ଘରୋଇ କଳହର କରୁଣ ପରିଣତି: ବିଷ ପିଇ ସ୍ୱାମୀସ୍ତ୍ରୀଙ୍କ ଆତ୍ମହତ୍ୟା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଏନଏମ ପଡ଼ିଆ ନିକଟରେ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳହରୁ ସ୍ୱାମୀ ସ୍ତ୍ରୀ ବିଷପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତକ ହେଲେ ସୁବଳ ଚନ୍ଦ୍ର ଗିରି ଓ ତାଙ୍କ ପତ୍ନୀ ମାମୁନି।  ମାମୁନିଙ୍କ ସ୍ୱାମୀ କୋଲକାତାରେ ରହନ୍ତି। ହେଲେ ମାମୁନି କିଛି ଦିନ ହେଲା ତାଙ୍କ ବାପ ଘରେ ରହୁଥିଲେ।  ସ୍ୱାମୀ ଘରକୁ ଆସିଥିବା ଖବର ପାଇ ଗତକାଲି ମାମୁନିଙ୍କୁ ତାଙ୍କ ବାପ ଘର ଲୋକେ ଆଣି ଶ୍ୱଶୁର […]

mm

Rakesh Mallick
  • Published: Wednesday, 09 August 2017
  • , Updated: 09 August 2017, 10:22 AM IST

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଏନଏମ ପଡ଼ିଆ ନିକଟରେ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳହରୁ ସ୍ୱାମୀ ସ୍ତ୍ରୀ ବିଷପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତକ ହେଲେ ସୁବଳ ଚନ୍ଦ୍ର ଗିରି ଓ ତାଙ୍କ ପତ୍ନୀ ମାମୁନି।  ମାମୁନିଙ୍କ ସ୍ୱାମୀ କୋଲକାତାରେ ରହନ୍ତି। ହେଲେ ମାମୁନି କିଛି ଦିନ ହେଲା ତାଙ୍କ ବାପ ଘରେ ରହୁଥିଲେ।  ସ୍ୱାମୀ ଘରକୁ ଆସିଥିବା ଖବର ପାଇ ଗତକାଲି ମାମୁନିଙ୍କୁ ତାଙ୍କ ବାପ ଘର ଲୋକେ ଆଣି ଶ୍ୱଶୁର ଘର ଛାଡି ଦେଇଥିଲେ।

ଗତକାଲି ରାତିରେ ଘରେ ସ୍ୱାମୀସ୍ତ୍ରୀ ଖାଇପିଇ ଶୋଇଥିବା ବେଳେ ‌ଆଜି ସକାଳୁ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନି‌ଆଯାଇଥିଲା। ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

 

 

Related story