ଡାଲି, ପିଆଜ ଦର ବୃଦ୍ଧି: ଜିଲ୍ଲାପାଳମାନଙ୍କୁ ମହଜୁଦକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ୱର: ସାରା ରାଜ୍ୟରେ ଡାଲି ଓ ପିଆଜର ଦର ବୃଦ୍ଧି ଖାଉଟିଙ୍କ ନିଦ ହଜାଇ ଦେଇଛି । ରାଜ୍ୟରେ ହରଡ ଡାଲି ମୂଲ୍ୟ ୧୫୦ରୁ ଅଧିକ ଥିବା ବେଳେ ପିଆଜ ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଛି । ସ୍ଥିତି ଏପରି ହୋଇଛି ଯେ, ରୋଷେଇ ଘରୁ ଏହି ଦୁଇ ଅତି ଆବଶ୍ୟକ ସାମଗ୍ରୀ ଏକ ପ୍ରକାର ଗାଏବ ହୋଇଗଲାଣି । ଡାଲି ଓ ପିଆଜ ଦର ବୃଦ୍ଧି ନେଇ ଆଜି ରାଜ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ […]

onion

onion

Rakesh Mallick
  • Published: Sunday, 23 August 2015
  • Updated: 23 August 2015, 11:54 AM IST

Sports

Latest News

ଭୁବନେଶ୍ୱର: ସାରା ରାଜ୍ୟରେ ଡାଲି ଓ ପିଆଜର ଦର ବୃଦ୍ଧି ଖାଉଟିଙ୍କ ନିଦ ହଜାଇ ଦେଇଛି । ରାଜ୍ୟରେ ହରଡ ଡାଲି ମୂଲ୍ୟ ୧୫୦ରୁ ଅଧିକ ଥିବା ବେଳେ ପିଆଜ ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଛି । ସ୍ଥିତି ଏପରି ହୋଇଛି ଯେ, ରୋଷେଇ ଘରୁ ଏହି ଦୁଇ ଅତି ଆବଶ୍ୟକ ସାମଗ୍ରୀ ଏକ ପ୍ରକାର ଗାଏବ ହୋଇଗଲାଣି । ଡାଲି ଓ ପିଆଜ ଦର ବୃଦ୍ଧି ନେଇ ଆଜି ରାଜ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଡାଲି, ପିଆଜ ଦର ଉପରେ ସରକାର ନଜର ରଖିଛନ୍ତି । ଜିଲ୍ଲାପାଳମାନଙ୍କୁ ମହଜୁଦକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେ ଆହୁରି କହିଛନ୍ତି ଯେ, ଡାଲି ଓ ପିଆଜ ପାଇଁ ଆମେ ବାହାର ରାଜ୍ୟ ଉପରେ ନିର୍ଭର କରୁଛୁ । ଦେଶରେ ଏହି ଦୁଇ ସାମଗ୍ରୀର ଉତ୍ପାଦନ ୩୫ ପ୍ରତିଶତ କମ ହୋଇଛି । ଫଳରେ ଦର ବଢିବାରେ ଲାଗିଛି । ଖାଉଟିଙ୍କ ଅସୁବିଧା ନ ହେବ ଲାଗି ଇସି ଆକ୍ଟ କଡା କରିଛୁ । ଡାଲି ଦର ସ୍ଥିରିକୃତ କରିବାକୁ ଶୀଘ୍ର ନିଷ୍ପତ୍ତି ନିଆଯିବ । ନୂଆ ପିଆଜ ଆସିଲେ ଦର ହ୍ରାସ ଘଟିବ ବୋଲି ମନ୍ତ୍ରୀ ଦାସବର୍ମା କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos