୭ ଟଙ୍କା ବଢ଼ିଲା ଶ୍ରମିକଙ୍କ ଦୈନିକ ସର୍ବନିମ୍ନ ମଜୁରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ସର୍ବନିମ୍ନ ମଜୁରୀ ପରିମାଣକୁ ବୃଦ୍ଧି କରିଛନ୍ତି। ସବୁବର୍ଗର ଶ୍ରମିକଙ୍କ ମଜୁରୀରେ ଦୈନିକ ୭ ଟଙ୍କା ବୃଦ୍ଧି ହୋଇଛି ଓ ଏହା ପିଛିଲା ଭାବେ ଚଳିତ ମାସ ପହିଲାରୁ କାର୍ଯ୍ୟକାରୀ ହେବ। ଏନେଇ ରାଜ୍ୟ ଶ୍ରମ କମିଶନରଙ୍କ ପକ୍ଷରୁ ଗତକାଲି ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ସର୍ବନିମ୍ନ ମଜୁରୀ ପରାମର୍ଶଦାତା ବୋର୍ଡର ପରାମର୍ଶ ଓ ହାରାହାରି ଖାଉଟି ଦର ଇଣ୍ଡେକ୍ସକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶ୍ରମିକମାନଙ୍କ ମଜୁରୀ ବୃଦ୍ଧି ନିମନ୍ତେ […]

labour

labour

Ordigital Desk
  • Published: Thursday, 20 October 2022
  • Updated: 20 October 2022, 08:02 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ସର୍ବନିମ୍ନ ମଜୁରୀ ପରିମାଣକୁ ବୃଦ୍ଧି କରିଛନ୍ତି। ସବୁବର୍ଗର ଶ୍ରମିକଙ୍କ ମଜୁରୀରେ ଦୈନିକ ୭ ଟଙ୍କା ବୃଦ୍ଧି ହୋଇଛି ଓ ଏହା ପିଛିଲା ଭାବେ ଚଳିତ ମାସ ପହିଲାରୁ କାର୍ଯ୍ୟକାରୀ ହେବ।

ଏନେଇ ରାଜ୍ୟ ଶ୍ରମ କମିଶନରଙ୍କ ପକ୍ଷରୁ ଗତକାଲି ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ସର୍ବନିମ୍ନ ମଜୁରୀ ପରାମର୍ଶଦାତା ବୋର୍ଡର ପରାମର୍ଶ ଓ ହାରାହାରି ଖାଉଟି ଦର ଇଣ୍ଡେକ୍ସକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶ୍ରମିକମାନଙ୍କ ମଜୁରୀ ବୃଦ୍ଧି ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ଏହି ବର୍ଦ୍ଧିତ ମଜୁରୀର ଲାଭ ୮୯ଟି ବର୍ଗର ଶ୍ରମିକଙ୍କୁ ମିଳିବ। ଅଣକୁଶଳୀ ଶ୍ରମିକଙ୍କ ଦୈନିକ ସର୍ବନିମ୍ନ ମଜୁରୀ ପରିମାଣ ୩୨୬ ଟଙ୍କାରୁ ୩୩୩ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଅର୍ଦ୍ଧ କୁଶଳୀ ଶ୍ରମିକଙ୍କ ଦୈନିକ ସର୍ବନିମ୍ନ ମଜୁରୀ ୩୬୬ରୁ ୩୭୩ ଟଙ୍କା, କୁଶଳୀ ଶ୍ରମିକଙ୍କ ୪୧୬ରୁ୪୨୩ ଟଙ୍କା ଓ ଉଚ୍ଚକୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୪୭୬ ଟଙ୍କାରୁ ୪୮୩ ଟଙ୍କାକୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ଗତ ମେ’ ମାସରେ ଶେଷ ଥର ପାଇଁ ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀ ୧୧ଟଙ୍କା ବୃଦ୍ଧି ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos