ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>କଟକ(ଓଡ଼ିଶା ରିପୋର୍ଟର): ବ୍ରାହ୍ମଣଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଥିଲେ ବିଜେଡିର ତୁଣ୍ଡ ଦାମୋଦର ରାଉତ। ସମଗ୍ର ରାଜ୍ୟରେ ବିବାଦ ମୁଣ୍ଡ ଟେକିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରିଥିଲେ। ଆଜି ପୁଣି ଥରେ ଦାମ ସାମ୍ୱାଦିକଙ୍କ ଯୋଗ୍ୟତାକୁ ନେଇ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି-“ଅଳ୍ପ ପାଠ ପଢି କାହିଁକି ସାମ୍ୱାଦିକତା କରୁଛନ୍ତି? କିଛି ପାଠଶାଠ ପଢ଼ନ୍ତୁ। ଜଣେ ଭଲ ସାମ୍ୱାଦିକ ହେବାକୁ ହେଲେ ସବୁ କଥା ଜାଣିବା କଥା।”</p> <p>ଆଜି କଟକ ଶାରଳା ଭବନରେ ‘ନିଖିଳ ଓଡ଼ିଶା କ୍ଷତ୍ରୀୟ କ୍ରାନ୍ତି ମୋର୍ଚ୍ଚା’ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରେ ତୃତୀୟ ମହଲା ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ଦାମ କହିଥିଲେ- “ସବୁ ଆଲୋଚନା ଗଣମାଧ୍ୟମ ହିଁ କରୁଛି। ଅଫିସରମାନେ ସାମ୍ୱାଦିକମାନଙ୍କ ସହିତ ହିଁ କଥା ହେଉଛନ୍ତି। ମୋତେ କେହି ଅଫିସର କେବେ ଚଳେଇ ନାହାଁନ୍ତି। ମୋ ବାପା ମୋତେ ଶିଖାଇଛନ୍ତି, ଅମଣିଆ ବଳଦକୁ କେମିତି ମଣ କରିବାକୁ ହୁଏ। ତା’ ଛଡା ଏବେ ଚତୁର୍ଥ ସ୍ତମ୍ଭ ନିଜ କାମ ନକରି ଘୁମଉଛି। ମୁଁ ଭଲ ଭାବରେ ଗଣମାଧ୍ୟମର ଉଦ୍ଦେଶ୍ୟକୁ ବୁଝିଛି। ତୃତୀୟ ମହଲାର କଥା ଯିଏ କହୁଛି ତାକୁ ପଚରା ଯାଉ।”</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।