ଦିନେ ଦୁଇ ଦିନ ପରେ ନବ ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଆକାଶ ଛିଣ୍ଡି ପଡ଼ି ନଥାଆନ୍ତା: ଦାମୋଦର ରାଉତ

ଭୁବନେଶ୍ୱର: ବିଧାନସଭାରେ ବିଧାୟକ ନବ ଦାସଙ୍କ ଅଶ୍ଳୀଳ ଭିଡିଓ ଦେଖା ଓ ନିଲମ୍ୱନ ପ୍ରସଙ୍ଗକୁ ନେଇ ଜାରି ରହିଛି ବିବାଦ। ଏ ପ୍ରସଙ୍ଗରେ ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ବୁଧବାର ଦେଇଥିବା ମନ୍ତବ୍ୟ ନିଆଁରେ ଘିଅ ଢାଳିବା ଭଳି ହୋଇଛି। ସେ କହିଛନ୍ତି, ଦିନେ ଦୁଇ ଦିନ ପରେ ନବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଆକାଶ ଛିଡ଼ି ପଡ଼ି ନ ଥାନ୍ତା। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସଂପର୍କରେ ଗୃହରେ ଆଲୋଚନା ବେଳେ ଦାମ ଏ […]

damodarrout

Rakesh Mallick
  • Published: Wednesday, 16 December 2015
  • , Updated: 16 December 2015, 02:32 PM IST

ଭୁବନେଶ୍ୱର: ବିଧାନସଭାରେ ବିଧାୟକ ନବ ଦାସଙ୍କ ଅଶ୍ଳୀଳ ଭିଡିଓ ଦେଖା ଓ ନିଲମ୍ୱନ ପ୍ରସଙ୍ଗକୁ ନେଇ ଜାରି ରହିଛି ବିବାଦ। ଏ ପ୍ରସଙ୍ଗରେ ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ବୁଧବାର ଦେଇଥିବା ମନ୍ତବ୍ୟ ନିଆଁରେ ଘିଅ ଢାଳିବା ଭଳି ହୋଇଛି। ସେ କହିଛନ୍ତି, ଦିନେ ଦୁଇ ଦିନ ପରେ ନବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଆକାଶ ଛିଡ଼ି ପଡ଼ି ନ ଥାନ୍ତା। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସଂପର୍କରେ ଗୃହରେ ଆଲୋଚନା ବେଳେ ଦାମ ଏ ପ୍ରସଙ୍ଗ ଉଠାଇଥିଲେ ଓ ଏ କଥା କହିଥିଲେ। ସେ କହିଥିଲେ, ନବ ଦାସଙ୍କ ବିରୋଧରେ ଅଣାଯାଇଥିବା ମୋସନଟି ପରେ ବି ଅଣାଯାଇ ଥାଇ ପାରିଥାଆନ୍ତା। ବିଜୁ ପଟ୍ଟନାୟକଙ୍କ ସଂପର୍କରେ ପ୍ରଥମେ ଆଲୋଚନା ପରେ ଏହି ମୋସନ୍ ଅଣା ଯାଇଥାଇ ପାରିଥାଆନ୍ତା।

ସେ ଆହୁରି ମଧ୍ୟ କହିଥିଲେ ଯେ ଗୃହ ଯେମିତି ଚାଲିଛି ତାହା ତାଙ୍କ ଭଳି ବୟସ୍କ ବିଧାୟକଙ୍କୁ କଷ୍ଟ ଦେଉଛି।

ଦାମୋଦରଙ୍କ ଏଭଳି ମନ୍ତବ୍ୟ ସରକାରୀ ଦଳକୁ ଅକଳିଆ ପରିସ୍ଥିତିରେ ପକାଇ ଦେଇଥିବା ବେଳେ ଅନ୍ୟତମ ବରିଷ୍ଠ ନେତା ତଥା ସରକାରୀ ଦଳ ମୁଖ୍ୟ ସଚେତକ ଅନନ୍ତ ଦାସ କହିଛନ୍ତି ଯେ ସେ ଏନେଇ କୌଣସି ପ୍ରତିକ୍ରିୟା ରଖିବା ଠିକ ହେବ ନାହିଁ। କାରଣ ବୟସରେ ଦାମୋଦର ରାଉତ ତାଙ୍କଠାରୁ ବଡ଼। ରାଜନୀତିରେ ତାଙ୍କର ଖୁବ୍ ଅନୁଭୂତି ରହିଛି। ସେ ଏବେ ମନ୍ତ୍ରୀ ମଧ୍ୟ ଅଛନ୍ତି।

ଅନ୍ୟପକ୍ଷରେ ବିଧାୟକ ନବ ଦାସଙ୍କ ପ୍ରସଙ୍ଗରେ ଦାମୋଦରଙ୍କ ମନ୍ତବ୍ୟକୁ ପ୍ରଶଂସା କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ସେ କହିଛନ୍ତି, ଦାମୋଦରଙ୍କ ମନ୍ତବ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଚଟକଣା ସଦୃଶ ହୋଇଛି।

Related story