ଅନୁଭବଙ୍କୁ କୋର୍ଟଙ୍କ ନୋଟିସ୍

କଟକ(ଓଡ଼ିଶା ରିପୋର୍ଟର) ପାରିବାରିକ ହିଂସା ମାମଲାରେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ କୋର୍ଟ ନୋଟିସ୍  କରିଛନ୍ତି। କଟକ SDJM କୋର୍ଟଙ୍କ ପକ୍ଷରୁ ଏହି ନୋଟିସ୍ କରାଯାଇଛି।

ପାରିବାରିକ ହିଂସା ନେଇ କୋର୍ଟରେ ମାମଲା କରିଥିଲେ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ଆସନ୍ତା ମାସ ୧୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାଯର୍ୟ କରିଛନ୍ତି କୋର୍ଟ । ସେପଟେ ପୂର୍ବରୁ ଦିଲ୍ଲୀ ପଟିଆଲା କୋର୍ଟରେ ଛାଡ଼ପତ୍ର ମାମଲା କରିଛନ୍ତି ସାଂସଦ ଅନୁଭବ । ଏହି ମାମଲାରେ ହାଜର ହେବା ପାଇଁ ବର୍ଷାଙ୍କୁ ଦିଲ୍ଲୀ ଫାମିଲି କୋର୍ଟ ମଧ୍ୟ ସମନ ଜାରି କରିଛନ୍ତି ।

ଅନୁଭବଙ୍କ ପକ୍ଷରୁ ଦାୟର ମାମଲାକୁ ଗ୍ରହଣ କରି  ଡିସେମ୍ବର ୧୦ରେ ହାଜର ହେବାକୁ ବର୍ଷାଙ୍କୁ ନୋଟିସ ହୋଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।