ବାହୁଡ଼ା ଅପେକ୍ଷାରେ ୩ ରଥ

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ସନ୍ଧ୍ୟା ୮ଟାରେ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ଲାଗିଛି ଶ୍ରୀଜୀଉମାନଙ୍କ ୩ ରଥ। ପୂର୍ବାହ୍ନରେ ରଥତ୍ରୟଙ୍କ ଦକ୍ଷିଣ ମୋଡ଼ ଆରମ୍ଭ ହୋଇଥିଲା। ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର ଆଗରେ ରହିଥିବା ତିନିରଥରେ ଆଜ୍ଞାମାଳ ବିଜେ ହେବା ପରେ ଶ୍ରଦ୍ଧାଳୁ ଓ ପୁଲିସ ଫୋର୍ସ ନାକଚଣା ଦ୍ୱାର ସମ୍ମୁଖକୁ ରଥ ଟାଣି ନେଇଥିଲେ। ବାହୁଡ଼ା ନିମନ୍ତେ ଶରଧାବାଲିରେ ରଥ ଅଟକି ରହିଛି। ଆସନ୍ତା ୯ ତାରିଖରେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା। ରଥରେ ବସି […]

Ratha-saradhabali

  • Published: Wednesday, 06 July 2022
  • , Updated: 07 July 2022, 04:15 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ସନ୍ଧ୍ୟା ୮ଟାରେ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ଲାଗିଛି ଶ୍ରୀଜୀଉମାନଙ୍କ ୩ ରଥ। ପୂର୍ବାହ୍ନରେ ରଥତ୍ରୟଙ୍କ ଦକ୍ଷିଣ ମୋଡ଼ ଆରମ୍ଭ ହୋଇଥିଲା। ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର ଆଗରେ ରହିଥିବା ତିନିରଥରେ ଆଜ୍ଞାମାଳ ବିଜେ ହେବା ପରେ ଶ୍ରଦ୍ଧାଳୁ ଓ ପୁଲିସ ଫୋର୍ସ ନାକଚଣା ଦ୍ୱାର ସମ୍ମୁଖକୁ ରଥ ଟାଣି ନେଇଥିଲେ। ବାହୁଡ଼ା ନିମନ୍ତେ ଶରଧାବାଲିରେ ରଥ ଅଟକି ରହିଛି। ଆସନ୍ତା ୯ ତାରିଖରେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା। ରଥରେ ବସି ମହାପ୍ରଭୁ ଶ୍ରୀମନ୍ଦିର ଅଭିମୁଖେ ବାହାରିବେ।

ଆସନ୍ତା ୮ ତାରିଖ ଦିନ ଶ୍ରୀଜିଉଙ୍କ ସନ୍ଧ୍ୟା ଦର୍ଶନ। ସେଦିନ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦର୍ଶନ ଚାଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତାପରେ ଶ୍ରୀଜିଉଙ୍କ ବାହୁଡ଼ା ପହଣ୍ଡି ପାଇଁ ସେନାପଟା ଲାଗି ଓ ଅନ୍ୟାନ୍ୟ ଗୁପ୍ତ ନୀତିକାନ୍ତି ଅନୁଷ୍ଠିତ ହେବ।

ଶ୍ରୀଗୁଣ୍ଡିଚା ଭଳି ବାହୁଡ଼ା ଯାତ୍ରା ନୀତି ସଅଳ କରିବା ପାଇଁ ପ୍ରଶାସନ ପ୍ରସ୍ତୁତି କରିଛି। ସେହିପରି ୧୦ ତାରିଖରେ ସୁନାବେଶ ନୀତି ଅପରାହ୍ନ ୨ଟାରୁ ଅରମ୍ଭ କରିବା ନେଇ ମଧ୍ୟ ପ୍ରସ୍ତୁତି ଚାଲିଛି।

Related story