ଉପକୂଳରେ ଆମ୍ପନର କମ୍ପନ

ଭୁବନେଶ୍ୱର/ବାଲେଶ୍ୱର/ଭଦ୍ରକ/ କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ଉପକୂଳରେ ଆମ୍ପନର କମ୍ପନ। ବିଶେଷ କରି ବାତ୍ୟା ଦ୍ୱାରା ଅଧିକ ପ୍ରଭାବିତ ହେବାକୁ ଥିବା ୪ ଜିଲ୍ଲା ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି।  ଏ ଭିତରେ ରାଜ୍ୟର ୭ ଜିଲ୍ଲାରେ ଏନ୍‌ଡିଆରଏଫ୍‌ର ୧୦ଟି ଟିମ୍ ପହଞ୍ଚି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। ଆବଶ୍ୟକ ପଡ଼ିଲେ ୧୨ଟି ଜିଲ୍ଲାର ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଥିବା […]

bvm

bvm

Tapas Behera
  • Published: Sunday, 17 May 2020
  • Updated: 17 May 2020, 07:53 PM IST

Sports

Latest News

ଭୁବନେଶ୍ୱର/ବାଲେଶ୍ୱର/ଭଦ୍ରକ/ କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ଉପକୂଳରେ ଆମ୍ପନର କମ୍ପନ। ବିଶେଷ କରି ବାତ୍ୟା ଦ୍ୱାରା ଅଧିକ ପ୍ରଭାବିତ ହେବାକୁ ଥିବା ୪ ଜିଲ୍ଲା ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି।  ଏ ଭିତରେ ରାଜ୍ୟର ୭ ଜିଲ୍ଲାରେ ଏନ୍‌ଡିଆରଏଫ୍‌ର ୧୦ଟି ଟିମ୍ ପହଞ୍ଚି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। ଆବଶ୍ୟକ ପଡ଼ିଲେ ୧୨ଟି ଜିଲ୍ଲାର ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଥିବା ଏସ୍ଆରସି କହିଛନ୍ତି। ସମୁଦ୍ରରେ ଧିରେ ଧିରେ ଶକ୍ତି ବଢ଼ାଇ ଆଗକୁ ବଢୁଛି ଆମ୍ପନ୍। ଆଖି ଆଗରେ ପୁଣି ଦାନାପାଣି ଉଜୁଡି ଯିବାର ଆଶଙ୍କା।

ଚକ୍ରବାତରେ ବାସ ଭାଙ୍ଗିଯିବାର ଡର। ସେଇଥିପାଇଁ ବାତ୍ୟାର ପ୍ରଭାବରୁ ବର୍ତ୍ତିବାକୁ ସାଧ୍ୟମତେ ପ୍ରସ୍ତୁତି। ଭଦ୍ରକ ଚାନ୍ଦବାଲି ବ୍ଲକ୍ ନଈକୂଳିଆ ଗାଁ ଚରଦିଆର ସମ୍ଭାବ୍ୟ ଅଣଚାଷ ପବନରୁ ଛପର ବଞ୍ଚାଇବାକୁ କିଏ ଦଉଡ଼ି ବାନ୍ଧିଛି ତ’ କିଏ ଜାଲ ଘେରୋଉଛି। ହେଲେ ପ୍ରତି ମୁହୂର୍ତ୍ତରେ ଖାଇ ଗୋଡ଼ାଉଛି ଆସନ୍ତାକାଲିର ଆଶଙ୍କା। ଖାଲି ଚରଦିଆର କାହାଣୀ ନୁହେଁ ଆମ୍ପନ ପ୍ରଭାବରେ ସବୁଠୁ ବେଶୀ ପ୍ରଭାବିତ ହେବାକୁ ଥିବା ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଜଗତ୍ସିଂହପୁରରେ ପାଖାପାଖି ସମାନ ଆଶଙ୍କା। ମୁକାବିଲା ପାଇଁ ଏକାଭଳି ଚାଲିଛି ପ୍ରସ୍ତୁତି।

୧୯ ତାରିଖରୁ ଉତ୍ତର ଓ ଉପକୂଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ବାତ୍ୟାର ପ୍ରଭାବ ଅନୁଭୂତ ହେବାକୁ ଥିବାରୁ ଯେକୌଣସି ସ୍ଥିତିର ସାମ୍ନା କରିବାକୁ ପହଞ୍ଚିଗଲେଣି ଏନ୍‌ଡିଆରଏଫ୍ ଟିମ୍ । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ମୁତୟନ ହୋଇଛନ୍ତି ୧୦ଟି ଟିମ୍  ଓଡ୍ରାଫ୍ ବି ପ୍ରସ୍ତୁତ। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସୂଚନା ଅନୁଯାୟୀ ପ୍ରଭାବିତ ହେବାକୁ ଥିବା ୧୨ ଜିଲ୍ଲାରେ ଆବଶ୍ୟକ ପଡ଼ିଲେ ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story