ମାଡ଼ି ଆସୁଛି ସମୁଦ୍ର; ଲୋକେ ଆତଙ୍କିତ

କୋଣାର୍କ(ସଞ୍ଜୟ ଜେନା): ଅସ୍ତରଙ୍ଗ ଅଞ୍ଚଳରେ କୂଳ ଲଂଘୁଛି ସମୁଦ୍ର। ଫଳରେ ଗାଁଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଉଦୟକାଣି ଅଞ୍ଚଳର ଥିବା ୫ଟି ଗାଁକୁ ସମୁଦ୍ର ମାଡି ଆସୁଛି। ଏହି ଗାଁଗୁଡ଼ିକ ସମୁଦ୍ର କୂଳଠାରୁ ୨୦୦ ମିଟର ଦୂରରେ ରହିଛି। ସମୁଦ୍ର ଜୁଆର ଚାଷ ଜମିରେ ପଶିବା ଯୋଗୁ ବାଲି ଚରି ଯାଉଛି। ଏହାଫଳରେ ଚାଷ ବ୍ୟାପକ ପରିମାଣର କ୍ଷତି ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସମୁଦ୍ର ମାଡି ଆସୁଥିବା ନେଇ ଏହାର ମୁକାବିଲା ଲାଗି ସରକାରଙ୍କ ପକ୍ଷରୁ  […]

sea99

Tapaswini Nayak
  • Published: Wednesday, 30 October 2019
  • , Updated: 30 October 2019, 12:37 PM IST

କୋଣାର୍କ(ସଞ୍ଜୟ ଜେନା): ଅସ୍ତରଙ୍ଗ ଅଞ୍ଚଳରେ କୂଳ ଲଂଘୁଛି ସମୁଦ୍ର। ଫଳରେ ଗାଁଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଉଦୟକାଣି ଅଞ୍ଚଳର ଥିବା ୫ଟି ଗାଁକୁ ସମୁଦ୍ର ମାଡି ଆସୁଛି। ଏହି ଗାଁଗୁଡ଼ିକ ସମୁଦ୍ର କୂଳଠାରୁ ୨୦୦ ମିଟର ଦୂରରେ ରହିଛି। ସମୁଦ୍ର ଜୁଆର ଚାଷ ଜମିରେ ପଶିବା ଯୋଗୁ ବାଲି ଚରି ଯାଉଛି। ଏହାଫଳରେ ଚାଷ ବ୍ୟାପକ ପରିମାଣର କ୍ଷତି ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ସମୁଦ୍ର ମାଡି ଆସୁଥିବା ନେଇ ଏହାର ମୁକାବିଲା ଲାଗି ସରକାରଙ୍କ ପକ୍ଷରୁ  କିଆ ବାଡ ବ୍ୟବସ୍ଥା କରାଯାଇଥିଲା। ତାହା କିନ୍ତୁ ଏବେ କିଛି କାମ ଦେଉନାହିଁ।

Related story