ଡାକ୍ତରଖାନା ଟଏଲେଟ୍‌ରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗ ନିକଟସ୍ଥ ମହିଳା ଟଏଲେଟ୍‌ରୁ ଆଜି ସକାଳେ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଜଣେ ରୋଗୀଙ୍କ ସମ୍ପର୍କୀୟ ସକାଳେ ଶୌଚ ହେବାକୁ ଯାଇଥିବା ବେଳେ ପାଇଖାନାରେ ଭିତରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସେ ଡାକ୍ତରଖାନାରେ ନିୟୋଜିତ ସୁରକ୍ଷାକର୍ମଚାରୀଙ୍କୁ ସୂଚନା ଦେଇଥିଲେ। ଏହା ପରେ ସୁଇପର୍‌ଙ୍କ ସହାୟତାରେ ଶିଶୁର ମୃତଦେହକୁ ପାଇଖାନାରୁ ବାହାର କରାଯାଇଥିଲା। ଏ ଘଟଣା ନେଇ ସିଡିଏମ୍‌ଓ […]

6666,,,,,

6666,,,,,

Jyoshna Pradhan
  • Published: Monday, 10 June 2019
  • Updated: 10 June 2019, 12:16 PM IST

Sports

Latest News

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗ ନିକଟସ୍ଥ ମହିଳା ଟଏଲେଟ୍‌ରୁ ଆଜି ସକାଳେ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଜଣେ ରୋଗୀଙ୍କ ସମ୍ପର୍କୀୟ ସକାଳେ ଶୌଚ ହେବାକୁ ଯାଇଥିବା ବେଳେ ପାଇଖାନାରେ ଭିତରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସେ ଡାକ୍ତରଖାନାରେ ନିୟୋଜିତ ସୁରକ୍ଷାକର୍ମଚାରୀଙ୍କୁ ସୂଚନା ଦେଇଥିଲେ। ଏହା ପରେ ସୁଇପର୍‌ଙ୍କ ସହାୟତାରେ ଶିଶୁର ମୃତଦେହକୁ ପାଇଖାନାରୁ ବାହାର କରାଯାଇଥିଲା।
ଏ ଘଟଣା ନେଇ ସିଡିଏମ୍‌ଓ ଅଜୟ କୁମାର ବଇଠା ଘଟଣାର ଖୋଳତାଡ଼ କରିଛନ୍ତି। ଡାକ୍ତରଖାନାର ନର୍ସ ଓ ଅନ୍ୟ କର୍ମଚାରୀଙ୍କୁ ସେ ପଚରାଉଚରା କରିଛନ୍ତି।
ସେ କହିଛନ୍ତି,“ମୃତଦେହର ବ୍ୟବଚ୍ଛେଦ କରାଯିବ। କିଏ, କେଉଁ ପରିସ୍ଥିତିରେ ଶିଶୁର ମୃତଦେହ ପାଇଖାନା ଭିତରେ ପକାଇଲା, ତାହାର ତଦନ୍ତ କରାଯିବ। ତା’ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos