ଦିନ ମଜୁରିଆଙ୍କ ପୁଅ ଆଜି ଓଏଏସ୍‌

କାମାକ୍ଷାନଗର(ବିଦ୍ୟାଧର ବରାଳ): ଦିନ ମଜୁରିଆ ବାପା ମାଆ। ଅଭାବ, ଅନଟନ ଓ ସଂଘର୍ଷମୟ ଥିଲା ବାଲ୍ୟ ଜୀବନ। ତଥାପି ହାର ମାନିନଥିଲେ। ସଂଘର୍ଷ କରିଥିଲେ। ପାଠ ପଢ଼ାଉଥିଲେ ଓ ପଢ଼ୁଥିଲେ। କିଛି ହେବାର ଲକ୍ଷ୍ୟ ରଖିଥିଲେ। ଆଉ ପୁଅର ପାଠ ପଢ଼ା ପ୍ରତି ଥିବା ଏପରି ନିଷ୍ଠା ଦେଖି ବାପା ଓ ମାଆ ମଧ୍ୟ ହତବାକ୍‌ ହୋଇଯାଇଥିଲେ। ସହଯୋଗର ହାତ ବଢ଼ାଇ ଥିଲେ। ଆର୍ଥିକ ଅନଟନ ଭିତରେ ପରିବାର ଗତି କରୁଥିଲେ ମଧ୍ୟ ପୁଅକୁ ସବୁ ପ୍ରକାର […]

Muna-Sethi

  • Published: Saturday, 08 October 2022
  • , Updated: 08 October 2022, 08:08 PM IST

କାମାକ୍ଷାନଗର(ବିଦ୍ୟାଧର ବରାଳ): ଦିନ ମଜୁରିଆ ବାପା ମାଆ। ଅଭାବ, ଅନଟନ ଓ ସଂଘର୍ଷମୟ ଥିଲା ବାଲ୍ୟ ଜୀବନ। ତଥାପି ହାର ମାନିନଥିଲେ। ସଂଘର୍ଷ କରିଥିଲେ। ପାଠ ପଢ଼ାଉଥିଲେ ଓ ପଢ଼ୁଥିଲେ। କିଛି ହେବାର ଲକ୍ଷ୍ୟ ରଖିଥିଲେ। ଆଉ ପୁଅର ପାଠ ପଢ଼ା ପ୍ରତି ଥିବା ଏପରି ନିଷ୍ଠା ଦେଖି ବାପା ଓ ମାଆ ମଧ୍ୟ ହତବାକ୍‌ ହୋଇଯାଇଥିଲେ। ସହଯୋଗର ହାତ ବଢ଼ାଇ ଥିଲେ। ଆର୍ଥିକ ଅନଟନ ଭିତରେ ପରିବାର ଗତି କରୁଥିଲେ ମଧ୍ୟ ପୁଅକୁ ସବୁ ପ୍ରକାର ସହାୟତା ଯୋଗାଇ ଦେଉଥିଲେ। ଯେଉଁଥିପାଇଁ ଆଜି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ମୁନ୍ନା ସେଠୀ। ପ୍ରକାଶ ପାଇଥିବା ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ୭ ନମ୍ୱର ରାଙ୍କ ଅଧିକାର କରିଛନ୍ତି।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତ କଟାବାହଳ ଗାଁର ରବୀନ୍ଦ୍ର ସେଠୀ ଓ ମାଆ ବାସନ୍ତୀ ସେଠୀଙ୍କ ସାନ ପୁଅ ହେଉଛନ୍ତି ମୁନ୍ନା ସେଠୀ। ଶୁକ୍ରବାର ପ୍ରକାଶ ପାଇଥିବା ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ମୁନ୍ନା ପାସ୍‌ କରିଛନ୍ତି। କଠିନ ପରିଶ୍ରମ ଯୋଗୁ ଏହି ସଫଳତା ପାଇଛନ୍ତି। ମୁନ୍ନାଙ୍କ ଏହି ସଫଳତା ପଛରେ ରହିଛି ବହୁ ସଂଘର୍ଷ।

