କଣ୍ଟ ପୁରିଲା, ବିଜୁଳି ଆସିଲାନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବାତ୍ୟା ଫୋନି ମାଡ଼ଠୁ ଢେର ଗୁଣରେ ବଢ଼ି ଗଲାଣି ରାଜଧାନୀରେ ବିଜୁଳି ଯନ୍ତ୍ରଣା। ୧୨ତାରିଖ ସୁଦ୍ଧା ସବୁ ଅଞ୍ଚଳକୁ ବିଜୁଳି ସଂଯୋଗ ନେଇ ସରକାର ଦେଇଥିବା କଣ୍ଟ ପୂରି ସାରିଥିବାବେଳେ ଭୁବନେଶ୍ୱରର ବିଭିନ୍ନ ବସ୍ତି ଅଞ୍ଚଳ ଓ ଉପକଣ୍ଠ ଗାଁ ସାଙ୍ଗରେ ସମସ୍ୟା ଆଦୌ ସୁଧୁରୁନଥିବାରୁ ଲୋକଙ୍କ ଧୈର୍ଯ୍ୟଚ୍ୟୁତି ଘଟୁଛି । ତେଣେ ଆଜି କେନ୍ଦ୍ର ଶକ୍ତି ସଚିବ ବିଜୁଳି ସ୍ଥିତିର ସମୀକ୍ଷା କରି, ବର୍ତ୍ତମାନ ସମୟରେ ଡେଡ୍‌ଲାଇନ୍ ସେଟ୍ କରିବା ଅସମ୍ଭବ ବୋଲି […]

top

Tapas Behera
  • Published: Monday, 13 May 2019
  • , Updated: 13 May 2019, 07:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବାତ୍ୟା ଫୋନି ମାଡ଼ଠୁ ଢେର ଗୁଣରେ ବଢ଼ି ଗଲାଣି ରାଜଧାନୀରେ ବିଜୁଳି ଯନ୍ତ୍ରଣା। ୧୨ତାରିଖ ସୁଦ୍ଧା ସବୁ ଅଞ୍ଚଳକୁ ବିଜୁଳି ସଂଯୋଗ ନେଇ ସରକାର ଦେଇଥିବା କଣ୍ଟ ପୂରି ସାରିଥିବାବେଳେ ଭୁବନେଶ୍ୱରର ବିଭିନ୍ନ ବସ୍ତି ଅଞ୍ଚଳ ଓ ଉପକଣ୍ଠ ଗାଁ ସାଙ୍ଗରେ ସମସ୍ୟା ଆଦୌ ସୁଧୁରୁନଥିବାରୁ ଲୋକଙ୍କ ଧୈର୍ଯ୍ୟଚ୍ୟୁତି ଘଟୁଛି । ତେଣେ ଆଜି କେନ୍ଦ୍ର ଶକ୍ତି ସଚିବ ବିଜୁଳି ସ୍ଥିତିର ସମୀକ୍ଷା କରି, ବର୍ତ୍ତମାନ ସମୟରେ ଡେଡ୍‌ଲାଇନ୍ ସେଟ୍ କରିବା ଅସମ୍ଭବ ବୋଲି କହିଛନ୍ତି।

ବାତ୍ୟା ଫୋନିର ୧୧ଦିନ ପରେ ବି କରେଣ୍ଟ ଆସିନଥିବାରୁ କେମିତି ଅହସ୍ୟ ଗରମ ସାଙ୍ଗକୁ ଗୁଳୁଗୁଳିରେ ହୀନସ୍ତା ହେଉଛନ୍ତି ରାଜଧାନୀର ଅଧିକାଂଶ ବସ୍ତି ଓ ଉପକଣ୍ଠ ଗାଁର ଲୋକେ ତାହା ଆଖିରେ ନଦେଖିଲେ ବିଶ୍ୱାସ ହେବନି । ପଟିଆ ଅଞ୍ଚଳରେ ଥିବା ଜଳିମୁଣ୍ଡା ସାହିର ବିଜୁଳି ଦୁର୍ଦ୍ଦଶା କହିଲେ ନସରେ।

ତୁରନ୍ତ ବିଦ୍ୟୁତ୍ ସଂଯୋଗ ଦାବିରେ ଲୋକେ ରାସ୍ତାକୁ ଓହ୍ଲାଇବା ପରେ ଯୁଦ୍ଧକାଳୀନ ଭିତ୍ତିରେ ଲାଇନ୍ ସଂଯୋଗ ପାଇଁ ଉଦ୍ୟମ ତ ଚାଲିଛି, ହେଲେ କେବେ ଆସିବ ନିର୍ଦ୍ଦିଷ୍ଟ ଭାବେ କାହା ପାଖରେ ଉତ୍ତର ନାହିଁ। ଜଳିମୁଣ୍ଡା ଦୁଇ ନମ୍ବର ସାହିରେ ବି ସମାନ ଅବସ୍ଥା। ବାରମ୍ବାର ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କୁ ଗୁହାରି କଲେ ବି କେହି ଶୁଣୁନଥିବା ଅଭିଯୋଗ ହେଉଛି।

ପଟିଆ ରେଳଷ୍ଟେସନ ପାଖ କଳାରାହାଙ୍ଗ, ଇଞ୍ଜଣା ଭଳି ଅନ୍ୟ ଛୋଟ ଛୋଟ ଗାଁର ବହୁ ହାରି ଗୁହାରି ଓ  ପାଟିତୁଣ୍ଡ ପରେ ବି ଲାଇନ୍ ସଂଯୋଗ ନହେବାରୁ ଶେଷରେ ଇଞ୍ଜଣା ଗାଁ ଲୋକେ ପଟିଆ-ମଞ୍ଚେଶ୍ୱର-କିଟ୍ ରାସ୍ତା ଅବରୋଧ କରିଥିଲେ । ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ପୁଳିସ ବି ମୁତୟନ ହୋଇଛନ୍ତି।ତେବେ ସବୁଠୁ ବଡ଼ କଥା ହେଲା ଗାଁ ଲୋକେ ନିଜସ୍ୱ ଖର୍ଚ୍ଚରେ ଖୁଣ୍ଟ ‌ଆଣି ମୂଲିଆ ଲଗାଇ ପୋତାପୋତି କାମ ସାରିଥିଲେ ବି ଏଥିରେ ତାର ଟାଣିବାକୁ ବିଦ୍ୟୁତ୍ ବିଭାଗ ଅଧିକାରୀ ଆଦୌ ମନ ଦେଉନଥିବା ଅଭିଯୋଗ ଆସିଛି।

Related story