ଦକ୍ଷିଣ ମୋଡ ହେଲେ ସୁଭଦ୍ରା ଓ ବଳଭଦ୍ରଙ୍କ ରଥ

ପୁରୀ: ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଗୁଣ୍ଡିଚା ମନ୍ଦିର ଆଗରେ ଥିବା ତିନି ରଥଙ୍କୁ ଦକ୍ଷିଣ ମୋଡ଼ କରାଯିବା ଅରମ୍ଭ ହୋଇଛି । ଶ୍ରୀଜିଉଙ୍କ ଆଜ୍ଞମାଳ ରଥ ଚକଡାକୁ ବିଜେ କରିବା ପରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ପର୍ଯ୍ୟନ୍ତ ଅଣାଯାଇଥିଲା । ପରେ ବଳଭଦ୍ରଙ୍କ ରଥ ଦକ୍ଷିଣ ମୋଡ ହୋଇଥିଲା । ଏହା ସନ୍ଧ୍ୟା ୬ଟା ୧୫ରେ ସରିଥିଲା । ସନ୍ଧ୍ୟା ହୋଇଯାଇଥିବାରୁ ଜଗନ୍ନାଥଙ୍କ […]

ratha

Rakesh Mallick
  • Published: Thursday, 23 July 2015
  • , Updated: 23 July 2015, 04:25 PM IST

ପୁରୀ: ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଗୁଣ୍ଡିଚା ମନ୍ଦିର ଆଗରେ ଥିବା ତିନି ରଥଙ୍କୁ ଦକ୍ଷିଣ ମୋଡ଼ କରାଯିବା ଅରମ୍ଭ ହୋଇଛି । ଶ୍ରୀଜିଉଙ୍କ ଆଜ୍ଞମାଳ ରଥ ଚକଡାକୁ ବିଜେ କରିବା ପରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ପର୍ଯ୍ୟନ୍ତ ଅଣାଯାଇଥିଲା । ପରେ ବଳଭଦ୍ରଙ୍କ ରଥ ଦକ୍ଷିଣ ମୋଡ ହୋଇଥିଲା । ଏହା ସନ୍ଧ୍ୟା ୬ଟା ୧୫ରେ ସରିଥିଲା । ସନ୍ଧ୍ୟା ହୋଇଯାଇଥିବାରୁ ଜଗନ୍ନାଥଙ୍କ ରଥ ଦକ୍ଷିଣ ମୋଡ କରାଯାଇନାହିଁ । ଆସନ୍ତାକାଲି ଶ୍ରୀ ଜଗନ୍ନାଥଙ୍କ ରଥ ଦକ୍ଷିଣ ମୋଡ ହେବେ । ଗତକାଲି ଶ୍ରୀଜିଉଙ୍କ ଘୋଷଯାତ୍ରାର ପଞ୍ଚମ ଦିନରେ ଅନୁଷ୍ଠିତ ହୋଇଥିଲା ହେରା ପଞ୍ଚମୀ ନୀତି। ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରକୁ ଯାଇ ଶ୍ରୀ ଜଗନ୍ନାଥଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ମା’ ଲକ୍ଷ୍ମୀ ପ୍ରଭୁଙ୍କୁ ମୋହାଞ୍ଜନରେ ବିମୁଗ୍ଧ କରିବା ସହ ଶ୍ରୀ ମନ୍ଦିରକୁ ଫେରିବାକୁ ମନାଇଥିଲେ। ତେବେ ଭେଟ ପୂର୍ବରୁ ଲକ୍ଷ୍ମୀ ଠାକୁରାଣୀ ନନ୍ଦିଘୋଷ ନିକଟକୁ ଯାଇ ପରମ୍ପରା ମୁତାବକ ରଥର କିଛି ଅଂଶ ଭାଙ୍ଗିଥିଲେ।

Related story