୪ଜିଲ୍ଲାରେ ଛୁଟି ବାତିଲ, ୭୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ମୁହାଁ ହେଉଛି ସାମୁଦ୍ରିକ ଝଡ ଫୋନି। ଚେନ୍ନାଇଠାରୁ ବଙ୍ଗୋପସାଗରରେ ୮୪୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇ ଧୀରେ ଧୀରେ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି ଏହି ସାମୁଦ୍ରିକ ଝଡ଼। ୧ ତାରିଖରୁ ଦିଗ ପରିବର୍ତ୍ତନ କରି ଓଡ଼ିଶା ଉପକୂଳ ଆଡକୁ ମୁହାଁଇବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ବା ଆଇଏମ୍‌ଡି। ଏବେ ଏହା ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇ ସାରିଥିବା ବେଳେ ଆସନ୍ତାକାଲି ସକାଳ ସୁଦ୍ଧା ଭେରି […]

ok

Jitendra Garnayak
  • Published: Monday, 29 April 2019
  • , Updated: 29 April 2019, 08:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ମୁହାଁ ହେଉଛି ସାମୁଦ୍ରିକ ଝଡ ଫୋନି। ଚେନ୍ନାଇଠାରୁ ବଙ୍ଗୋପସାଗରରେ ୮୪୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇ ଧୀରେ ଧୀରେ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି ଏହି ସାମୁଦ୍ରିକ ଝଡ଼। ୧ ତାରିଖରୁ ଦିଗ ପରିବର୍ତ୍ତନ କରି ଓଡ଼ିଶା ଉପକୂଳ ଆଡକୁ ମୁହାଁଇବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ବା ଆଇଏମ୍‌ଡି। ଏବେ ଏହା ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇ ସାରିଥିବା ବେଳେ ଆସନ୍ତାକାଲି ସକାଳ ସୁଦ୍ଧା ଭେରି ସିଭିୟର୍ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ଓ ମେ ୨ ଓ ୩ ତାରିଖ ଦୁଇ ଦିନ ଧରି ଓଡ଼ିଶାରେ କୋପ ଦେଖାଇବ।  ୨ତାରିଖରେ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ସେହିପରି ୩ ତାରିଖରୁ ପବନର ବେଗ ୭୦ କିଲୋମିଟର ପର୍ଯ୍ୟନ୍ତ ବଢିବା ସହ ଅତି ପ୍ରବଳ ବର୍ଷାର ମଧ୍ୟ ଆଶଙ୍କା ରହିଛି। ଏହି ସମୟରେ ସମୁଦ୍ର ଅତି ଅଶାନ୍ତ ହେବା କାରଣରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସଚିବାଳୟରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି।  ଏହା ସହ ଗଞ୍ଜାମ, କେନ୍ଦ୍ରାପଡ଼ା, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ସବୁ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ୍ କରିଦିଆଯାଇଛି। ଲୋକମାନଙ୍କୁ ସଚେତନ କରିବାକୁ ବ୍ୟବସ୍ଥା ହେଉଥିବା ଖାଦ୍ୟ ସାମଗ୍ରୀ ମହଜୁଦ୍‌ ରଖିବାକୁ ପ୍ରଶାସନିକ ସ୍ତରରେ ବ୍ୟବସ୍ଥା କରାଯାଉଛି।

ଫୋନି ମୁକାବିଲା ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ ବୈଠକରେ ସ୍ୱତନ୍ତ୍ର ରିଲିଫ୍ କମିଶନର୍, ପୋଲିସ ଡିଜିଙ୍କ ସହ ଏନ୍‌ଡିଆରଏଫ୍, ସ୍ଥଳସେନା, ନୌସେନା, ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଉପକୂଳ ଓ ଦକ୍ଷିଣ ଓଡିଶାର ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏନ୍‌ଡିଆରଏଫ୍‌ ୧୨ , ଓଡ୍ରାଫ୍‌ ୨୦ ଓ ୩୩୫ଟି ଫାୟର ଷ୍ଟେସନ ୟୁନିଟ୍‌ ଏଥିପାଇଁ ସଜାଗ ରଖାଯିବ ସାଇକ୍ଲୋନ୍ ସେଣ୍ଟରଗୁଡିକୁ ପ୍ରସ୍ତୁତ ରଖାଯାଉଥିବା ଏସଆରସି ସୂଚନା ଦେଇଛନ୍ତି ।

ସେପଟେ କେନ୍ଦ୍ର କ୍ୟାବିନେଟ୍ ସେକ୍ରଟେରୀ ମଧ୍ୟ ସାମ୍ଭାବ୍ୟ ବାତ୍ୟା ନେଇ ମୁଖ୍ୟଶାସନ ସଚିବଙ୍କ ସହ ଭିଡିଓ କନଫରେନିସିଂ ଯୋଗେ ଆଲୋଚନା କରିଛନ୍ତି। ସାମୁଦ୍ରିକ ଝଡ଼ ଫୋନି ୨ ତାରିଖ ସକାଳ ସୁଦ୍ଧା ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନାରେ ଦର୍ଶାଯାଇଛି।

Related story