ରେଳଧାରଣାରୁ ଯୁବକ,ଯୁବତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଥାନା ଅନ୍ତର୍ଗତ କୁମଣ୍ଡ ନିକଟ ରେଲୱେ ଲାଇନ୍‌ରୁ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ଟ୍ରେନ୍‌ରେ କଟି ସେମାନଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ମୃତ ଯୁବକ ଜଣଙ୍କ ବଅଁରପାଳର ଚଉରିଡ଼ିହ ଗାଁର ରାଜୁ ସାହୁଙ୍କ ପୁଅ ବିଭୂତି ବୋଲି ଜଣାପଡ଼ିଛି। ତେବେ ଯୁବତୀଙ୍କ ପରିଚୟ ମିଳି ପାରି ନାହିଁ। ବିଭୂତି କିଛି ବର୍ଷ ହେବ ତାଙ୍କ ଗାଁକୁ ଯାଉ ନଥିଲେ। ସେ କୁମଣ୍ଡରେ […]

track

Jitendra Garnayak
  • Published: Saturday, 18 May 2019
  • , Updated: 18 May 2019, 03:58 PM IST

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଥାନା ଅନ୍ତର୍ଗତ କୁମଣ୍ଡ ନିକଟ ରେଲୱେ ଲାଇନ୍‌ରୁ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ଟ୍ରେନ୍‌ରେ କଟି ସେମାନଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।

ମୃତ ଯୁବକ ଜଣଙ୍କ ବଅଁରପାଳର ଚଉରିଡ଼ିହ ଗାଁର ରାଜୁ ସାହୁଙ୍କ ପୁଅ ବିଭୂତି ବୋଲି ଜଣାପଡ଼ିଛି। ତେବେ ଯୁବତୀଙ୍କ ପରିଚୟ ମିଳି ପାରି ନାହିଁ।

ବିଭୂତି କିଛି ବର୍ଷ ହେବ ତାଙ୍କ ଗାଁକୁ ଯାଉ ନଥିଲେ। ସେ କୁମଣ୍ଡରେ ତାଙ୍କ ମାମୁଙ୍କ ଘରେ ରହୁଥିଲେ। ହେଲେ ଗତକାଲି ସନ୍ଧ୍ୟାରେ ସେ ଏକ ବାଇକ୍‌ରେ ରେଲୱେ ଓଭରବ୍ରିଜ୍‌ ଉପରେ ଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଆଜି ବି ବାଇକ୍‌ଟି ଓଭରବ୍ରିଜ୍ ଉପରେ ଥିଲା।

ଆଜି ସକାଳେ ଓଭରବ୍ରିଜ୍‌ ଠାରୁ କିଛି ଦୂରରେ ରେଳ ଧାରଣା ଉପରେ ତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ତା’ସହିତ ଉକ୍ତ ଯୁବତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ମଧ୍ୟ ସେଠାରେ ପଡ଼ିଥିଲା। ବିଭୂତିଙ୍କୁ ଚିହ୍ନିପାରି ଲୋକେ ତାଙ୍କ ସମ୍ପର୍କୀୟମାନଙ୍କୁ ଖବର ଦେଇଥିଲେ। ତାଙ୍କ ପରିବାର ଲୋକେ ମୃତଦେହକୁ ଚିହ୍ନଟ କରି ଅନୁଗୋଳ ଥାନାକୁ ଖବର ଦେଇଥିଲେ।

ଜିଆର୍‌ପି ଓ ଅନୁଗୋଳ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛି। ଉଭୟଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପ୍ରାଥମିକ ତଦନ୍ତରୁ ସେମାନେ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି।

Related story