କଟକରେ ଜଣ୍ଡିସ ଆତଙ୍କ

Ordigital Desk
  • Published: Saturday, 17 February 2018
  • , Updated: 17 February 2018, 07:21 PM IST
<p>ଭୁବନେଶ୍ୱର(କଟକ): ପୁଣି କଟକରେ ଜଣ୍ଡିସ ଆତଙ୍କ। କଟକ ନୂଆପଡ଼ା ଅଞ୍ଚଳରେ ପ୍ରାୟ ୧୦ଟି ପରିବାର ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଅଞ୍ଚଳରେ ଦୂଷିତ ପାଣି ହିଁ ଜଣ୍ଡିସର କାରଣ ବୋଲି ଜଣାପଡ଼ୁଛି। ଦୀର୍ଘ ଦିନ ଧରି ଦୂଷିତ ପାଣି ଆସୁଥିଲେ ମଧ୍ୟ ଏଥିପ୍ରତି କାହାର ନଜର ନାହିଁ। ସେହିପରି ଉକ୍ତ ଅଞ୍ଚଳରେ ପାଇପ ବଦଳା ଯାଉ ନ ଥିବା ଏବଂ ଜାଇକା କାମ ଯୋଗୁଁ ପାଇପ ଫାଟୁଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଆକର୍ଷଣ କରୁ ନ ଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।</p> <p>ଏହି ଘଟଣା ପରେ ଆଜି ପିଏଚଡି ଅଧିକାରୀମାନେ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ଜଳ ନମୁନା ସଂଗ୍ରହ କରିଛନ୍ତି। ଏହାସହ ପୁରୁଣା ପାଇପ ଲାଇନର ମରାମତି କାମ ମଧ୍ୟ ଆରମ୍ଭ କରିଛନ୍ତି।&nbsp; ଘଟଣା ପରେ ଆଜି ଜିଲ୍ଲାପାଳ ମଧ୍ୟ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି।</p> <p>,</p>

Related story