କଟକ ଡାକ୍ତରଙ୍କୁ କଳାକନା ବୁଲାଇଦେଲେ ସାଇବର ଲୁଟେରା, ଖୋଳ କରିଦେଲେ ୭୭ ଲକ୍ଷ ୮୬ ହଜାର ୭୨୭ ଟଙ୍କା

କଟକ:(ଓଡ଼ିଶା ରିପୋର୍ଟର): ସାବଧାନ । ମାତିଛନ୍ତି ସାଇବର ଲୁଟେରା। ନିମିଷକରେ ଆକାଉଣ୍ଟରୁ ଗାଏବ ହୋଯାଉଛି ଲକ୍ଷ ଲକ୍ଷ ଟଙ୍କା। ଚକମା ଦେଇ ଚିତା କାଟି ଦେଉଛନ୍ତି ଏହି ହାଇଟେକ୍‌ ଠକ। କଟକରୁ ଏମିତି ଏକ ସାଂଘାତିକ୍‌ ଅଭିଯୋଗ ଆସିଛି।  ଜଣେ ଡାକ୍ତରଙ୍କୁ ୭୭ ଲକ୍ଷ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ସିଡିଏ ସେକ୍ଟର-୭ର ଜଣେ ଡାକ୍ତର ଠକାମୀର ଶିକାର ହୋଇଛନ୍ତି।  ମୋବାଇଲ ସିମ୍ ଆକ୍ଟିଭ କରିବା ବାହାନାରେ ଲୁଟି ନେଇଛନ୍ତି। ମୋଟ ୭୭ ଲକ୍ଷ ୮୬ […]

cvc

Tapas Behera
  • Published: Wednesday, 17 February 2021
  • , Updated: 17 February 2021, 06:02 PM IST

କଟକ:(ଓଡ଼ିଶା ରିପୋର୍ଟର): ସାବଧାନ । ମାତିଛନ୍ତି ସାଇବର ଲୁଟେରା। ନିମିଷକରେ ଆକାଉଣ୍ଟରୁ ଗାଏବ ହୋଯାଉଛି ଲକ୍ଷ ଲକ୍ଷ ଟଙ୍କା। ଚକମା ଦେଇ ଚିତା କାଟି ଦେଉଛନ୍ତି ଏହି ହାଇଟେକ୍‌ ଠକ। କଟକରୁ ଏମିତି ଏକ ସାଂଘାତିକ୍‌ ଅଭିଯୋଗ ଆସିଛି।  ଜଣେ ଡାକ୍ତରଙ୍କୁ ୭୭ ଲକ୍ଷ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ସିଡିଏ ସେକ୍ଟର-୭ର ଜଣେ ଡାକ୍ତର ଠକାମୀର ଶିକାର ହୋଇଛନ୍ତି।  ମୋବାଇଲ ସିମ୍ ଆକ୍ଟିଭ କରିବା ବାହାନାରେ ଲୁଟି ନେଇଛନ୍ତି।

ମୋଟ ୭୭ ଲକ୍ଷ ୮୬ ହଜାର ୭୨୭ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି।  ପ୍ରଥମେ ଫୋନ୍‌ ଆସିଥିଲା ଯେ, ଆପଣଙ୍କ ବିଏସଏଲ ନମ୍ବର ଆକ୍ଟିଭ୍‌ ନହେଲେ ଇନ୍‌ଆକ୍ଟିଭ୍‌ ହୋଇଯିବ। ଆକାଉଣ୍ଟ ସହ ଆଟାଚ୍ ମୋବାଇଲ ନମ୍ବର ଇନ୍‌ଆକ୍ଟିଭ୍‌ ହେବ କହିଥିଲେ। ନମ୍ବର ଇନ୍‌ଆକ୍ଟିଭ୍‌ ହେବ କହି ଆକ୍ଟିଭ୍‌ କରାଇଦେବେ ବୋଲି କହିଥିଲେ। ବିଶ୍ୱାସ ଜନ୍ମାଇ ଆକାଉଣ୍ଟ ନମ୍ବର, ସିଭିଭି ନମ୍ବର ନେଇଗଲେ।  ମୋବାଇଲକୁ ଆସିଥିବା ଓଟିପି ନମ୍ବର ବି ମାଗି ନେଇଗଲେ । ସବୁ ଡାଟା ନେଇଗଲା ପରେ ଆକାଉଣ୍ଟରେ କଳାକନା ବୁଲାଇଲେ। ଏମିତିକି ଫିକ୍ସଡ ଡିପୋଜିଟ ଆକାଉଣ୍ଟରୁ ବି ଟଙ୍କା ନେଇଗଲେ। ଫେବ୍ରୁଆରୀ ୯ରୁ ୧୫ ଭିତରେ ନେଇଗଲେ ୭୭ ଲକ୍ଷ ୮୬ ହଜାର ଟଙ୍କା। ଠକେଇ ନେଇ ସାଇବର ଥାନାରେ ଏତଲା କରିଛନ୍ତି ସଂପୃକ୍ତ ଡାକ୍ତର।

Related story