ସାଇକେଲ ଚାଳିକା ସ୍ୱାସ୍ତି ସିଂହ ପାଇଲେ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରେଷ୍ଠ କ୍ରୀଡ଼ା ପ୍ରଦର୍ଶନ ପାଇଁ ସାଇକେଲ ଚାଳିକା ସ୍ୱାସ୍ତି ସିଂହଙ୍କୁ ଦିଆଗଲା ୩୦ତମ ଏକଲବ୍ୟ ପୁରସ୍କାର। ଇମ୍ପାକ୍ଟ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ସ୍ୱାସ୍ତି ସିଂହଙ୍କୁ ମାନପତ୍ର ଓ ଫଳକ ସହ ୫ ଲକ୍ଷ ଟଙ୍କାର ନଗଦ ରାଶି ପ୍ରଦାନ କରାଯାଇଛି। ଏଥିସହ ଉଦୀୟମାନ ଫୁଟବଲ୍‌ ତାରକା ପ୍ୟାରୀ ଖାଖା ଓ ହକି ଖେଳାଳି ଶିଳାନନ୍ଦ ଲାକ୍ରାଙ୍କୁ ମଧ୍ୟ ମାନପତ୍ର ସହ ପଚାଶ ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ଆଜିର […]

Ekalabya Puraskar

  • Published: Friday, 23 December 2022
  • , Updated: 24 December 2022, 12:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରେଷ୍ଠ କ୍ରୀଡ଼ା ପ୍ରଦର୍ଶନ ପାଇଁ ସାଇକେଲ ଚାଳିକା ସ୍ୱାସ୍ତି ସିଂହଙ୍କୁ ଦିଆଗଲା ୩୦ତମ ଏକଲବ୍ୟ ପୁରସ୍କାର। ଇମ୍ପାକ୍ଟ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ସ୍ୱାସ୍ତି ସିଂହଙ୍କୁ ମାନପତ୍ର ଓ ଫଳକ ସହ ୫ ଲକ୍ଷ ଟଙ୍କାର ନଗଦ ରାଶି ପ୍ରଦାନ କରାଯାଇଛି। ଏଥିସହ ଉଦୀୟମାନ ଫୁଟବଲ୍‌ ତାରକା ପ୍ୟାରୀ ଖାଖା ଓ ହକି ଖେଳାଳି ଶିଳାନନ୍ଦ ଲାକ୍ରାଙ୍କୁ ମଧ୍ୟ ମାନପତ୍ର ସହ ପଚାଶ ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି।

ଆଜିର ଉତ୍ସବରେ ମୁଖ୍ୟ ଅତିଥିଭାବେ ପଦ୍ମଭୂଷଣ ପଙ୍କଜ ଆଡ଼ଭାନୀ ଓ ସମ୍ମାନିତ ଅତିଥିଭାବେ ଏସିଆନ୍‌ ଗେମ୍ସ ପଦକ ବିଜେତା ପ୍ରଣତୀ ମିଶ୍ର ଯୋଗଦେଇଥିଲେ। ଇମ୍ପାକ୍ଟର ଟ୍ରଷ୍ଟି ତଥା ୨୦୨୨ ଏକଲବ୍ୟ ପୁରସ୍କାର କମିଟିର ଚେୟାରମ୍ୟାନ ବୈଜୟନ୍ତ ପଣ୍ଡାଙ୍କ ସହ ପୁରସ୍କାର ଜୁରି କମିଟିର ସଦସ୍ୟମାନେ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

କ୍ରୀଡ଼ାରେ ସଫଳତା ଅର୍ଜନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନ ଉଦ୍ଦେଶ୍ୟରେ ଇମ୍ଫା ଦ୍ୱାରା ପରିଚାଳିତ ଇମ୍ପାକ୍ଟ ଦ୍ୱାରା ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ଯୁବ ଓଡ଼ିଆ କ୍ରୀଡ଼ାବିତମାନଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଉଛି।

ସ୍ୱାସ୍ତି ସିଂହ କହିଛନ୍ତି, “ଏକଲବ୍ୟ ପୁରସ୍କାର ମିଳିଥିବାରୁ ବହୁତ ଖୁସି ଲାଗୁଛି। ସେଥିପାଇଁ ମୁଁ ଶିଲା ନନ୍ଦ ଭାଇ ଓ ପ୍ୟାରୀ ଖାଖାକୁ ଅଭିନନ୍ଦନ ଜଣାଉଛି। ଏହି ପୁରସ୍କାର ମୋତେ ଆଗକୁ ବଢ଼ିବା ପାଇଁ ବହୁ ସାହାର୍ଯ୍ୟ କରିବ। ଆଗକୁ ଏସିଆନ୍‌ ଗେମ୍ସ ଓ ଏସିଆର୍‌ ଚାମ୍ପିଅନ୍‌ସିପ୍‌ ରହିଛି। ତାହା ଉପରେ ଫୋକ୍‌ସ କରୁଛି। ବିଶେଷ କରି ଏସିଆନ୍‌ ଗେମ୍ସରେ କେମିତି ପଦକ ଆଣିବି, ତାହା ଉପରେ ଲକ୍ଷ୍ୟ ରହିଛି।”

 

 

Related story