ଆସୁଛି ବାତ୍ୟା! ଜାରି ହେଲା ସତର୍କ ସୂଚନା, ସବୁ ଜିଲ୍ଲାପାଳଙ୍କୁ ଚିଠି, ଚାଷୀଙ୍କୁ ପରାମର୍ଶ ଶୀଘ୍ର ଧାନ କାଟ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ  ବାତ୍ୟାର ରୂପ  ନେବା ଆଶଙ୍କା ରହିଛି। ଏହାର ପ୍ରଭାବରେ ବର୍ଷା ହେବା ସମ୍ଭାବନା ରହିଛି । ୭ରୁ ଦକ୍ଷିଣ ଓଡ଼ିଶାର ୪ଟି ଜିଲ୍ଲାରେ ବର୍ଷା ହୋଇପାରେ। କୋରାପୁଟ, ମାଲକାନଗିରି, ଗଜପତି, ଗଂଜାମରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାରେ ୮ ଓ ୯ ତାରିଖରେ ବର୍ଷା ବଢ଼ିବା ନେଇ ଆଶଙ୍କା କରାଯାଉଛି।  ସେପଟେ ସମ୍ଭାବ୍ୟ ବର୍ଷା ପୂର୍ବରୁ ଫସଲକୁ ସୁରକ୍ଷିତ ରଖିବା ଲାଗି […]

cyclone -2

Rakesh Mallick
  • Published: Sunday, 03 December 2017
  • , Updated: 03 December 2017, 09:19 PM IST

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ  ବାତ୍ୟାର ରୂପ  ନେବା ଆଶଙ୍କା ରହିଛି। ଏହାର ପ୍ରଭାବରେ ବର୍ଷା ହେବା ସମ୍ଭାବନା ରହିଛି । ୭ରୁ ଦକ୍ଷିଣ ଓଡ଼ିଶାର ୪ଟି ଜିଲ୍ଲାରେ ବର୍ଷା ହୋଇପାରେ। କୋରାପୁଟ, ମାଲକାନଗିରି, ଗଜପତି, ଗଂଜାମରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାରେ ୮ ଓ ୯ ତାରିଖରେ ବର୍ଷା ବଢ଼ିବା ନେଇ ଆଶଙ୍କା କରାଯାଉଛି।  ସେପଟେ ସମ୍ଭାବ୍ୟ ବର୍ଷା ପୂର୍ବରୁ ଫସଲକୁ ସୁରକ୍ଷିତ ରଖିବା ଲାଗି ଚାଷୀମାନଙ୍କୁ ପରାମର୍ଶ ଦେଇଛି ରାଜ୍ୟସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ।

ଯେଉଁ ଅଞ୍ଚଳରେ ଚାଷୀମାନେ ଧାନ ଅମଳ ସାରିଛନ୍ତି, ଅମଳ ଧାନକୁ ସୁରକ୍ଷିତ ସ୍ଥାନରେ ସାଇତି ରଖିବା ସହ ଘୋଡ଼ାଇ ରଖନ୍ତୁ । ଯେଉଁଠି ଅମଳ ହୋଇନି ସେଠାରେ ଚାଷୀମାନେ ତୁରନ୍ତ ଅମଳ କରିବାକୁ ରାଜସ୍ୱ ବିଭାଗ ପରାମର୍ଶ ଦେଇଛି। ସେହିପରି ମଣ୍ଡିଗୁଡ଼ିକରେ ଥିବା ଧାନ ଯେପରି ନଷ୍ଟ ନହୁଏ ସେଥିପାଇଁ ମଧ୍ୟ ପଦକ୍ଷେପ ନେବାକୁ କୁହାଯାଇଛି।  ଏ ନେଇ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏସ୍‌ଆରସି ତଥା ସ୍ୱତନ୍ତ୍ର ରିଲିଫ୍‌ କମିଶନର  ଚିଠି ଲେଖିଛନ୍ତି। ଏପଟେ ଫସଲ ସୁରକ୍ଷା ନେଇ ଆସନ୍ତାକାଲି ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ଓୟୁଏଟିର କୂଳପତି ସୁରେନ୍ଦ୍ରନାଥ ପଶୁପାଳକ ସୂଚନା ଦେଇଛନ୍ତି।

Related story