ରବୀନ୍ଦ୍ରଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର

ଆସିକା (ମନୋଜ ମୁନି): ଗଞ୍ଜାମ ଜିଲ୍ଲା ହରଣପଦର ପଞ୍ଚାୟତ ନିକଟରେ ଥିବା ମାଗୁରା ପାହାଡ଼ ନିକଟରୁ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ରବୀନ୍ଦ୍ର ନାୟକ (୨୮)। ତାଙ୍କ ଘର ଭେଙ୍କଟରାଇପଲ୍ଲୀ ଗାଁର ବୋଲି ଜଣାପଡ଼ିଛି। ରବୀନ୍ଦ୍ରଙ୍କ ମୃତଦେହ ନିକଟରେ ତାଙ୍କ ମଟର ସାଇକେଲ୍‌ ପଡ଼ିଛି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ଘଟଣାସ୍ଥଳରେ ରକ୍ତ ଭିଜା ପଥର ଖଣ୍ଡ ମଧ୍ୟ ପଡ଼ି ରହିଛି। ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। […]

deadbody

Jitendra Garnayak
  • Published: Saturday, 19 January 2019
  • , Updated: 19 January 2019, 09:43 AM IST

ଆସିକା (ମନୋଜ ମୁନି): ଗଞ୍ଜାମ ଜିଲ୍ଲା ହରଣପଦର ପଞ୍ଚାୟତ ନିକଟରେ ଥିବା ମାଗୁରା ପାହାଡ଼ ନିକଟରୁ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ରବୀନ୍ଦ୍ର ନାୟକ (୨୮)। ତାଙ୍କ ଘର ଭେଙ୍କଟରାଇପଲ୍ଲୀ ଗାଁର ବୋଲି ଜଣାପଡ଼ିଛି।

ରବୀନ୍ଦ୍ରଙ୍କ ମୃତଦେହ ନିକଟରେ ତାଙ୍କ ମଟର ସାଇକେଲ୍‌ ପଡ଼ିଛି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ଘଟଣାସ୍ଥଳରେ ରକ୍ତ ଭିଜା ପଥର ଖଣ୍ଡ ମଧ୍ୟ ପଡ଼ି ରହିଛି। ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ମୃତ୍ୟୁ କାରଣ ସ୍ପଷ୍ଟ ହୋଇନାହିଁ। ଶବ ବ୍ୟବଚ୍ଛେଦ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

ପୁଲିସ୍‌ ଘଟଣାର ତଦନ୍ତ କରୁଛି।

Related story