ପର୍ଯ୍ୟଟନର ବିକାଶ ବାର୍ତ୍ତା ନେଇ କୋରାପୁଟ୍‌ ଗଲା ସାଇକେଲ ରାଲି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଳାଭୂମି ଓ ପର୍ଯ୍ୟଟନର ବିକାଶ ନେଇ କୋଣାର୍କରୁ କୋରାପୁଟ ବାହାରିଲା ସାଇକେଲ ଶୋଭାଯାତ୍ରା। ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ୨୫ଜଣ ସାଇକେଲ ଆରୋହୀଙ୍କୁ ନେଇ ଆରମ୍ଭ ହୋଇଛି ଏହି ଶୋଭାଯାତ୍ରା। ଆସନ୍ତା ୨୯ ତାରିଖ ସୁଧା କୋରାପୁଟରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।