କଟକ: ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ ନେଇ ଜିଲ୍ଲା କଂଗ୍ରେସ କମିଟିର ବୈଠକ

କଟକ: ଆସନ୍ତା ୧୧ତାରିଖରେ କଂଗ୍ରେସ ଉପ ସଭାପତି ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତକୁ ନେଇ କଟକ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଲେପୁର ବିଧାୟକ ତଥା କଟକ ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାହୁଲ ପ୍ରଥମେ କଟକର  ସ୍ୱରାଜ ଆଶ୍ରମ ଓ ପରେ ଶିଶୁ ଭବନ ପରିଦର୍ଶନରେ ଯିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଶିଶୁ ଭବନ ପରିଦର୍ଶନ ବେଳେ […]

cuttack-congress

Rakesh Mallick
  • Published: Wednesday, 09 September 2015
  • , Updated: 09 September 2015, 02:31 AM IST

କଟକ: ଆସନ୍ତା ୧୧ତାରିଖରେ କଂଗ୍ରେସ ଉପ ସଭାପତି ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତକୁ ନେଇ କଟକ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଲେପୁର ବିଧାୟକ ତଥା କଟକ ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାହୁଲ ପ୍ରଥମେ କଟକର  ସ୍ୱରାଜ ଆଶ୍ରମ ଓ ପରେ ଶିଶୁ ଭବନ ପରିଦର୍ଶନରେ ଯିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଶିଶୁ ଭବନ ପରିଦର୍ଶନ ବେଳେ ରାହୁଲ ଶିଶୁ ମୃତ୍ୟୁ ନେଇ ଶିଶୁଭବନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ବୋଲି ବୈଠକରେ ସାଲେପୁର ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି। ସେହିପରି କଟକ ନଗର କଂଗ୍ରେସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

Related story