ବାପା ଦିନ ମଜୁରିଆ ଓ ମାଆ ଗାଁ ଲୋକଙ୍କ ଲୁଗା ପଟା ସଫା କରି ଯାହା ଉପାର୍ଜନ କରୁଥିଲେ ସେଥିରେ ଚଳୁଥିଲା ପୂରା ପରିବାର। ନାନା ଅର୍ଥିକ ସଙ୍କଟ ଭିତରେ ଘାଣ୍ଟି ହେଉଥିଲେ ମଧ୍ୟ ରବୀନ୍ଦ୍ର ପିଲାମାନଙ୍କୁ ପାଠ ପଢ଼ାଇବାକୁ ଭଲିନଥିଲେ। ଦୁଃଖ କଷ୍ଟରେ ପରିବାର ଚଳୁଥିଲେ ମଧ୍ୟ ପିଲାଙ୍କ ପାଖରେ ଖଞ୍ଜି ଦେଉଥିଲେ ପାଠ ପଢ଼ା ସରଞ୍ଜାମ। ମୁନ୍ନା ସବୁବେଳେ ମନଦେଇ ପାଠ ପଢ଼ୁଥିଲେ।

ଦେଖିବାକୁ ଗଲେ ମୁନ୍ନା ସେଠୀଙ୍କ ପାଠ ପଢ଼ା ଗାଁ ସ୍କୁଲରେ ଆରମ୍ଭ ହୋଇଥିଲା। ପରେ ସରାଙ୍ଗ ନବୋଦୟକୁ ପାଠ ପଢ଼ିବା ପାଇଁ ଯାଇଥିଲେ। ତା’ପରେ କଟକ ପଳାଇ ଆସିଥିଲେ। ସେଠାରେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ବିଏ ପାସ୍‌ କରିଥିଲେ। ମୁନ୍ନା ଜଣେ ମେଧାବୀ ଛାତ୍ର ଥିବାରୁ ଅଧିକ ପାଠ ପଢ଼ିବା ପାଇଁ ଭୁବନେଶ୍ୱରକୁ ଚାଲି ଯାଇଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଜି କରୁଥିଲେ। ହେଲେ ଭାଗ୍ୟ ସାଥ୍‌ ଦେଲାନାହିଁ। ଟିବି ରୋଗରେ ଆକ୍ରାନ୍ତ ହେଲେ। ତେଣୁ ଅଧାରେ ରହିଲା ପିଜି ସ୍ୱପ୍ନ। ଦେହ ଅସୁସ୍ଥ ହେବାରୁ ପାଠ ପଢ଼ା ଛାଡ଼ି ଜନ୍ମମାଟିକୁ ଫେରି ଆସିଲେ।

୨୦୧୬ ମସିହାରେ ଗାଁକୁ ଫେରି ଆସିବା ପରେ ମୁନ୍ନା ଘରେ ଖାଲି ବସିବା ପରିବର୍ତ୍ତେ ଟ୍ୟୁସନ୍‌ ଆରମ୍ଭ କଲେ। ଘରକୁ ଘର ବୁଲି ପିଲାଙ୍କୁ ପାଠ ପଢ଼ାଇଲେ।  ଏଥିସହ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ। ପ୍ରଥମ ଏଟେମ୍ପ୍ଟରେ ସେ ପ୍ରିଲିମ୍‌ କ୍ଲିୟର କରିପାରିନଥିଲେ। ଦ୍ୱିତୀୟ ଓ ତୃତୀୟ ଏଟେମ୍ପ୍ଟରେ ମେନ୍‌ କ୍ଲିୟର କରିପାରିନଥିଲେ। ତେବେ ଚତୁର୍ଥ ଏଟେମ୍ପ୍ଟରେ ଓଏଏସ୍‌ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିଲେ ମୁନ୍ନା। ଆଉ ରଖିଥିଲେ ୭୬ ତମ ରାଙ୍କ। ମୁନ୍ନାଙ୍କ ଏହି ସଫଳତା ପରେ ଗାଁରେ ଖୁସିରେ ଲହର ଖେଳି ଯାଇଛି।

 

Related story