଲିଛି। ରୋଗୀଙ୍କୁ ହେଲୋଜେନ୍ ବଟିକା ସହ ଓଆରଏସ୍ ଦିଆଯାଇଛି। ତା’ସହ ମାଗଣାରେ ଚିକିତ୍ସା ସେବା ପ୍ରଦାନ କରାଯାଉଛି। ସିଏମ୍‌ସି ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ରଖି  ଲୋକଙ୍କୁ ଲିଫ୍‌ଲେଟ୍‌ ଓ ମାଇକ୍‌ ଯୋଗେ ପ୍ରଚାର କରି ସଚେତନତା କରାଯାଉଛି। ସରକାରୀ ଭାବେ ୧୭ ଜଣ […]

ctc

Rakesh Mallick
  • Published: Saturday, 26 March 2016
  • , Updated: 26 March 2016, 08:53 AM IST

କଟକ: କଟକ ଯୋବ୍ରା ଅଞ୍ଚଳରେ ଜଣ୍ଡିସ୍‌ ସ୍ଥିତି ଜଟିଳ ହେଉଥିବାବେଳେ ପ୍ରଶାସନ ପକ୍ଷରୁ  ଆରମ୍ଭ ହୋଇଛି ମୁକାବିଲା। ଆଜିଠୁ ସଂକ୍ରମିତ ଅଞ୍ଚଳରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ଶିବିର ଖୋଲିଛି। ରୋଗୀଙ୍କୁ ହେଲୋଜେନ୍ ବଟିକା ସହ ଓଆରଏସ୍ ଦିଆଯାଇଛି। ତା’ସହ ମାଗଣାରେ ଚିକିତ୍ସା ସେବା ପ୍ରଦାନ କରାଯାଉଛି। ସିଏମ୍‌ସି ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ରଖି  ଲୋକଙ୍କୁ ଲିଫ୍‌ଲେଟ୍‌ ଓ ମାଇକ୍‌ ଯୋଗେ ପ୍ରଚାର କରି ସଚେତନତା କରାଯାଉଛି।

ସରକାରୀ ଭାବେ ୧୭ ଜଣ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଥିବା କୁହାଯାଉଥିଲେ ମଧ୍ୟ ବାସ୍ତବ ସଂଖ୍ୟା ଅଧିକ ବୋଲି କୁହାଯାଉଛି। ଦୂଷିତ ପିଇବା ପାଣି ଯୋଗୁଁ ରୋଗ ବ୍ୟାପିଥିବା ଆଶଙ୍କା କରାଯାଉଛି। ସେଥିପାଇଁ ସଂକ୍ରମିତ ସ୍ଥାନରୁ  ପିଇବା ପାଣି ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ଆଜି ରିପୋର୍ଟ ଆସିବା ପରେ  ଜଣ୍ଡିସ୍‌ର ପ୍ରକୃତ କାରଣ ଜଣାପଡ଼ିବ।

ଯେଉଁ ସ୍ଥାନରେ ଜଳ ସଂକ୍ରମଣ ଆଶଙ୍କା କରାଯାଉଛି ସେଠାରେ ସମସ୍ତ ପାଇପ୍ ବଦଳାଯିବାକୁ ନିଷ୍ପତ୍ତି ହୋଇଛି। ଏହି କାମ ଆରମ୍ଭ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲ୍ଲାପାଳ ନିଜେ ଯୋବ୍ରା ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ନୂଆସାହି ଅଞ୍ଚଳରୁ ଆବର୍ଜନା ସଫା କରାଯିବା ସହ ଟ୍ୟାଙ୍କର ସାହାଯ୍ୟରେ ପିଇବା ପାଣି ଯୋଗାଣ ଆରମ୍ଭ ହୋଇଛି।

Related story