ଧୋକା ଦେଲା ପ୍ରେମିକା: ଟ୍ରେନ୍‌ ଆଗକୁ ଡେଇଁବା ପୂର୍ବରୁ କହିଲେ ପ୍ରେମ, ପ୍ରତାରଣାର କାହାଣୀ

କଟକ (ଓଡ଼ିଶା ରିପୋର୍ଟର): ପ୍ରେମିକାକୁ ଜୀବନଠାରୁ ଅଧିକ ଭଲ ପାଉଥିଲେ। ତାଙ୍କୁ ବାହାହୋଇ ଘର ସଂସାର କରିବେ ବୋଲି ସ୍ୱପ୍ନ ଦେଖିଥିଲେ। ହେଲେ ଯାହାକୁ ଏତେ ଭଲ ପାଉଥିଲେ, ଶେଷରେ ସିଏ ଧୋକା ଦେଲା। ୩ ବର୍ଷର ପ୍ରେମ ସମ୍ପର୍କକୁ ତୁଚ୍ଛ କରି ପ୍ରେମିକା ଆଉ ଜଣକୁ ଭଲ ପାଇଲେ। ଏହାକୁ ସହି ପାରିଲେ ନାହିଁ ପ୍ରେମିକ। ଶେଷରେ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କଲେ। ଆଉ ଆତ୍ମହତ୍ୟା କରିବା ପୂର୍ବରୁ ନିଜ ପ୍ରେମ ଓ ପ୍ରତାରଣାର […]

mana-bhai-2

mana-bhai-2

Manoranjan Sial
  • Published: Saturday, 11 January 2020
  • Updated: 12 January 2020, 08:51 AM IST

କଟକ (ଓଡ଼ିଶା ରିପୋର୍ଟର): ପ୍ରେମିକାକୁ ଜୀବନଠାରୁ ଅଧିକ ଭଲ ପାଉଥିଲେ। ତାଙ୍କୁ ବାହାହୋଇ ଘର ସଂସାର କରିବେ ବୋଲି ସ୍ୱପ୍ନ ଦେଖିଥିଲେ। ହେଲେ ଯାହାକୁ ଏତେ ଭଲ ପାଉଥିଲେ, ଶେଷରେ ସିଏ ଧୋକା ଦେଲା। ୩ ବର୍ଷର ପ୍ରେମ ସମ୍ପର୍କକୁ ତୁଚ୍ଛ କରି ପ୍ରେମିକା ଆଉ ଜଣକୁ ଭଲ ପାଇଲେ। ଏହାକୁ ସହି ପାରିଲେ ନାହିଁ ପ୍ରେମିକ। ଶେଷରେ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କଲେ। ଆଉ ଆତ୍ମହତ୍ୟା କରିବା ପୂର୍ବରୁ ନିଜ ପ୍ରେମ ଓ ପ୍ରତାରଣାର କାହାଣୀ ମୋବାଇଲରେ ଭିଡିଓ ରେକଡିଂ କରିଥିଲେ। ସେଥିରେ ସେ କହିଥିଲେ- ଜୀବନରେ କେବେ କୌଣସି ଝିଅକୁ ମନ ଦେଇ ବେଶୀ ଭଲ ପାଇବ ନାହିଁ।

କଟକ ଜିଲ୍ଲା ନିଆଳି ଅଞ୍ଚଳର ମନୋଜ ସ୍ୱାଇଁ। ସେ କଟକ ରାଉସାପାଟଣାରେ ଘରଭଡ଼ା ନେଇ ରହି ଏକ ପ୍ରାଇଭେଟ୍‌ କମ୍ପାନୀରେ ଚାକିରି କରୁଥିଲେ। ଏହି ସମୟରେ ତାଙ୍କର ଯାଜପୁର ଅଞ୍ଚଳର ଜଣେ ଯୁବତୀ ଗେଣ୍ଡୁ (ଛଦ୍ମନାମ)ଙ୍କ ସହିତ ଦେଖାହୁଏ। ପ୍ରଥମେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ପରେ ଉଭୟେ ନିକଟର ହୋଇଥିଲେ। ଉଭୟ ପରସ୍ପରକୁ ଭଲ ପାଉଥିଲେ। ଉଭୟଙ୍କ ପ୍ରେମ ସମ୍ପର୍କ ଦୀର୍ଘ ୩ ବର୍ଷ ଧରି ଚାଲିଥିଲା। ଦୁହେଁ ବିବାହ କରି ଘର ସଂସାର କରିବା ପାଇଁ ଯୋଜନା ରଖିଥିଲେ। ତେବେ କଣ ହେଲା କେଜାଣି, ଡିସେମ୍ୱରରୁ ଗେଣ୍ଡୁ ଦୂରେଇ ଯାଉଥିବା ମନୋଜ ଅନୁଭବ କରିଥିଲେ। ସେ ଯେତେଥର ଫୋନ୍‌ କଲେ ମଧ୍ୟ ଗେଣ୍ଡୁ ଧରାଛୁଆଁ ଦେଉନଥିଲେ। ଯାହାକୁ ନେଇ ମନୋଜ ଚିନ୍ତିତ ଥିଲେ।

