ଆସନ୍ତାକାଲି ରଥ ହେବ ଦକ୍ଷିଣମୋଡ଼, ଅନୁଷ୍ଠିତ ହେବ ରାହାସ ନୀତି

ପୁରୀ(ଓଡ଼ିଶା ରିପୋର୍ଟର): ଆଡ଼ମଣ୍ଡପରେ ଆଜି ଅନୁଷ୍ଠିତ ହୋଇଯାଇଛି ହେରାପଞ୍ଚମୀ। ମା’ ଲକ୍ଷ୍ମୀ ମହାପ୍ରଭୁଙ୍କ ଉପରେ କରିଥିବା ଅଭିମାନକୁ ରଥ ଉପରେ ସୁଝାଇଛନ୍ତି। ନନ୍ଦିଘୋଷ ରଥ ଭାଙ୍ଗି ମା’ ଲକ୍ଷ୍ମୀ ଶ୍ରୀମନ୍ଦିରକୁ ଫେରିଯାଇଛନ୍ତି। ତେଣୁ ଆସନ୍ତାକାଲି ମହାପ୍ରଭୁ ଶ୍ରୀମନ୍ଦିରକୁ ଯିବା ନିମନ୍ତେ ପ୍ରସ୍ତୁତ ହେବେ। ଏଥିନିମନ୍ତେ ତିନିରଥ ଦକ୍ଷିଣମୋଡ଼ ହେବ। ଆସନ୍ତାକାଲି ସପ୍ତମୀ ତିଥି।  ତିନି ଦିଅଁଙ୍କ ଶ୍ରୀଅଙ୍ଗରୁ ତିନିଖଣ୍ଡ ଆଜ୍ଞାମାଳ ସକାଳ ଧୂପ ପରେ ଯିବ। ଘଣ୍ଟ, ଛତା, କାହାଳୀ ଏହି ସମୟରେ ଆଜ୍ଞାମାଳ ସହ ରଥ […]

Ratha

  • Published: Tuesday, 05 July 2022
  • , Updated: 05 July 2022, 11:04 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଆଡ଼ମଣ୍ଡପରେ ଆଜି ଅନୁଷ୍ଠିତ ହୋଇଯାଇଛି ହେରାପଞ୍ଚମୀ। ମା’ ଲକ୍ଷ୍ମୀ ମହାପ୍ରଭୁଙ୍କ ଉପରେ କରିଥିବା ଅଭିମାନକୁ ରଥ ଉପରେ ସୁଝାଇଛନ୍ତି। ନନ୍ଦିଘୋଷ ରଥ ଭାଙ୍ଗି ମା’ ଲକ୍ଷ୍ମୀ ଶ୍ରୀମନ୍ଦିରକୁ ଫେରିଯାଇଛନ୍ତି। ତେଣୁ ଆସନ୍ତାକାଲି ମହାପ୍ରଭୁ ଶ୍ରୀମନ୍ଦିରକୁ ଯିବା ନିମନ୍ତେ ପ୍ରସ୍ତୁତ ହେବେ। ଏଥିନିମନ୍ତେ ତିନିରଥ ଦକ୍ଷିଣମୋଡ଼ ହେବ।

ଆସନ୍ତାକାଲି ସପ୍ତମୀ ତିଥି।  ତିନି ଦିଅଁଙ୍କ ଶ୍ରୀଅଙ୍ଗରୁ ତିନିଖଣ୍ଡ ଆଜ୍ଞାମାଳ ସକାଳ ଧୂପ ପରେ ଯିବ। ଘଣ୍ଟ, ଛତା, କାହାଳୀ ଏହି ସମୟରେ ଆଜ୍ଞାମାଳ ସହ ରଥ ନିକଟରେ ପହଞ୍ଚିବ। ଏହି ଅଜ୍ଞାମାଳ ରଥରେ ଲାଗି ହେବ। ମହାପ୍ରଭୁଙ୍କ ଆଜ୍ଞା ପାଇବା ପରେ ରଥ ଦକ୍ଷିଣମୋଡ଼ ହେବ। ପ୍ରଥମେ ଶ୍ରୀସୁଭଦ୍ରାଙ୍କ ରଥ, ପରେ ଶ୍ରୀବଳଭଦ୍ରଙ୍କ ରଥ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ରଥର ଦକ୍ଷିଣ ମୋଡ କରାଯିବ। ସମସ୍ତ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଠାରୁ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲି ରହିବ।

ଅନ୍ୟପଟେ ଆସନ୍ତାକଲି ଠାରୁ ଆଡ଼ପ ମଣ୍ଡପରେ ରାହାସ ନୀତି ଅନୁଷ୍ଠିତ ହେବ। ପ୍ରତ୍ୟହ ଆସନ୍ତା ୩ଦିନ ସନ୍ଧ୍ୟାଧୂପ ପରେ ମଦନମୋହନ ଜଗମୋହନରେ ସିଂହାସନ ଉପରେ ବିଜେ କରିବେ। ସେଠାରେ ତାଙ୍କୁ ପୂଜାପଣ୍ଡା ସର୍ପା ମଣୋହିରେ କୋରା ଭାଗ କରିବେ। ଭୋଗ ପରେ ବନ୍ଦାପନା କରାଯିବ।

Related story