ସ୍ଥଳଭାଗ ଛୁଇଁଲା ‘ତିତ୍‌ଲି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲ୍ୟାଣ୍ଡଫଲ୍ କରିଛି ବାତ୍ୟା ‘ତିତ୍‌ଲି’। ଗୋପାଳପୁରର ଦକ୍ଷିଣ-ପଶ୍ଚିମରେ ଏହା ସ୍ଥଳଭାଗ ଛୁଇଁ ଥିଲା। ପଲାସା ନିକଟରେ ଏହା ସ୍ଥଳଭାଗ ଛୁଇଁ ଥିଲା। ‘ତିତ୍‌ଲି’ ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୫୦ କିଲୋମିଟର ରହିଥିଲା। ଏହା ଏବେ ଗଞ୍ଜାମ ଜିଲ୍ଲା ଦେଇ ଓଡ଼ିଶାକୁ ଅତିକ୍ରମ କରୁଛି। ଫଳରେ ପୂରା ଗଞ୍ଜାମ ଜିଲ୍ଲା ‘ତିତ୍‌ଲି’ କବଳରେ ରହିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି। ଗୋପାଳପୁରରେ ଜୋରରେ ବର୍ଷା ହେଉଛି। ସମୁଦ୍ର […]

odisha

odisha

Jitendra Garnayak
  • Published: Thursday, 11 October 2018
  • Updated: 11 October 2018, 11:33 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲ୍ୟାଣ୍ଡଫଲ୍ କରିଛି ବାତ୍ୟା ‘ତିତ୍‌ଲି’। ଗୋପାଳପୁରର ଦକ୍ଷିଣ-ପଶ୍ଚିମରେ ଏହା ସ୍ଥଳଭାଗ ଛୁଇଁ ଥିଲା। ପଲାସା ନିକଟରେ ଏହା ସ୍ଥଳଭାଗ ଛୁଇଁ ଥିଲା। ‘ତିତ୍‌ଲି’ ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୫୦ କିଲୋମିଟର ରହିଥିଲା।

ଏହା ଏବେ ଗଞ୍ଜାମ ଜିଲ୍ଲା ଦେଇ ଓଡ଼ିଶାକୁ ଅତିକ୍ରମ କରୁଛି। ଫଳରେ ପୂରା ଗଞ୍ଜାମ ଜିଲ୍ଲା ‘ତିତ୍‌ଲି’ କବଳରେ ରହିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି।

[caption id="attachment_287024" align="aligncenter" width="750"]sea ଗୋପାଳପୁରରେ ସମୁଦ୍ର ଅଶାନ୍ତ ହୋଇପଡ଼ିଛି[/caption]

ଗୋପାଳପୁରରେ ଜୋରରେ ବର୍ଷା ହେଉଛି। ସମୁଦ୍ର ଅଶାନ୍ତ ହୋଇପଡ଼ିଛି। ବଡ଼ ବଡ଼ ଜୁଆର ଆସୁଛି। ଏବେ ଗୋପାଳପୁରରେ ପବନର ବେଗ ଘଣ୍ଟାପ୍ରତି ୧୨୬ କିଲୋମିଟର ରହିଛି।

ପବନ ଯୋଗୁଁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଗଛ ଉପୁଡ଼ି ପଡ଼ିଥିବା ଯୋଗୁ ଗୋପାଳପୁର ଓ ବ୍ରହ୍ମପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ଗଜପତି ଜିଲ୍ଲାରେ ମଧ୍ୟ ପବନ ଯୋଗୁ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ଖବର ଆସିଛି।

ପୂର୍ବ ସୂଚନା ମୁତାବକ ଯେଉଁ ଯେଉଁ ଜିଲ୍ଲା ଦେଇ ‘ତିତ୍‌ଲି’ ଅତିକ୍ରମ କରିବ ସେହି ସବୁ ସ୍ଥାନରେ ବର୍ଷା ସାଙ୍ଗକୁ ପବନର ବେଗ ବଢ଼ିବ। ପ୍ରାୟ ୧୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଗତକାଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, କୋରାପୁଟ,କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ବଲାଙ୍ଗିର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ୱର ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ କରାଯାଇଥିଲା। ଏଠାରେ ପ୍ରବଳ ବର୍ଷା ହେବ।

‘ତିତ୍‌ଲି’ ଲ୍ୟାଣ୍ଡଫଲ୍ କରିବା ପରେ ଏବେ ଉତ୍ତର ଓଡ଼ିଶା ପ୍ରତି ବିପଦ ରହିଛି। କାରଣ ଏହା ସେହି ବାଟ ଦେଇ ପଶ୍ଚିମ ବଙ୍ଗ ଆଡ଼କୁ ଯିବ ବୋଲି କୁହାଯାଉଛି। ଏହାର ପ୍ରଭାବରେ ବାଲେଶ୍ୱର,ଭଦ୍ରକ ଓ ମୟୂରଭଞ୍ଜ ପ୍ରଭୃତି ଜିଲ୍ଲାରେ ଜୋର୍ ବର୍ଷା ହେବ। ତା’ସାଙ୍ଗକୁ ପବନ ମଧ୍ୟ ବହିବ। ଏସବୁ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos