ମତେ ଯେତେ ଆଘାତ କରିବ ଚମକିବି, ଭିଜିଲାନ୍ସ କୋର୍ଟରେ ଦୋଷମୁକ୍ତ ପରେ କହିଲେ ବିଧାୟକ

ଜୟପୁର(ଓଡ଼ିଶା ରିପୋର୍ଟର): ମତେ ଯେତେ ଆଘାତ କରିବେ ସେତିକି ଚମକିବି। ଠିକ ଯେପରି ସୁନାକୁ ମାଜିଲେ ଚମକି ଥାଏ। ଆଗରୁ ଭୋଟରେ ଜିତିଥିଲି, ଏବେ କୋର୍ଟରେ ଜିତିଲି। ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗ ମାମଲାରେ ଭିଜିଲାନ୍ସ କୋର୍ଟରୁ ଆଜି ନିର୍ଦ୍ଦୋଷରେ ଖଲାସ ପରେ ଏଭଳି କହିଛନ୍ତି ନବରଙ୍ଗପୁର ଜିଲ୍ଲା ଡାବୁଗାଁର ବିଜେଡି ବିଧାୟକ ମନୋହର ରନ୍ଧାରୀ। ଗତ ୨୦୧୩ ମସିହା ନବରଙ୍ଗପୁର ଜିଲ୍ଲା  ନନ୍ଦାହାଣ୍ଡି ବ୍ଲକ ଆକାଉଣ୍ଟାଣ୍ଟ କମ ଷ୍ଟୋର ଇନଚାର୍ଜ ଥିବାବେଳେ ସେ ସରକାରୀ ଟଙ୍କା […]

Dabuga-MLA

Dabuga-MLA

Niranjan Mishra
  • Published: Friday, 27 May 2022
  • Updated: 27 May 2022, 04:39 PM IST

Sports

Latest News

ଜୟପୁର(ଓଡ଼ିଶା ରିପୋର୍ଟର): ମତେ ଯେତେ ଆଘାତ କରିବେ ସେତିକି ଚମକିବି। ଠିକ ଯେପରି ସୁନାକୁ ମାଜିଲେ ଚମକି ଥାଏ। ଆଗରୁ ଭୋଟରେ ଜିତିଥିଲି, ଏବେ କୋର୍ଟରେ ଜିତିଲି। ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗ ମାମଲାରେ ଭିଜିଲାନ୍ସ କୋର୍ଟରୁ ଆଜି ନିର୍ଦ୍ଦୋଷରେ ଖଲାସ ପରେ ଏଭଳି କହିଛନ୍ତି ନବରଙ୍ଗପୁର ଜିଲ୍ଲା ଡାବୁଗାଁର ବିଜେଡି ବିଧାୟକ ମନୋହର ରନ୍ଧାରୀ।

ଗତ ୨୦୧୩ ମସିହା ନବରଙ୍ଗପୁର ଜିଲ୍ଲା  ନନ୍ଦାହାଣ୍ଡି ବ୍ଲକ ଆକାଉଣ୍ଟାଣ୍ଟ କମ ଷ୍ଟୋର ଇନଚାର୍ଜ ଥିବାବେଳେ ସେ ସରକାରୀ ଟଙ୍କା ଆତ୍ମସାତ କରିଥିବା ନେଇ ମାମଲା ହୋଇଥିଲା। ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟରେ ଏହି ମାମଲା ଚାଲିଥିଲା। ଗତ ୨୦୦୬ ରୁ ୨୦୦୯ ପର୍ଯ୍ୟନ୍ତ ଲୋକାଲ ଅଡିଟ ସହ ସ୍ପେଶାଲ ଅଡିଟ ଓ ଏସପି ଭିଜିଲାନ୍ସ ଜୟପୁରଙ୍କ ତଦନ୍ତ ରିପୋର୍ଟରେ ୬ ଲକ୍ଷ ୨୯ହଜାର ୯୯୬ଟଙ୍କା ଆତ୍ମସାତ ହୋଇଥିବା ପ୍ରମାଣିତ ହୋଇଥିଲା।

ପୂର୍ବରୁ ଏ ଘଟଣାରେ ନିଜେ ବିଧାୟକ ଦୋଷ ସ୍ୱୀକାର କରି ତିନୋଟି ପର୍ଯ୍ୟାୟରେ ଟଙ୍କା ଫେରସ୍ତ କରିଥିଲେ। ବିଧାୟକ ରନ୍ଧାରୀ ବିରୋଧରେ ଏନେଇ ୨୦୧୩ରେ ନବରଙ୍ଗପୁର ଜିଲ୍ଲା କୋଡିଙ୍ଗାର ପୂର୍ବତନ କଂଗ୍ରେସ ବିଧାୟକ ସଦନ ନାଏକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ତେବେ କୋର୍ଟ ନିର୍ଦ୍ଦୋଷ କହିବା ପରେ ଶ୍ରୀ ରାନ୍ଧାରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସତ୍ୟର ଜୟ ହୋଇଛି ବି କହିଛନ୍ତି। ଯାହା ଆଲୋଚନାର ବିଷୟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos