କଟକ ଗଣ୍ଡଗୋଳ ଘଟଣାରେ ୫୨ ଜଣ ବନ୍ଧା ହେଲେ

କଟକ(ଓଡ଼ିଶା ରିପୋର୍ଟର): କଟକ ରାଜାବଗିଚା ସର୍ବୋଦୟପୁର ଓ ସୁଇପର କଲୋନୀ ଗଣ୍ଡଗୋଳ ଘଟଣାରେ କମିଶନରେଟ୍‌ ପୋଲିସ ୫୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନଙ୍କ ମଧ୍ୟରେ ୧୨ ଜଣ ମହିଳା ଅଛନ୍ତି। ଏହି ଘଟଣା ପରେ ଉଭୟ ସାହି ଏବେ  ପୁରୁଷ ଶୂନ୍ୟ ହୋଇଯାଇଛି। କମେଣ୍ଟ ମରାକୁ କେନ୍ଦ୍ର କରି ଗତକାଲି ମଧ୍ୟାହ୍ନରେ ରାଜାବଗିଚା ଅଞ୍ଚଳର ସର୍ବୋଦୟପୁର ଓ ସୁଇପର୍ କଲୋନୀବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଦୁଇ ସାହି ଲୋକେ ପରସ୍ପରକୁ କାଚ ବୋତଲ ଓ […]

cuttack-crime

Rakesh Mallick
  • Published: Friday, 06 October 2017
  • , Updated: 06 October 2017, 07:33 PM IST

କଟକ(ଓଡ଼ିଶା ରିପୋର୍ଟର): କଟକ ରାଜାବଗିଚା ସର୍ବୋଦୟପୁର ଓ ସୁଇପର କଲୋନୀ ଗଣ୍ଡଗୋଳ ଘଟଣାରେ କମିଶନରେଟ୍‌ ପୋଲିସ ୫୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନଙ୍କ ମଧ୍ୟରେ ୧୨ ଜଣ ମହିଳା ଅଛନ୍ତି। ଏହି ଘଟଣା ପରେ ଉଭୟ ସାହି ଏବେ  ପୁରୁଷ ଶୂନ୍ୟ ହୋଇଯାଇଛି।

କମେଣ୍ଟ ମରାକୁ କେନ୍ଦ୍ର କରି ଗତକାଲି ମଧ୍ୟାହ୍ନରେ ରାଜାବଗିଚା ଅଞ୍ଚଳର ସର୍ବୋଦୟପୁର ଓ ସୁଇପର୍ କଲୋନୀବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଦୁଇ ସାହି ଲୋକେ ପରସ୍ପରକୁ କାଚ ବୋତଲ ଓ ପଥର ମାଡ଼ କରିଥିଲେ। ଏପରିକି ଗାଡି ଭଙ୍ଗାରୁଜା ମଧ୍ୟ କରିଥିଲେ। ରାଜାବଗିଚା-ଖାନନଗର ମୁଖ୍ୟ ରାସ୍ତା ରଣକ୍ଷେତ୍ର ପାଲଟି ଥିଲା। ଉତ୍ତେଜନା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗଣ୍ଡଗୋଳକାରୀଙ୍କୁ ଘଉଡାଇବାକୁ ଚେଷ୍ଟା କରିଥିଲା। ମାତ୍ର ସାହିବାସିନ୍ଦାଙ୍କ ବୋତଲ ଓ ଢେଲା ମାଡରେ ୨ ଜଣ ଲୋକଙ୍କ ସମେତ ବାଦାମବାଡି ଓ ପୁରୀଘାଟ ଥାନାର ଆଇଆଇସି ଆହତ ହୋଇଥିଲେ। ଏହି ଘଣାରେ ପୋଲିସ ଗତକାଲି ଦୁଇ ସାହିର ୨୫ ଜଣଙ୍କୁ ଗିରଫ କରିଥିଲା। ଆଜି ଆଉ ୨୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Related story