ଏହା ଭିତରେ ମନୋଜର ପ୍ରେମଠାରୁ ଦୂରେଇ ଯାଇ ଗେଣ୍ଡୁ ଆଉ ଜଣକୁ ଭଲ ପାଉଥିଲେ। ଆଉ ନିଜ ପ୍ରେମ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ଝିଅର କଥାରେ ରାଜି ହୋଇ ପରିବାର ଲୋକେ ବାହାଘର ମଧ୍ୟ ସ୍ଥିର କରିଥିଲେ। କୌଣସି ସୂତ୍ରରୁ ଏ ସମ୍ପର୍କରେ ମନୋଜ ଜାଣିବାକୁ ପାଇଲେ। ଆଉ ତା’ପରେ ନିଜ ପ୍ରେମିକାକୁ ବହୁ ବୁଝାଇବାକୁ ଚେଷ୍ଟା କରିଥିଲେ। ମାତ୍ର ସେ ଚିହ୍ନି ନଥିବା କହିଥିଲେ। ମନୋଜକୁ ଥଟା କରି “ଟଙ୍କା ଯେଉଁଠି ମୁଁ(ଗେଣ୍ଡୁ) ସେଇଠି” କହିଥିଲେ। ଯେଉଁଥିପାଇଁ ମନୋଜ ନିଜର ମାନସିକ ଭାରସାମ୍ୟ ହରାଇଥିଲେ।

ପ୍ରେମିକାଠାରୁ ଧୋକା ପାଇବା ପରେ ମନୋଜ ଗତକାଲି ଟ୍ରେନ୍‌ ଲାଇନ୍‌କୁ ଯାଇଥିଲେ। ଆଉ ଟ୍ରାକ୍‌ ଉପରେ ଛିଡ଼ା ହୋଇ ନିଜ ଦୀର୍ଘ ଦିନ ପ୍ରେମ ସମ୍ପର୍କରେ ଭିଡିଓ ମୋବାଇଲ୍‌ ରେକଡିଂ କରିଥିଲେ। ଜୀବନରେ କେବେ କୌଣସି ଝିଅକୁ ହୃଦୟ ଦେଇ ବେଶୀ ଭଲ ନପାଇବାକୁ ମଡ଼ର୍ଣ୍ଣ ଯୁଗର ପ୍ରେମିକଙ୍କୁ ନିବେଦନ କରୁଥିବା ଦେଖିବାକୁ ମିଳିଛି। ତା’ପରେ ମନୋଜ ରୁମ୍‌କୁ ଫେରି ସୁଇସାଇଡାଲ୍‌ ନୋଟ୍‌ ଲେଖିବା ଅନୁମାନ କରାଯାଉଛି। ସେଥିରେ ମଧ୍ୟ ପ୍ରେମ, ଧୋକାର ଓ ବେଦନାର କାହାଣୀ ଛପି ରହିଛି।

ଆଜି ଭୋର୍‌ ମନୋଜ ତାଳତଣ୍ଡା କେନାଲ ମାତୃଭବନ ନିକଟ ରେଳ ଧାରଣାକୁ ଯାଇ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଆଲୋଚନାର ହେଉଛି। ଆରପିଏଫ୍‌ ରେଳ ଟ୍ରାକ୍‌ରୁ ମୃତଦେହ ଜବତ କରିଛି। ଏପରିକି ମୃତଦେହ ପାର୍ଶ୍ୱରୁ ଗୋଟିଏ ମୋବାଇଲ ଓ ସୁଇସାଇଡାଲ୍‌ ନୋଟ୍‌ ଜବତ କରିଛି। ଯେଉଁଥିରେ ରହିଛି ନିଜ ପ୍ରେମ ସମ୍ପର୍କର ପୂରା କାହାଣୀ। ପ୍ରେମିକା ଧୋକା ଦେଇଥିବାରୁ ସେ ଆତ୍ମହତ୍ୟା କରିଥିବା ତଥ୍ୟ ରହିଛି। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story