କଟକ: ମଧୁସୂଦନ ଲ’ କଲେଜରେ ସାଇନ୍‌-ଏ-ଡାଏ

କଟକ: କଟକ ମଧୁସୂଦନ ଲ’ କଲେଜରେ ସାଇନ୍‌-ଏ-ଡାଏ ଘୋଷଣା କରାଯାଇଛି। ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ କଲେଜ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଛନ୍ତି।  ସୁରକ୍ଷା ଦୃଷ୍ଟିରୁ କଲେଜରେ ବ୍ୟାପକ ପୋଲିସ୍‌ ମୁତୟନ କରାଯାଇଛି।

କଲେଜର ଜଣେ ଛାତ୍ର କହିଛନ୍ତି,“କଲେଜରେ ଜଣେ ଛାତ୍ରଙ୍କୁ ମାଡ଼ ମରାଗଲା। କଲେଜ ଅଧ୍ୟକ୍ଷ ଘଟଣାର ସମାଧାନ କରିବା ପରିବର୍ତ୍ତେ ମାଡ଼ ମାରିଥିବା ଗୋଷ୍ଠୀକୁ ସମର୍ଥନ କଲା ପରି ଯୁକ୍ତି ବାଢ଼ୁଛନ୍ତି। ଆମମାନଙ୍କ ମଧ୍ୟରେ ଏହାକୁ ନେଇ କୌଣସି ଗଣ୍ଡଗୋଳ ହୋଇ ନ ଥିଲେ ମଧ୍ୟ କର୍ତ୍ତୃପକ୍ଷ ସାଇନ୍‌-ଏ-ଡାଏ ଘୋଷଣା କରିଛନ୍ତି।”