୯୮୩୩ ଗାଁକୁ ଘାଣ୍ଟିଛି ‘ଅମ୍ଫାନ’, କାହାର ମୃତ୍ୟୁ ହୋଇନି!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଅମ୍ଫାନ’ରେ ରାଜ୍ୟର ୧୦ଟି ଜିଲ୍ଲାର ୯୮୩୩ଟି ଗାଁ ଓ ୨୨ଟି ପୌରାଞ୍ଚଳର ୨୭୨ଟି ୱାର୍ଡ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟାରେ କେହି ବ୍ୟକ୍ତି ପ୍ରାଣ ହରାଇନଥିବା ବେଳେ ୫୦୦ଘର ସମ୍ପୂର୍ଣ୍ଣ ନଷ୍ଟ ଓ ୧୫ ହଜାର ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶ ମାର୍ଗରୁ ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିବା ସହ ଅଗ୍ରୀମ ୫୦୦କୋଟି ଟଙ୍କା ସହାୟତା ଘୋଷଣା କରିବାପରେ ଆଜି ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ […]

Cyclone Amphan

Cyclone Amphan

Manoranjan Sial
  • Published: Saturday, 23 May 2020
  • Updated: 23 May 2020, 04:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଅମ୍ଫାନ’ରେ ରାଜ୍ୟର ୧୦ଟି ଜିଲ୍ଲାର ୯୮୩୩ଟି ଗାଁ ଓ ୨୨ଟି ପୌରାଞ୍ଚଳର ୨୭୨ଟି ୱାର୍ଡ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟାରେ କେହି ବ୍ୟକ୍ତି ପ୍ରାଣ ହରାଇନଥିବା ବେଳେ ୫୦୦ଘର ସମ୍ପୂର୍ଣ୍ଣ ନଷ୍ଟ ଓ ୧୫ ହଜାର ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶ ମାର୍ଗରୁ ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିବା ସହ ଅଗ୍ରୀମ ୫୦୦କୋଟି ଟଙ୍କା ସହାୟତା ଘୋଷଣା କରିବାପରେ ଆଜି ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ୨୦ତାରିଖରେ ଅମ୍ଫାନ ବାତ୍ୟାରେ ରାଜ୍ୟର ୪ଟି ସର୍ବାଧିକ କ୍ଷତିଗ୍ରସ୍ତ ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ମିଶାଇ ମୋଟ ୧୦ଟି ଜିଲ୍ଲା ପ୍ରଭାବିତ ହୋଇଛି। ଅନ୍ୟ ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡ଼ିକ ହେଲେ ମୟୂରଭଞ୍ଜ, କଟକ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା ଓ ପୁରୀ। ସେହିପରି ୯୨ଟି ବ୍ଲକର ୧୫୫୮ ପଞ୍ଚାୟତର ୯୮୩୩ଟି ଗାଁ ଏବଂ ୨୨ଟି ପୌରାଞ୍ଚଳର ୨୭୨ଟି ୱାର୍ଡର ମୋଟ ୪୪ଲକ୍ଷ ୪୪ହଜାର ୮୯୬ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ବାତ୍ୟାରେ କୌଣସି ଜଣେ ବି ବ୍ୟକ୍ତି ପ୍ରାଣ ହରାଇନଥିବାବେଳେ ୮,୭୨,୦୪୯ ଜୀବଜନ୍ତୁ ପ୍ରଭାବିତ ହୋଇଛନ୍ତି। ୨୮ଟି ବଡ଼ ଗୃହପାଳିତ ପଶୁ ଓ ୯ଟି କ୍ଷୁଦ୍ର ଗୃହପାଳିତ ପଶୁ ଓ ୩୬୦୮ଟି କୁକୁଡ଼ାଙ୍କ ମୃତ୍ୟୁ ହୋଇଛି।
ବାତ୍ୟାରେ କ୍ଷତିଗ୍ରସ୍ତ ଘରଗୁଡ଼ିକର ଆକଳନ କରିବା କାର୍ଯ୍ୟ ଜୋରସୋରରେ ଚାଲିଛି। କର୍ମଚାରୀଙ୍କ ଛୁଟି ବାତିଲ କରାଯାଇ ଘର କ୍ଷୟକ୍ଷତି ଆକଳନ କରାଯାଉଛି ଓ ଏହା ୨୬ତାରିଖ ସୁଦ୍ଧା ଶେଷ ହେବ।

ବାତ୍ୟାରେ ପ୍ରାୟ ୨ଲକ୍ଷ ୩୪୬ଜଣ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଲୋକଙ୍କ ସହାୟତା ପାଇଁ ୨୧୦ଟି ମୋବାଇଲ ମେଡିକାଲ ଟିମକୁ ମଧ୍ୟ ମୁତୟନ କରାଯାଇଥିଲା। ସେହିପରି ୮୫ ପ୍ରତିଶତ ଉପଭୋକ୍ତାଙ୍କୁ ବିଦ୍ୟୁତ ସେବା ସ୍ୱାଭାବିକ କରାଯାଇଛି । ବାକି ଉପଭୋକ୍ତାଙ୍କୁ ୨୩ତାରିଖ ସୁଦ୍ଧା ବିଦ୍ୟୁତ ଯୋଗାଇ ଦିଆଯିବ। ବାତ୍ୟାରେ ୩୪କିମି ୩୩କେଭି, ୪୫୩କିମି ୧୧କେଭି, ୬୮୦କିମି ଏଲଟି ଲାଇନ୍ ସମେତ ୨୪୩୯ଟି ଟ୍ରାନ୍ସଫରମ କ୍ଷତିଗ୍ରସ୍ତ ହୋଇଛି।

ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ୪୯୩୦ଟି ଟେଲିକମ୍ ସାଇଟ ସାମାନ୍ୟ ଓ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା। ଏବେସୁଦ୍ଧା ୯୦% ସ୍ଥାନରେ ମୋବାଇଲ ସେବା କାର୍ଯ୍ୟକ୍ଷମ କରାଯାଇଛି। ବାତ୍ୟାରେ ପ୍ରାୟ ଏକ ଲକ୍ଷ ହେକ୍ଟର ଫସଲ ନଷ୍ଟ ହୋଇଛି। ଆକଳନ ଏବେ ଚାଲିଛି ଓଏହା ୨୬ତାରିଖ ସୁଦ୍ଧା ଶେଷ ହେବ। ବାତ୍ୟାରେ ୧୪ଟି ମାଛଧରା ଡଙ୍ଗା ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାବେଳେ ୪୧ଟି ଡଙ୍ଗା ଆଂଶିକ ଓ ୪୧ଟି ଜାଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ବାତ୍ୟାରେ ୪ହଜାର ଗଛ ଉପୁଡ଼ି ପଡ଼ିଥିବାବେଳେ ଅସ୍ତରଙ୍ଗରେ ୨ହଜାର ଝାଉଁ ଗଛ ନଷ୍ଟ ହୋଇଛି। ୧୫୧ କିମି ରାସ୍ତା ଓ ୪୨ଟି ପୋଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ଏସବୁ ବ୍ୟତୀତ ୬୪୬ଟି ଅଙ୍ଗନୱାଡ଼ି କୋଠା, ୧୫୫୨ଟି ପ୍ରାଥମିକ ସ୍କୁଲ ଓ ୨୯୮ଟି ପଞ୍ଚାୟତ ଓ କମ୍ୟୁନିଟି ସେଣ୍ଟର କୋଠା ନଷ୍ଟ ହୋଇଛି ବୋଲି ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos