ଆବଶ୍ୟକତାଠାରୁ ଅଧିକ ଡାଲି ମହଜୁଦ୍ ଅଭିଯୋଗ: ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି, ବ୍ରହ୍ମପୁରରେ ୨୩ ଶହ କ୍ୱିଣ୍ଟାଲ୍ ଡାଲି ଜବତ

କୋରାପୁଟ/ମାଲକାନଗିରି/ବ୍ରହ୍ମପୁର/ବରଗଡ଼: ଡାଲି ଦରକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ଡାଲି ଚଢ଼ାଉ। କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଓ ସୁନାବେଡ଼ା ଅଞ୍ଚଳରେ ବିଭିନ୍ନ ଦୋକାନ ଓ ଡାଲି ଗୋଦାମ ଉପରେ ଯୋଗାଣ ବିଭାଗ ଚଢ଼ାଉ କରିଛି। କୋରାପୁଟ ସହକାରୀ ଯୋଗାଣ ବିଭାଗ ଅଧିକାରୀଙ୍କ ନେତୃତ୍ୱରେ ସେମିଳିଗୁଡ଼ା, କୋରାପୁଟ ଓ ପଟାଙ୍ଗିର ଯୋଗାଣ ବିଭାଗ ନିରୀକ୍ଷକ, ସୁନାବେଡା ମ୍ୟୁନିସପାଲିଟି ନିର୍ବାହୀ ଅଧିକାରୀ ପ୍ରମୁଖ ଚଢାଉରେ ସାମିଲ ଥିଲେ। କିନ୍ତୁ ସେଭଳି କୌଣସି ଅନିୟମିତତାର ସୁରାକ ପାଇ ନ […]

dali

dali

Rakesh Mallick
  • Published: Tuesday, 27 October 2015
  • Updated: 27 October 2015, 03:17 PM IST

Sports

Latest News

କୋରାପୁଟ/ମାଲକାନଗିରି/ବ୍ରହ୍ମପୁର/ବରଗଡ଼: ଡାଲି ଦରକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ଡାଲି ଚଢ଼ାଉ। କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଓ ସୁନାବେଡ଼ା ଅଞ୍ଚଳରେ ବିଭିନ୍ନ ଦୋକାନ ଓ ଡାଲି ଗୋଦାମ ଉପରେ ଯୋଗାଣ ବିଭାଗ ଚଢ଼ାଉ କରିଛି। କୋରାପୁଟ ସହକାରୀ ଯୋଗାଣ ବିଭାଗ ଅଧିକାରୀଙ୍କ ନେତୃତ୍ୱରେ ସେମିଳିଗୁଡ଼ା, କୋରାପୁଟ ଓ ପଟାଙ୍ଗିର ଯୋଗାଣ ବିଭାଗ ନିରୀକ୍ଷକ, ସୁନାବେଡା ମ୍ୟୁନିସପାଲିଟି ନିର୍ବାହୀ ଅଧିକାରୀ ପ୍ରମୁଖ ଚଢାଉରେ ସାମିଲ ଥିଲେ। କିନ୍ତୁ ସେଭଳି କୌଣସି ଅନିୟମିତତାର ସୁରାକ ପାଇ ନ ଥିଲେ ତଦନ୍ତକାରୀ ଟିମ୍। ତେବେ କିଛି ବ୍ୟବସାୟୀ ଡାଲି ଆବଶ୍ୟକତାଠାରୁ ଅଧିକ ରଖି ଚଢା ଦରରେ ବିକ୍ରି କରୁଥିବା ଅଭିଯୋଗ ପରେ  ଏଭଳି ଚଢାଉ କରାଯାଇଥିଲା ।

ମାଲକାନଗିରି ଯୋଗାଣ ବିଭାଗର ଜିଲ୍ଲା ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତିଙ୍କ ନେତୃତ୍ୱରେ ମାଲକାନଗିରି ସଦର ମହକୁମାର ତିନୋଟି ହୋଲସେଲ ଗୋଦାମ ଉପରେ ଚଢାଉ କରାଯାଇଥିଲା। ଚଢାଉ ବେଳେ ମାତ୍ର ୧୭ କ୍ୱିଣ୍ଟାଲ ଡାଲି ମହଜୁଦ ଥିବା ଦେଖିବାକୁ ମିଳିଥିଲା। ଆଗାମୀ ଦିନରେ ଚଢାଉ ଜାରି ରହିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି।

ବ୍ରହ୍ମପୁର ସହରରେ ମଧ୍ୟ ଆଜି ବିଭିନ୍ନ ଡ଼ାଲି ଗୋଦାମ ଉପରେ ଚଢ଼ାଉ ଜାରି ରହିଛି। ପ୍ରଶାସନ ଓ ଯୋଗାଣ ବିଭାଗ ପକ୍ଷରୁ ମିଳିତ ଭାବେ ଏହି ରେଡ୍ କରାଯାଇଛି। ଦେଶୀ ବେହେରା ସାହିର ନାରାୟଣୀ ଟ୍ରେର୍ଡସର ଗୋଦାମ ଉପରେ ଚଢାଉ କରାଯାଇ ୧୪ଶହ ୪୯ କ୍ୱିଣ୍ଟାଲ୍  ଓ ରାଜା ସାହିର ସକଳେଶ୍ୱର ଟ୍ରେଡର୍ସରୁ ୯୩୦ କ୍ୱିଣ୍ଟାଲ୍ ଡାଲି ଜବତ କରାଯାଇଛି। ସେହିପରି ବଡ଼ବଜାର ଓ ମାର୍ଥାପେଟାରେ ମଧ୍ୟ ଚଢ଼ଉ ହୋଇଥିଲା। ଗତକାଲି ଯୋଗଣ ବିଭାଗ ୮ଟି ଗୋଦାମ ଉପରେ ଚଢଉ କରିବା ସହ ଧବଳେଶ୍ୱର ଟ୍ରେର୍ଡସରୁ ୨ହଜାର ୩୭୧ କ୍ୱିଣ୍ଟାଲ୍ ଡାଲି ଜବତ କରିଥିଲା।

ଅନ୍ୟପକ୍ଷରେ ବରଗଡରେ ବରଗଡ଼ ବ୍ୟବସାୟୀ ସଂଘ ଅସ୍ଥାୟୀ ଦୋକାନ ଖୋଲି ଖାଉଟିଙ୍କୁ ସୁଲଭ  ମୂଲ୍ୟରେ ଡାଲି ବିକ୍ରି କରୁଛି। ଥାନା ଛକଠାରେ ଖୋଲାଯାଇଥିବା ଏହି ଦୋକାନକୁ ଜିଲ୍ଲା ବ୍ୟବସାୟୀ ସଂଘର ସମ୍ପାଦକ ପ୍ରଦୀପ ଦେବତା ଉଦଘାଟନ କରିଥିଲେ । ଡାଲି ଦର ନିୟନ୍ତ୍ରଣ ପର୍ଯ୍ୟନ୍ତ ଏଭଳି ବିକ୍ରି ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ହରଡ଼ ଡାଲି କିଲୋ ପିଛା ୧୪୮ ଟଙ୍କା ଓ ମୁଗଡ଼ାଲି ୧୧୦ ଟଙ୍କାରେ ବିକ୍ରି ହେଉଛି। ଗତକାଲି ସଂଧ୍ୟାରେ ବରଗଡ଼ ସହରର ବିଭିନ୍ନ ଡାଲି ଗୋଦାମ୍ ଉପରେ ଚଢ଼ଉ ହୋଇଥିଲା।

ବର୍ତ୍ତମାନ ବଜାରରେ ହରଡ଼ ଡାଲିର ପାଇକାରି ମୂଲ୍ୟ କିଲୋପିଛା ୧୪୦ରୁ ୧୬୦ ଟଙ୍କା ରହିଛି।  ସେହିପରି ମୁଗ ୧୦୯ରୁ ୧୧୨ ଟଙ୍କା ଓ ମସୁର ଡାଲି ୭୫ରୁ ୮୫ ଟଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story