କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଲା ପକାଇଲା ନବ ନିର୍ମାଣ କୃଷକ ସଙ୍ଗଠନ

କଟକ: ଚାଷୀଙ୍କୁ ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍ ପ୍ରଦାନ ସହ ଚାଷୀ ମୃତ୍ୟୁକୁ ସରକାର ସ୍ୱୀକାର କରିବା ଦାବିରେ ନବ ନିର୍ମାଣ କୃଷକ ସଙ୍ଗଠନ ଆଜି ଆନ୍ଦୋଳନକୁ ଓହ୍ଲାଇଥିଲା। ସଙ୍ଗଠନର କର୍ମକର୍ତ୍ତାମାନେ ଜଗତସିଂହପୁର, କଟକ, ଢେଙ୍କାନାଳ ଓ ଯାଜପୁରରେ ଜିଲ୍ଲାପାଳଙ୍କ  ଅଫିସ୍‌ ଘେରାଉ କରିଥିଲେ। କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରୁଥିବା ନବ ନିର୍ମାଣ କୃଷକ ସଙ୍ଗଠନର ସଦସ୍ୟମାନଙ୍କୁ ପୋଲିସ୍ ଗିରଫ କରିଛି। କୌଣସି ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି […]

ctc

Rakesh Mallick
  • Published: Thursday, 12 May 2016
  • , Updated: 12 May 2016, 02:39 PM IST

କଟକ: ଚାଷୀଙ୍କୁ ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍ ପ୍ରଦାନ ସହ ଚାଷୀ ମୃତ୍ୟୁକୁ ସରକାର ସ୍ୱୀକାର କରିବା ଦାବିରେ ନବ ନିର୍ମାଣ କୃଷକ ସଙ୍ଗଠନ ଆଜି ଆନ୍ଦୋଳନକୁ ଓହ୍ଲାଇଥିଲା। ସଙ୍ଗଠନର କର୍ମକର୍ତ୍ତାମାନେ ଜଗତସିଂହପୁର, କଟକ, ଢେଙ୍କାନାଳ ଓ ଯାଜପୁରରେ ଜିଲ୍ଲାପାଳଙ୍କ  ଅଫିସ୍‌ ଘେରାଉ କରିଥିଲେ।

କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରୁଥିବା ନବ ନିର୍ମାଣ କୃଷକ ସଙ୍ଗଠନର ସଦସ୍ୟମାନଙ୍କୁ ପୋଲିସ୍ ଗିରଫ କରିଛି। କୌଣସି ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ଘଟଣାସ୍ଥଳରେ ପୋଲିସ୍ ଫୋର୍ସ ମୃତୟନ କରାଯାଇଛି।

ଆନ୍ଦୋଳନକାରୀ ଚାଷୀ କହିଛନ୍ତି, “ଦେଶର ସରକାରୀ କର୍ମଚାରୀଙ୍କୁ ସପ୍ତମ ବେତନ ଓ ମହଙ୍ଗା ଭତ୍ତା ଦିଆଯାଉଛି। ହେଲେ ଜମିକୁ ଜଳସେଚନ ଦିଆଯାଉ ନାହିଁ , ଶୀତଳ ଭଣ୍ଡାର ଓ ଗୋଦାମ ଘର ନିର୍ମାଣ ହୋଇପାରୁ ନାହିଁ। ଦେଶରେ  ଅଢେଇ ଲକ୍ଷ ଚାଷୀ ଆତ୍ମହତ୍ୟା କଲେଣି ହେଲେ ଶାସନ କିମ୍ୱା ପ୍ରଶାସନରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ତେଣୁ ଆମେ ନ୍ୟାୟ ପୂର୍ଣ୍ଣ ଉପାୟରେ ଆମ ଦାବି ଉପରେ ବିଭିନ୍ନ ସମୟରେ ରାଜଧାନୀରେ ଆନ୍ଦୋଳନ କରୁଛୁ। ହେଲେ ଏହି ସରକାର ଆମ କଥା ଶୁଣୁ ନାହାନ୍ତି। ବିଧାନସଭାରେ ଉଚିତ ପାୟରେ ଚାଷୀଙ୍କ ସମ୍ପର୍କରେ ଆଲୋଚନା ହେଉ ନାହିଁ। ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ ପ୍ରସଙ୍ଗ ଉପରେ ଗୁରୁତ୍ୱ ନ ଦେଲେ ବଡ଼ ଧରଣା ଆନ୍ଦୋଳନ କରାଯିବ।”

ଏସବୁ ଦାବି ପୂରଣ ପାଇଁ ନିର୍ଭର ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ  ଆନ୍ଦୋଳନ ଜାରି ରହିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି।

ନବ ନିର୍ମାଣ କୃଷକ ସଂଗଠନ ଆନ୍ଦୋଳନ ନୁହେଁ ରାଜନୀତି କରୁଛି ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ଯଦି କୃଷକଙ୍କ ପାଇଁ ଏତେ ଚିନ୍ତା ଥିଲା ଗହମ ଓ ଚାଉଳ ପ୍ରସଙ୍ଗରେ କାହିଁକି କୃଷକ ମଞ୍ଚ ସମ୍ମୁଖକୁ ଆସିଲା ନାହିଁ? କେନ୍ଦ୍ର ସରକାର ମରୁଡି ସହାୟତା ଘୋଷଣା କରିଥିବା ବେଳେ ଏପର୍ଯ୍ୟନ୍ତ ଅର୍ଥ ଦେଇନାହାନ୍ତି। ଏହି ପ୍ରସଙ୍ଗକୁ କାହିଁକି କୃଷକ ମଞ୍ଚ ଉଠାଉ ନାହିଁ? ଚାଷୀ ସମସ୍ୟା ଏକ ବୃହତର ସମସ୍ୟା, ତାକୁ ନେଇ ଏପରି ଶସ୍ତା ରାଜନୀତି କରା ନ ଯାଉ।”

Related story