ଦଳର ପରାଜୟରେ କିଛି ନେତା ଆନନ୍ଦିତ ହେଉଛନ୍ତି: ତାରାପ୍ରସାଦ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ଶୋଚନୀୟ ପ୍ରଦର୍ଶନ ପରେ କଂଗ୍ରେସରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ଜଣକ ପରେ ଜଣେ ନେତା ମୁହଁ ଖୋଲିବାରେ ଲାଗିଛନ୍ତି। ଆଜି ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ଦେଇଥିବା ମନ୍ତବ୍ୟ ନିଆଁରେ ଘିଅ ଢାଳିବା ସଦୃଶ୍ୟ ହୋଇଛି। ଦଳର ପରାଜୟରେ କିଛି ନେତା ଆନନ୍ଦିତ ହେଉଛନ୍ତି ବୋଲି ତାରାପ୍ରସାଦ ଅଭିଯୋଗ କରିଛନ୍ତି। ସେ କହିଛନ୍ତି,“ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ପୂରା ସଫା ହୋଇଗଲା। ସେଥିପାଇଁ ଆମେ ଦୁଃଖିତ। ଖରାପ ପ୍ରଦର୍ଶନ ପାଇଁ ଦଳ […]

tara

Rakesh Mallick
  • Published: Wednesday, 22 February 2017
  • , Updated: 22 February 2017, 08:21 PM IST

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ଶୋଚନୀୟ ପ୍ରଦର୍ଶନ ପରେ କଂଗ୍ରେସରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ଜଣକ ପରେ ଜଣେ ନେତା ମୁହଁ ଖୋଲିବାରେ ଲାଗିଛନ୍ତି। ଆଜି ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ଦେଇଥିବା ମନ୍ତବ୍ୟ ନିଆଁରେ ଘିଅ ଢାଳିବା ସଦୃଶ୍ୟ ହୋଇଛି। ଦଳର ପରାଜୟରେ କିଛି ନେତା ଆନନ୍ଦିତ ହେଉଛନ୍ତି ବୋଲି ତାରାପ୍ରସାଦ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି,“ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ପୂରା ସଫା ହୋଇଗଲା। ସେଥିପାଇଁ ଆମେ ଦୁଃଖିତ। ଖରାପ ପ୍ରଦର୍ଶନ ପାଇଁ ଦଳ ଭିତରେ ଓ ବାହାରେ କିଛି ଲୋକ ଖୁସି ହେଉଛନ୍ତି। ନିଜ ଭିତରେ ଥିବା କନ୍ଦଳ ପାଇଁ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଫାଇଦା ନେଇପାରିଲା ନାହିଁ।”

ଏପରି ଫଳାଫଳ ପରେ ପିସିସି ସଭାପତି ଇସ୍ତଫା ଦେବା ସମ୍ପର୍କିତ ଏକ ପ୍ରଶ୍ନକୁ ତାରାପ୍ରସାଦ ଏଡାଇ ଯାଇଥିଲେ। ସେ କହିଥିଲେ,“ଖରାପ ପ୍ରଦର୍ଶନ ପରେ ପ୍ରସାଦ ହରିଚନ୍ଦନ ଇସ୍ତଫା ଦେବେ କି ନାହିଁ ତାହା ତାଙ୍କ ଉପରେ ଓ ଏଆଇସିସି ଉପରେ ନିର୍ଭର କରେ। ପ୍ରସାଦ ଭୋଟ ଦେଇ ନ ପାରିବା ଦୁର୍ଭାଗ୍ୟଜନକ।”

ଗତକାଲି ଦଳର ପରାଜୟ ପାଇଁ ପ୍ରସାଦ ନିଜକୁ ଦାୟୀ କରିବା ସହ ବିଜେଡି ଓ ବିଜେପିର କଳାଟଙ୍କା ଆଡକୁ ଇଙ୍ଗିତ କରିଥିଲେ।

ଚଳିତ ନିର୍ବାଚନରେ ଦଳ ୧୫ଟି ଜିଲ୍ଲାରେ ଖାତା ଖୋଲିପାରିନାହିଁ। କେବଳ ଝାରସୁଗୁଡାରେ ଦଳ ଜିଲ୍ଲା ପରିଷଦ ଗଠନ କରିବାକୁ ସକ୍ଷମ ହୋଇଛି। ରାୟଗଡ଼ାରେ ଦଳ ସବୁଠାରୁ ଅଧିକ ୧୦ଟି ଜିଲ୍ଲା ପରିଷଦ ଜୋନ୍‌ରେ ଜିତିବାକୁ ସକ୍ଷମ ହୋଇଛି। ଏହାସହ ନବରଙ୍ଗପୁର ଓ ଗଜପତିରେ ଦଳ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଛି।

Related story