ବାତ୍ୟା ଆଶଙ୍କା: ଆଡଭାଇଜରି ଜାରି କଲା ରାଜ୍ୟ କୃଷି ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ଆଶଙ୍କା ମଧ୍ୟରେ ଓଡ଼ିଶାରେ ବାତ୍ୟା ହେବାର ଆଶଙ୍କା କରି ରାଜ୍ୟ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କ ନିମନ୍ତେ ଆଜି ଆଡଭାଇଜରି ଜାରି ହୋଇଛି। ବିଶେଷକରି ବାତ୍ୟା ପ୍ରଭାବରେ ରାଜ୍ୟର ୭ଟି ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା କରାଯାଇଛି। କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ଆଡଭାଇଜାରି ଅନୁସାରେ , ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଓ ଲଘୁଚାପ ଯୋଗୁ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ୧୪ରୁ ୧୮ତାରିଖ ମଧ୍ୟରେ […]

bvmm

Tapas Behera
  • Published: Thursday, 14 May 2020
  • , Updated: 14 May 2020, 09:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ଆଶଙ୍କା ମଧ୍ୟରେ ଓଡ଼ିଶାରେ ବାତ୍ୟା ହେବାର ଆଶଙ୍କା କରି ରାଜ୍ୟ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କ ନିମନ୍ତେ ଆଜି ଆଡଭାଇଜରି ଜାରି ହୋଇଛି। ବିଶେଷକରି ବାତ୍ୟା ପ୍ରଭାବରେ ରାଜ୍ୟର ୭ଟି ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା କରାଯାଇଛି।

କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ଆଡଭାଇଜାରି ଅନୁସାରେ , ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଓ ଲଘୁଚାପ ଯୋଗୁ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ୧୪ରୁ ୧୮ତାରିଖ ମଧ୍ୟରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ଧୀରେଧୀରେ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ପୁରୀ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ସହ ଅଧିକ ବେଗରେ ପବନ ବୋହିବାର ସମ୍ଭାବନା ରହିଛି।

ତେଣୁ ଅମଳ ଉପଯୋଗୀ ଡାଳୁଅ ଧାନକୁ କାଟି ଆଣି ସୁରକ୍ଷିତ ସ୍ଥାନରେ ସାଇତି ରଖିବା, ପନିପରିବା ଓ ଫୁଲଚାଷ ହୋଇଥିବା ଜମିରୁ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ସାମୟିକ ଭାବେ କୀଟନାଶକ ଔଷଧ ସିଂଚନ ଓ ଜଳସେଚନ ବନ୍ଦ କରିବାକୁ ମଧ୍ୟ ବିଭାଗ କହିଛି। ଗାଈଗୋରୁମାନଙ୍କ ପାଇଁ ଯଥେଷ୍ଟ ପରିମାଣର ଶୁଖିଲା ଖାଦ୍ୟ ଓ ପାଣି ସଂଚୟ କରି ଘରେ ରଖିବା ସହ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।

Related story