ଡିଏଭି ଛାତ୍ରୀ ତାନିଆ ବାନାର୍ଜୀ ଆତ୍ମହତ୍ୟା ମାମଲା: କେହି ଉସକାଇ ଥିଲା ନା ଆଉ କିଛି ରହିଛି ରହସ୍ୟ
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାହିଁକି ଜୀବନ ହାରିଲେ ଡିଏଭି ଛାତ୍ରୀ ତାନିଆ ବାନାର୍ଜୀ? ଆତ୍ମହତ୍ୟା କରିବାକୁ ତାଙ୍କୁ କିଏ ଉସୁକାଇ ଥିଲା କି ? ରାଜଧାନୀର ଡିଏଭି ମ୍ୟାନେଜମେଣ୍ଟ ସ୍କୁଲ୍ ଛାତ୍ରୀଙ୍କ ଆତ୍ମହତ୍ୟା ଉପରୁ ପରଦା ହଟାଇବାକୁ କମିଶନରେଟ୍ ପୋଲିସ୍ ଏପରି ପ୍ରଶ୍ନର ଖଇଅକୁ ନେଇ ଚଳାଇଛି ତନାଘନା। ୧୦ଜଣ ହଷ୍ଟେଲ୍ ଅନ୍ତେବାସିନୀ, ହଷ୍ଟେଲ ଓ୍ୱାର୍ଡେନ୍ ଓ ସିକ୍ୟୁରିଟ ଗାର୍ଡଙ୍କ ବୟାନ ରେକର୍ଡ କରିଛି। ଏହାସହ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ଆଇପିସିର ଧାରା ୩୦୬ ଅର୍ଥାତ ଆତ୍ମହତ୍ୟା ପାଇଁ ଉସକାଇବା ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି।
କାହିଁକି ଶେଷ ରାସ୍ତାକୁ ବାଛିନେଲେ ତାନିଆ ? ଲଜ୍ଜା, ଅପମାନକୁ ସହି ପାରିଲେ ନାହିଁ କି ବିକମ୍ର ଏହି ଛାତ୍ରୀ ଉତ୍ତର ଧରିବାକୁ ଭୁବନେଶ୍ୱର ଡିଏଭି ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟରେ ପ୍ରଶ୍ନର ଜାଲ ବିଛାଇଛି କମିଶନରେଟ୍ ପୋଲିସ୍। କ୍ୟାପିଟାଲ୍ ଥାନାର ୫ଜଣିଆ ସ୍ପେଶାଲ୍ ଟିମ୍ ହଷ୍ଟେଲ୍ରେ ପହଞ୍ଚି ଆରମ୍ଭ କରିଛି ତନାଘନା। କେବଳ କସମେଟିକ୍ସ କଳି ନୁହେଁ ବିଭିନ୍ନ ଦିଗରୁ ଆରମ୍ଭ ହୋଇଛି ତଦନ୍ତ। ତାନିଆଙ୍କ ମୋବାଇଲ୍ କଲ ଡିଟେଲସ୍କୁ ହାସଲ କରିବା ସହ ବୟାନ ରେକର୍ଡ କରିଛି।
କମିଶନରେଟ୍ ପୋଲିସ୍ ହଷ୍ଟେଲରେ କରିଥିଲା ଏମିତି କିଛି ପ୍ରଶ୍ନ…
ସହପାଠୀ- ୧
୧- ତୁମ ପ୍ରସାଧନ ସାମଗ୍ରୀ ଚୋରୀ କରିଥିଲେ କି ତାନିଆ?
୨- ଚୋରୀ ଅଭିଯୋଗରେ ତୁମେ ତାନିଆଙ୍କୁ ଅପମାନିତ କରିଥିଲ କି ?
ସହପାଠୀ- ୨
୧- କେବେ ଠାରୁ ତୁମ ଭିତରେ ଏ କଳି ଚାଲିଥିଲା ?
୨- ଏହି କଳି ସଂପର୍କରେ ତୁମେ କାହାକୁ ଜଣାଇଥିଲ କି ?
ହଷ୍ଟେଲ୍ ଓ୍ୱାର୍ଡନ ଶକ୍ତୁନ୍ତଳା ମହାପାତ୍ର
୧- ହଷ୍ଟେଲ୍ ପିଲାଙ୍କ ଭିତରେ କସମେଟିକ୍ସ ଚୋରୀକୁ ନେଇ ବିବାଦ ସଂପର୍କରେ ଅବଗତ ଥିଲେ କି ?
୨- ତାନିଆ ଏନେଇ ଆପଣଙ୍କୁ କିଛି ଜଣାଇଥିଲା କି ?
୩- ତାନିଆର ପରିବାର ଲୋକଙ୍କୁ ଏନେଇ ଜଣାଇଥିଲେ କି ?
ସିକ୍ୟୁରିଟ ଗାର୍ଡ
୧- ହଷ୍ଟେଲ୍ରେ ପିଲାଙ୍କ ଭିତରେ ଗଣ୍ଡୋଗଳ ସଂପର୍କରେ କିଛି ସୁରାଗ୍ ପାଇଥିଲେ କି ?
୨- ରୁମ୍ ଭିତରୁ କେବେ କିଛ ଉଚବାଚର ଆୱାଜ ଶୁଣିଛନ୍ତି କି ?
ସେପଟେ ହଷ୍ଟେଲ ଭିତରେ ଲୁଚି ରହିଥିବା ରହସ୍ୟ ପଦାକୁ ଆଣିବାକୁ କଲେଜ୍ କର୍ତ୍ତୃପକ୍ଷ ମଧ୍ୟ ଗଠନ କରିଛନ୍ତି ଇଣ୍ଟରନାଲ୍ କମିଟି। ଜାଣିବାକୁ ଚେଷ୍ଟା କରୁଛନ୍ତି, ଜଣେ ମେଧାବୀ ଛାତ୍ରୀର ମୃତ୍ୟୁର କାରଣ କ’ଣ ? କସମେଟିକ୍ସ ଚୋରୀକୁ ନେଇ ଯେ, ହଷ୍ଟେଲ୍ରେ ଆଲୋଚନା ଚାଲିଥିଲା ସେନେଇ ଏହି କମିଟି ପାଇଛି ସୁରାଗ୍।
ତାନିଆ ଆତ୍ମହତ୍ୟା ଘଟଣାର ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ମାନବାଧିକାର କମିଶନଙ୍କ ନିକଟରେ ପିଟିସନ୍ ଦାଖଲ କରିଛନ୍ତି ସୂଚନାଧିକାର କର୍ମୀ ପ୍ରଦୀପ ନାୟକ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।