- Videos
- Odisha
- ବିଚ୍ ରାସ୍ତାରେ ବାନ୍ଧି ଭିନ୍ନକ୍ଷମ ଯୁବତୀଙ୍କୁ ମାଡ଼; ଲୁଚିଲୁଚି ସୁଟିଂ କଲେ ଦେଖଣାହାରୀ, ତା’ ପରେ……….
ବିଚ୍ ରାସ୍ତାରେ ବାନ୍ଧି ଭିନ୍ନକ୍ଷମ ଯୁବତୀଙ୍କୁ ମାଡ଼; ଲୁଚିଲୁଚି ସୁଟିଂ କଲେ ଦେଖଣାହାରୀ, ତା’ ପରେ……….
- Published: Monday, 11 December 2017
- , Updated: 11 December 2017, 02:44 PM IST

କଟକ: ସମାଜରେ ଅନ୍ୟାୟ ଅନୀତି ହଟିଯାଉ ବୋଲି ସମସ୍ତେ ଚାହାଁନ୍ତି। ମୌକା ମିଳିଲେ ଆମେ ସମସ୍ତେ ଏ ବାବଦରେ ଭାଷଣ ଦେଉ କିମ୍ବା ଅନ୍ୟକୁ ବାଟ ବତେଇ ଦେଉ। କିନ୍ତୁ ସମାଜକୁ ବଦଳେଇବା ପାଇଁ ନିଜେ କିଛି ପଦକ୍ଷେପ ନିଅନ୍ତି ନାହିଁ। ହେଲେ କଟକରେ ଜଣେ ସାଧାରଣ ଲୋକ ଏକ ଅସାଧାରଣ କାମ କରି ଦେଖାଇ ଦେଇଛନ୍ତି। ବ୍ୟକ୍ତିଙ୍କ ନାଁ କାହାକୁ ଜଣାନାହିଁ। କିନ୍ତୁ କୌଣସି ଏକ ସ୍ଥାନରେ ଜଣେ ଭିନ୍ନକ୍ଷମ ଝିଅ ଉପରେ ହେଉଥିବା ଅତ୍ୟାଚାରର ଭିଡ଼ିଓ ଲୁଚିଛପି କରିବା ପରେ ତାକୁ ସେ ସୋସିଆଲ ମିଡ଼ିଆରେ ଛାଡ଼ି ଦେଇଥିଲେ। ଶେଷରେ ତାଙ୍କରି ସେଇ ଭାଇରାଲ ଭିଡ଼ିଓଟି ପାଇଁ ଏବେ ମାଡ଼ ଖାଇଥିବା ଭିନ୍ନକ୍ଷମ ଝିଅଟି ନ୍ୟାୟ ପାଇବାରେ ସଫଳ ହୋଇଛି। ପୂରା ଘଟଣାଟି ପଢ଼ନ୍ତୁ....

ପୂର୍ବ ଶତ୍ରୁତାକୁ ନେଇ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଅତି ବର୍ବରୋଚିତ ଅତ୍ୟାଚାର କରାଯାଇଛି। ବିଚ୍ ରାସ୍ତାରେ ଏହି ୨୦ବର୍ଷର ଝିଅକୁ ଦଉଡ଼ିରେ ବାନ୍ଧି ଘୋଷଡ଼ା ଯିବା ସହ ବାଡ଼ି ଓ ଦଉଡିରେ ପିଟିଛନ୍ତି ଜଣେ ମହିଳା। ପାଖରେ ଛିଡ଼ା ହୋଇ ତମାସା ଦେଖିଛନ୍ତି ବହୁଲୋକ। ହେଲେ କେହି ଅଟକାଇବାକୁ ଚେଷ୍ଟା କରୁ ନାହାଁନ୍ତି। କେହି ଜଣେ ଦୂରରୁ ଏ ଅମାନବୀୟ ଦୃଶ୍ୟକୁ ମୋବାଇଲରେ କଏଦ୍ କରି ଭାଇରାଲ୍ କରିବା ପରେ ଘଟଣାଟି ସାମ୍ନାକୁ ଆସିଛି। ଏ ଛାତିଥରା ଘଟଣାଟି ଘଟିଛି କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ବିଷ୍ଣୁପୁର ଗାଁରେ। କେବଳ ଏ ଯୁବତୀ ଜଣଙ୍କ ନୁହଁନ୍ତି ତାଙ୍କ ବାପା ନୟା ଗୋଚ୍ଛି ଓ ମାଆଙ୍କ ଉପରେ ଖଣ୍ଡା ଓ ବାଡ଼ିରେ ଆକ୍ରମଣ ହୋଇଛି। ତାଙ୍କ ଘର ମଧ୍ୟ ଭାଙ୍ଗି ଦିଆଯାଇଛି।

ଗତ ୫ ତାରିଖରେ ଘଟିଥିବା ଏ ଘଟଣା ପରଠାରୁ ନିର୍ଯାତିତ ପରିବାର ଲୋକେ ଗାଁ ଛାଡ଼ି ଅନ୍ୟତ୍ର ରହୁଛନ୍ତି। ଗାଁର ମାନସ ସେନାପତି ଓ ନୟା ଗୋଚ୍ଛିଙ୍କ ପରିବାର ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଛି। ଘଟଣାଦିନ ମାନସ ସେନାପତିଙ୍କ ପରିବାର ନୟା ଗୋଚ୍ଛିଙ୍କ ପରିବାର ଉପରେ ଆକ୍ରମଣ କରିବା ସହ ତାଙ୍କ ଦିବ୍ୟାଙ୍ଗ ଝିଅକୁ ଏଭଳି ବର୍ବର ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଭିଡିଓଟି ଭାଇରାଲ୍ ହେବା ପରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତିଗିରିଆ ପୋଲିସ୍ କହିଛି।

ଅଭିଯୁକ୍ତ ମାନସ ସେନାପତିଙ୍କ ପରିବାରର ପ୍ରତିକ୍ରିୟା ମିଳିପାରିନାହିଁ।