ଭଉଣୀ ବାହାଘର ପାଇଁ ଟଙ୍କା ଯୋଗାଡ଼ କରିବାକୁ ଯାଇଥିଲେ; ଶବ ହୋଇ ଫେରିଲେ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଆସନ୍ତା ମାର୍ଚ୍ଚ ମାସରେ ମଝିଆଁ ଭଉଣୀର ବାହାଘର ସ୍ଥିର ହୋଇଥିଲା। ବାହାଘରର ସମସ୍ତ ଦାୟିତ୍ୱ ଥିଲା ତାଙ୍କ ଉପରେ। ବାହାଘର ପାଇଁ ଟଙ୍କା ଦରକାର ଥିଲା। ଟଙ୍କା ପାଇଁ ସେ ସୁଦୂର ତାମିଲନାଡୁର ତିରୁପୁରକୁ ଦାଦନ ଖଟିବାକୁ ଯାଇଥିଲେ। ପ୍ରାୟ ଏକ ବର୍ଷ ଧରି ସେ ସେଠାରେ କାମ କରିଥିଲେ ଓ ଟଙ୍କା ଯୋଗାଡ଼ କରିଥିଲେ। ସେହି ଟଙ୍କା ଧରି ସେ ଗାଁକୁ ଫେରୁଥିଲେ। କିନ୍ତୁ ଗାଁକୁ ସେ ଜୀବିତ ଫେରି ପାରିଲେ ନାହିଁ। […]

labour

labour

Rakesh Mallick
  • Published: Thursday, 22 February 2018
  • Updated: 22 February 2018, 04:58 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଆସନ୍ତା ମାର୍ଚ୍ଚ ମାସରେ ମଝିଆଁ ଭଉଣୀର ବାହାଘର ସ୍ଥିର ହୋଇଥିଲା। ବାହାଘରର ସମସ୍ତ ଦାୟିତ୍ୱ ଥିଲା ତାଙ୍କ ଉପରେ। ବାହାଘର ପାଇଁ ଟଙ୍କା ଦରକାର ଥିଲା। ଟଙ୍କା ପାଇଁ ସେ ସୁଦୂର ତାମିଲନାଡୁର ତିରୁପୁରକୁ ଦାଦନ ଖଟିବାକୁ ଯାଇଥିଲେ। ପ୍ରାୟ ଏକ ବର୍ଷ ଧରି ସେ ସେଠାରେ କାମ କରିଥିଲେ ଓ ଟଙ୍କା ଯୋଗାଡ଼ କରିଥିଲେ। ସେହି ଟଙ୍କା ଧରି ସେ ଗାଁକୁ ଫେରୁଥିଲେ। କିନ୍ତୁ ଗାଁକୁ ସେ ଜୀବିତ ଫେରି ପାରିଲେ ନାହିଁ। ଗାଁକୁ ଫେରିଥିଲା ତାଙ୍କ ଶବ। ଏମିତି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ବାବୁପାଲି ଗାଁରେ। ମୃତ ଯୁବକଙ୍କ ନାଁ ବିନୟ ପ୍ରଧାନ (୨୯)। ତାଙ୍କ ବାପାଙ୍କ ନାଁ ଉସବ ପ୍ରଧାନ। ତିନି ଝିଅରେ ବିନୟ ଥିଲେ ତାଙ୍କର ଏକମାତ୍ର ପୁଅ।

ବାଟରେ କ’ଣ ଘଟିଲା?

ତାମିଲନାଡୁରୁ ଫେରୁଥିବା ବିନୟଙ୍କ ମୃତଦେହକୁ ଗତ ମଙ୍ଗଳବାର ସନ୍ଧ୍ୟାରେ ଦେଓଗାଁ-ବଲାଙ୍ଗିର ରେଳ ଷ୍ଟେସନ ମଝିରୁ ଉଦ୍ଧାର କରିଥିଲା ରେଳବାଇ ପୋଲିସ୍। ପ୍ରକୃତରେ କ’ଣ ହୋଇଥିଲା ତାଙ୍କ ସହ ତାହା ଜଣାପଡ଼ିନାହିଁ। ତେବେ ପରିବାର ଲୋକେ ସନ୍ଦେହ କରୁଛନ୍ତି, ଟଙ୍କା ପାଇଁ ଡକାୟତମାନେ ତାଙ୍କୁ ଟ୍ରେନ୍‌ରୁ ଠେଲି ଦେଇଛନ୍ତି।

ଆଠ ଘଣ୍ଟା ଧରି ପଡ଼ି ରହିଥିଲା ଶବ

ବିନୟଙ୍କ ପରିବାର ସହିତ ଯୋଗାଯୋଗ ହୋଇ ନ ପାରିବାରୁ ଆଠ ଘଣ୍ଟା ଧରି ଘଟଣାସ୍ଥଳରେ ପଡ଼ି ରହିଥିଲା ଶବ। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ପୁଅ ଗଲା, ଏବେ ବାପାମା’ଙ୍କୁ ଝିଅ ବାହାଘର ଚିନ୍ତା

ଟଙ୍କା ନେଇ ଆସୁଥିବା ପୁଅର ଜୀବନ ଚାଲିଗଲା। ଏକମାତ୍ର ପୁଅକୁ ହରାଇ ଏକପ୍ରକାର ବାକ୍‌ଶୂନ୍ୟ ହୋଇପଡ଼ିଥିବା ବାପାମା’ ଝିଅ ବାହାଘର କେମିତି କରିବେ ସେ ନେଇ ବି ଚିନ୍ତିତ ଅଛନ୍ତି। କାରଣ ପୁଅ ହିଁ ବାହାଘର ଟଙ୍କା ଯୋଗାଡ଼ କରିଥିଲା। ସେ ଟଙ୍କା ବି ତା’ପାଖରୁ ମିଳିନାହିଁ।

ଜିଆରପି କରୁଛି ତଦନ୍ତ

ବଲାଙ୍ଗିର ଜିଆରପି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ବିନୟଙ୍କ ମୃତଦେହ ହସ୍ତାନ୍ତର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story