ନିର୍ବାଚନ କାର୍ଯ୍ୟ ସାରି ଫେରୁଥିବା ବେଳେ ପିଟି ଦେଇଥିଲା ଅଜଣା ଗାଡ଼ି; ଆଜି ଚାଲିଗଲା ଜୀବନ

ଆନନ୍ଦପୁର (ମୁନା ସିଂହ): ନିର୍ବାଚନ ଦାୟିତ୍ୱ ସାରି ଘରକୁ ଫେରିବା ବେଳେ ଦୁର୍ଘଟଣାର ଶିକାର ହୋଇ ଚିକିତ୍ସାଧୀନ ଥିବା ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଆନନ୍ଦ ବେହେରା। ତାଙ୍କ ଘର ବାଙ୍ଗରକୋଟା ଗାଁରେ। ସେ ଦାନଗଦି ବ୍ଲକ୍‌ରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ଆନନ୍ଦଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଏଥିରେ ତାଙ୍କର ଗୋଟିଏ ଗୋଡ଼ ଭାଙ୍ଗି ଯାଇଥିଲା। ତା’ସହିତ ତାଙ୍କ ଛାତିରେ ମଧ୍ୟ ମାଡ଼ ହୋଇଥିଲା। ସେ […]

dead5

Jitendra Garnayak
  • Published: Sunday, 02 June 2019
  • , Updated: 02 June 2019, 03:58 PM IST

ଆନନ୍ଦପୁର (ମୁନା ସିଂହ): ନିର୍ବାଚନ ଦାୟିତ୍ୱ ସାରି ଘରକୁ ଫେରିବା ବେଳେ ଦୁର୍ଘଟଣାର ଶିକାର ହୋଇ ଚିକିତ୍ସାଧୀନ ଥିବା ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଆନନ୍ଦ ବେହେରା। ତାଙ୍କ ଘର ବାଙ୍ଗରକୋଟା ଗାଁରେ। ସେ ଦାନଗଦି ବ୍ଲକ୍‌ରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ।

ଆନନ୍ଦଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଏଥିରେ ତାଙ୍କର ଗୋଟିଏ ଗୋଡ଼ ଭାଙ୍ଗି ଯାଇଥିଲା। ତା’ସହିତ ତାଙ୍କ ଛାତିରେ ମଧ୍ୟ ମାଡ଼ ହୋଇଥିଲା। ସେ କଟକରେ କିଛି ଦିନ ଧରି ଚିକିତ୍ସିତ ହେବା ପରେ ଘରକୁ ଫେରିଥିଲେ। ଆଜି ପୁଣି ଥରେ ଡାକ୍ତରଙ୍କୁ ଦେଖା କରିବାକୁ ସେ କଟକ ଯାଉଥିଲେ। ତେବେ ବାଟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରୀକ୍ଷା କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଆନନ୍ଦ ତାଙ୍କ ପରିବାରରେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତେଣୁ ତାଙ୍କ ପରିବାରକୁ ସରକାର ସହାୟତା କରିବାକୁ ଦାବି ହୋଇଛି।

Related story