ମହାପ୍ରଭୁଙ୍କୁ ସନ୍ଧ୍ୟାରେ ଦେଲେ ମଧ୍ୟାହ୍ନ ଭୋଜନ

ପୁରୀ(ଓଡ଼ିଶା ରିପୋର୍ଟର): କାର୍ତ୍ତିକ ମାସ ପଞ୍ଚୁକରେ ଆଜି ତୃତୀୟ ଦିନରେ ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାବିଗ୍ରହ ତ୍ରିବିକ୍ରମ ବେଶରେ ବିଭୂଷିତ ହୋଇଛନ୍ତି। ଏହି ବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଗହଳି ହୋଇଥିଲା। ରବିବାର ଥିବାରୁ ବଡ଼ଦାଣ୍ଡରେ ପାଦ ପକାଇବାକୁ ଜାଗା ଅଭାବ ପଡ଼ିଥିଲା। ତ୍ରିବିକ୍ରମ ବେଶର ଅନ୍ୟନାମ ଡାଳିକିଆ ବେଶ। ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥଙ୍କ ମସ୍ତକରେ ସୁବର୍ଣ୍ଣ କିଆ ଲାଗି ହୋଇଥିଲା। ପଞ୍ଚୁକର ଗତଦୁଇଦିନ ଆଜି ମଧ୍ୟ ନୀତି ବିଳମ୍ବ ହୋଇଥିଲା। ଠାକୁରଙ୍କୁ ମଧ୍ୟାହ୍ନ ଭୋଜନ ସନ୍ଧ୍ୟାରେ […]

puri

  • Published: Sunday, 06 November 2022
  • , Updated: 06 November 2022, 10:48 PM IST

ପୁରୀ(ଓଡ଼ିଶା ରିପୋର୍ଟର): କାର୍ତ୍ତିକ ମାସ ପଞ୍ଚୁକରେ ଆଜି ତୃତୀୟ ଦିନରେ ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାବିଗ୍ରହ ତ୍ରିବିକ୍ରମ ବେଶରେ ବିଭୂଷିତ ହୋଇଛନ୍ତି। ଏହି ବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଗହଳି ହୋଇଥିଲା। ରବିବାର ଥିବାରୁ ବଡ଼ଦାଣ୍ଡରେ ପାଦ ପକାଇବାକୁ ଜାଗା ଅଭାବ ପଡ଼ିଥିଲା। ତ୍ରିବିକ୍ରମ ବେଶର ଅନ୍ୟନାମ ଡାଳିକିଆ ବେଶ। ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥଙ୍କ ମସ୍ତକରେ ସୁବର୍ଣ୍ଣ କିଆ ଲାଗି ହୋଇଥିଲା। ପଞ୍ଚୁକର ଗତଦୁଇଦିନ ଆଜି ମଧ୍ୟ ନୀତି ବିଳମ୍ବ ହୋଇଥିଲା। ଠାକୁରଙ୍କୁ ମଧ୍ୟାହ୍ନ ଭୋଜନ ସନ୍ଧ୍ୟାରେ ଦିଆଯାଇଥିଲା। ସକାଳ ଧୂପ ସରିବା ବେଳକୁ ସମୟ ୧୧.୫୫ ହୋଇଥିବା ବେଳେ ମଧ୍ୟାହ୍ନ ଧୂପ ସନ୍ଧ୍ୟା ୬ଟା ୧୫ରେ ସରିଥିଲା। ଯେତେବେଳେ କି ମଧ୍ୟାହ୍ନ ଧୂପ ସାଢ଼େ ୧୨ଟା ସୁଦ୍ଧା ସରିବା କଥା। ତେଣୁ ଶ୍ରଦ୍ଧାଳୁମାନଙ୍କୁ ଆବଶ୍ୟକ ଅବଢ଼ା ପାଇବା ପାଇଁ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ଯାହା ପ୍ରଶାସନ ଓ ସେକଙ୍କ ଭିତରେ ସମନ୍ୱୟର ଅଭାବକୁ ସୂଚାଇଛି। ତେବେ ବେଶ ଦିନ ୯.୨୫ରେ ଶେଷ ହୋଇଥିଲା।

ସେପଟେ ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କର ସୁନାବେଶ ବା ରାଜାଧିରାଜ ବେଶ ଅନୁଷ୍ଠିତ ହେବ। ସେହିଦିନ ଚନ୍ଦ୍ରଗ୍ରହଣ ମଧ୍ୟ ପଡୁଛି। ସକାଳ ୫ଟା ୫୪ ମିନିଟ୍ ୫୩ ସେକେଣ୍ଡରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ ହେବ। ତେଣୁ ଏହା ପୂର୍ବଦିନ ରାତି ୧୨ଟା ୧୦ରେ ଦ୍ୱାର ଫିଟା, ରାତି ୨ଟା ୩୦ ସୁଦ୍ଧା ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ସରିବ। ୮ ତାରିଖ ସକାଳ ୫ଟା ୫୦ ସୁଦ୍ଧା ଭୋଗମଣ୍ଡପ ଶେଷ କରିବା ପାଇଁ ଛତିଶା ନିଯୋଗ ବୈଠକରେ ପୂର୍ବରୁ ନିଷ୍ପତ୍ତି ହୋଇଛି। ତେବେ ଦେବ ନୀତି ନିଷେଧ ଓ ଚନ୍ଦ୍ରଗ୍ରହଣ ସ୍ୱତନ୍ତ୍ର ନୀତି ଯୋଗୁଁ ଶ୍ରଦ୍ଧାଳୁମାନେ ଦୁର୍ଲଭ ସୁନାବେଶ ଦେଖିପାରିବେ କି ନାହିଁ, ତାହା ଅସ୍ପଷ୍ଟ ରହିଛି।

Related story