ଝରକା ଭାଙ୍ଗି ଘରେ ପଶିଲେ, ଆକ୍ରମଣ କରି ଲୁଟିଲେ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଝରକା ଭାଙ୍ଗି ଦୁର୍ବୃତ୍ତମାନେ ଘରେ ପଶିବା ପରେ ମାରଣାସ୍ତ୍ର ଦେଖାଇ ସମସ୍ତଙ୍କୁ ଗୋଟିଏ ଘରେ ପୂରାଇ କଳାକନା ବୁଲାଇ ଦେଲେ। ଗତକାଲି ରାତିରେ ଏପରି ଘଟଣା ବ୍ରହ୍ମପୁର ଟାଉନ୍‌ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ଏପର୍ଯ୍ୟନ୍ତ ଦୁର୍ବୃତ୍ତଙ୍କ ପାଖରେ ପୁଲିସ ପହଞ୍ଚି ପାରିନି। ପୂରା ଘଟଣା ଏମିତି। ଗତକାଲି ରାତିରେ ବିଜୟ ବିହାର ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର […]

daring-burglary-in-berhampur-by-unidentified-criminals

Manoranjan Sial
  • Published: Tuesday, 02 July 2019
  • , Updated: 02 July 2019, 05:45 PM IST

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଝରକା ଭାଙ୍ଗି ଦୁର୍ବୃତ୍ତମାନେ ଘରେ ପଶିବା ପରେ ମାରଣାସ୍ତ୍ର ଦେଖାଇ ସମସ୍ତଙ୍କୁ ଗୋଟିଏ ଘରେ ପୂରାଇ କଳାକନା ବୁଲାଇ ଦେଲେ। ଗତକାଲି ରାତିରେ ଏପରି ଘଟଣା ବ୍ରହ୍ମପୁର ଟାଉନ୍‌ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ଏପର୍ଯ୍ୟନ୍ତ ଦୁର୍ବୃତ୍ତଙ୍କ ପାଖରେ ପୁଲିସ ପହଞ୍ଚି ପାରିନି।

ପୂରା ଘଟଣା ଏମିତି। ଗତକାଲି ରାତିରେ ବିଜୟ ବିହାର ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ଏମ.କନକ ରାଜୁ ଘରେ ଶୋଇଥିଲେ। ରାତି ପ୍ରାୟ ୩ଟା ହେବ। କେତେକ ଦୁର୍ବୃତ୍ତ ମୁହଁରେ କଳା କପଡ଼ା ଘୋଡ଼ାଇ ଝରକା ଭାଙ୍ଗି ତାଙ୍କ ଘରେ ପଶିଥିଲେ। ତେବେ ରାଜୁଙ୍କ ପରିବାର ଲୋକେ ଉଠିପଡ଼ିବାରୁ ଦୁର୍ବୃତ୍ତମାନେ ଛୁରା ଦେଖାଇ ସେମାନଙ୍କୁ ଭୟଭୀତ କରାଇବା ସହିତ ମୋବାଇଲ ଛଡ଼ାଇ ନେଇଥିଲେ। ଏପରିକି ସେମାନେ ପିନ୍ଧିଥିବା ସୁନା ଅଳଙ୍କାର, ଆଲ୍‌ମିରାରେ ଥିବା ଅଳଙ୍କାର ଓ ନଗଦ ୧୫ ହଜାରରୁ ଅଧିକ ଟଙ୍କା ଲୁଟି ନେଇଥିଲେ। ଲୁଟ୍‌ ହୋଇଥିବା ଅଳଙ୍କର ଓଜନ ୧୦ ଭରିରୁ ଅଧିକ ହେବ। ଲୁଟ ସମୟରେ ଶ୍ରୀ ରାଜୁ ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ।

ଶେଷରେ ଦୁର୍ବୃତ୍ତମାନେ ଶ୍ରୀ ରାଜୁ ଓ ତାଙ୍କ ପରିବାର ଲୋକଙ୍କୁ ଗୋଟିଏ ଘରେ ପୂରାଇ ବାହାର ପଟରୁ ତାଲା ପକାଇ ଦେଇଥିଲେ। ତେବେ ବହୁ କଷ୍ଟରେ ପରିବାର ଲୋକେ କବାଟ ଭାଙ୍ଗି ଘରୁ ବାହାରିଥିଲେ। ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସେହିପରି ଆଉ ଗୋଟିଏ ଲୁଟ୍‌ ବଡ଼ବଜାର ଥାନା ଅନ୍ତର୍ଗତ ହରିଡ଼ାଖଣ୍ଡି ରାସ୍ତାରେ ଘଟିଛି। ଦୁଇ ଜଣେ ଯୁବକ ଏକ ବାଇକରେ ଆସି ଜଣେ ବ୍ୟକ୍ତିଙ୍କଠାରୁ ୧ ଲକ୍ଷ ୭୦ ହଜାର ଟଙ୍କା ଝାମ୍ପି ନେଇ ଯାଇଥିଲେ। ଏନେଇ ମଧ୍ୟରେ ଥାନାରେ ଅଭିଯୋଗ ହୋଇଛି। ହେଲେ ଏପର୍ଯ୍ୟନ୍ତ ପୁଲିସ ଲୁଟେରାଙ୍କୁ ଧରିବାରେ ସଫଳ ହୋଇନି।

Related story