ଟିଭି ଚ୍ୟାନାଲରେ ଚାକିରି କରିବେ ଦାମ! ଦଖନ୍ତୁ ଭିଡିଓ

“ସାର ଆପଣଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଗଲା। ପୁଣି ଆଜି ବିଜେଡି ଉପସଭାପତି ପଦବୀରୁ ମଧ୍ୟ ଅବ୍ୟାହତି ଦିଆଗଲା ବୋଲି ଶୁଣାଯାଉଛି। ତା ହେଲେ ଏବେ ଆପଣ କ’ଣ କରିବେ ? ”

“ମୁଁ ରାଜନୀତି ଛାଡି ତମ ଟିଭି ଚ୍ୟାନାଲରେ ଜଏନ୍‌ କରିବି ।”

ପ୍ରଶ୍ନକୁ ଉତ୍ତର। ଏ କଥା ପଢିବା ପରେ ଆପଣ ଠିକ୍‌ ବୁଝିଯିବେଣି ଆମ କାହା କଥା କହୁଛୁ। ଗତକାଲି ମନ୍ତ୍ରୀମଣ୍ଡଳରୁ ବହିଷ୍କୃତ ହୋଇଥିବା ଦାମବାବୁ ଗଣମାଧ୍ୟମକୁ ଏମିତି କହିଛନ୍ତି।

ଦାମଙ୍କ ଚିଡ୍‌ଚିଡା ଗୁଣ ଏବେ ଢେର ବଢିଗଲାଣି। କଥା କଥାକେ ରାଗୁଛନ୍ତି। ଯାହା ପଚାରିଲେ ଛିଞ୍ଚାଡି ହେଉଛନ୍ତି। ତାଙ୍କ ଦଳ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା, ଏ କଥା ଦାଣ୍ଡରେ ପଡି ହାଟରେ ଗଡିଲାଣି। ହେଲେ ଏଇ କଥା ପଦକ ପଚାରିଦେଲେ ଦାମବାବୁଙ୍କ ରାଗ ମୁଣ୍ଡ ଉପରକୁ ଚିଢିଯାଉଛି। ମିଡିଆ ବାଲାଙ୍କୁ ଭାରି ରାଗୁଛନ୍ତି। ଶନିବାର ସନ୍ଧ୍ୟାରେ ଦାମଙ୍କୁ ମୁଖ୍ୟମନ୍ତ୍ରୀ ଦଳର ଉପସଭାପତି ପଦରୁ  ଅବ୍ୟାହତି ଦେବା କଥା ଘୋଷଣା କରିବା ପରେ ଗଣମାଧ୍ୟମ ପ୍ରତିନିଧି ତାଙ୍କ ମତ ଜାଣିବାକୁ ଘେରିଥିଲେ। ମିଡିଆ ବୁମ୍‌, କ୍ୟାମେରେ ଦେଖି ତାଙ୍କ ମୁଣ୍ଡକୁ ଏମିତି ବିଷ ଚଢିଲା ଯେ, ଶେଷରେ କହିଲେ ମୁଁ ଏଣିକି ଟିଭି ଚ୍ୟାନାଲରେ ଚାକିରି  କରିବି।

ତାହେଲେ ଶୁଣନ୍ତୁ କ’ଣ କହିଛନ୍ତି ଦାମ।

ଆହୁରି ପଢ଼ନ୍ତୁ

ତିନି ଦିନ ପ୍ରବଳ ବର୍ଷା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଦୁର୍ଘଟଣାରେ ଚାଲିଗଲା ଡାକ୍ତରଙ୍କ ଜୀବନ

ମନ୍ତ୍ରୀ ପ୍ରତାପ ଜେନାଙ୍କ ଦାୟିତ୍ୱହୀନତା: ଜୀବିତ ସମୀର ଦେଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ଉପନିର୍ବାଚନବେଳେ ବାଲେଶ୍ୱରରେ ବିଜେଡିକୁ ଝଟକା

+୨ ଅପ୍ସନାଲ୍ ପରୀକ୍ଷା ପାଇଁ ତାରିଖ ଘୋଷଣା

ଥଇଥାନ ହେବେ ଅସିତ୍ , ସୁରେଶ ପରବର୍ତ୍ତୀ ସିଏସ୍ !

୨୪ ଘଣ୍ଟାରେ ସୁସ୍ଥ ହେଲେ ୨୭୩୮ କରୋନା ଆକ୍ରାନ୍ତ

ଝଟକା ଦେଇ ମଲମ !

‘ଓଟିଭି’ ସାମ୍ବାଦିକଙ୍କ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ NUJର ଉଦବେଗ

ବଗଲା ଧର୍ମଶାଳା ଜମି ବିବାଦ, ହାଇକୋର୍ଟରେ ସରକାରଙ୍କ ମିଥ୍ୟା ସତ୍ୟପାଠ!

‘ଜନଜାତି ବିକାଶ ପାଇଁ ଓଡ଼ିଶାକୁ ୩ବର୍ଷରେ ୧୬୫୬କୋଟି ଟଙ୍କା ଅନୁଦାନ’

ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସର୍ଭେ ପର୍ଦ୍ଦାଫାସ ପରେ ଦେଢ଼ ବର୍ଷ ତଳର କେସ ଖୋଳତାଡ଼ !