ଦଶପଲ୍ଲା:  ଡବଲ ମର୍ଡର ଘଟଣା, ୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ଦଶପଲ୍ଲା:   ୨୦୧୦ ମସିହାରେ ଗୁଣିଆ ସନ୍ଦେହ କରି ନୟାଗଡ଼ ଦଶପଲ୍ଲା କୟାଁଡିହ ଗାଁରେ ଘଟିଥିବା ଡ଼ବଲ ମର୍ଡର ଘଟଣାର ରାୟ ପ୍ରକାଶ ପାଇଛି । ୭ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ନୟାଗଡ଼ ଜିଲ୍ଲା ଓ ଦୌରାଜଜ୍। ଏହି ଘଟଣାରେ ୩ ଜଣ ଖଲାସ ହୋଇଛନ୍ତି। ଘଟଣାରେ ଆର୍ତ୍ତ ନାୟକ, କବି ନାୟକ, ରବିନାୟକ ଓ ସୌରୀ ନାୟକଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କ। ଜୋରିମାନା କରିଛନ୍ତି ନୟାଗଡ଼ […]

vlcsnap-2015-06-30-08h44m07s133

Rakesh Mallick
  • Published: Tuesday, 30 June 2015
  • , Updated: 30 June 2015, 03:21 AM IST

ଦଶପଲ୍ଲା:   ୨୦୧୦ ମସିହାରେ ଗୁଣିଆ ସନ୍ଦେହ କରି ନୟାଗଡ଼ ଦଶପଲ୍ଲା କୟାଁଡିହ ଗାଁରେ ଘଟିଥିବା ଡ଼ବଲ ମର୍ଡର ଘଟଣାର ରାୟ ପ୍ରକାଶ ପାଇଛି । ୭ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ନୟାଗଡ଼ ଜିଲ୍ଲା ଓ ଦୌରାଜଜ୍। ଏହି ଘଟଣାରେ ୩ ଜଣ ଖଲାସ ହୋଇଛନ୍ତି। ଘଟଣାରେ ଆର୍ତ୍ତ ନାୟକ, କବି ନାୟକ, ରବିନାୟକ ଓ ସୌରୀ ନାୟକଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କ। ଜୋରିମାନା କରିଛନ୍ତି ନୟାଗଡ଼ ଜିଲ୍ଲା ଓ ଦୌରାଜଜ୍ । ୨୦୧୦ ଅଗଷ୍ଟ ୧୨ ତାରିଖରେ କୟାଁଡିହ ଗାଁରେ ଦେବରାଜ ମାଝି ଓ ପତ୍ନୀ ଲଳିତା ମାଝି ଜମିରେ ଚାଷ କରୁଥିବାବେଳେ ସଙ୍ଘବଦ୍ଧ ଆକ୍ରମଣ କରି ଅତି ନିର୍ମମଭାବେ ଏହି ଦମ୍ପତିଙ୍କୁ ହତ୍ୟା କରାଯାଇଥିଲା। ଗିରଫ ପରେ ସମସ୍ତ ଦୋଷୀଙ୍କୁ ନୟାଗଡ଼ ଉପକାରାଗାରକୁ ପଠାଇ ଦିଆଯାଇଛି।

Related story