ନଅ ଦିନ ହେବ ନିଖୋଜ ଥିଲେ ନମିତା, ଆଜି ମିଳିଲା ମୃତଦେହ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ନଅ ଦିନ ହେବ ନିଖୋଜ ଥିବା ଜଣେ ମହିଳାଙ୍କ ମୃତଦେହ ଆଜି ତାଙ୍କ ଘର ପାଖରୁ ମିଳିଛି। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ପଳାଶପୁର ଗାଁରେ ଘଟିଛି ଏହି ଘଟଣା। ମୃତ ମହିଳାଙ୍କ ନାଁ ନମିତା ସାହୁ। ସୂଚନା ଅନୁଯାୟୀ, ନମିତା ନଅ ଦିନ ହେବ ଘରୁ କୁଆଡେ ପଳାଇ ଯାଇଥିଲେ। ପରିବାର ଲୋକ ବହୁତ ଖୋଜାଖୋଜି କରିଥିଲେ, ହେଲେ ତାଙ୍କୁ ପାଇ ନଥିଲେ। ଏନେଇ ତାଙ୍କ ସ୍ୱାମୀ ଥାନାରେ ମଧ୍ୟ […]

deadbody

Tapaswini Nayak
  • Published: Wednesday, 26 February 2020
  • , Updated: 26 February 2020, 01:23 PM IST

ବ୍ରହ୍ମପୁର (ଜଗନ୍ନାଥ ସାହୁ): ନଅ ଦିନ ହେବ ନିଖୋଜ ଥିବା ଜଣେ ମହିଳାଙ୍କ ମୃତଦେହ ଆଜି ତାଙ୍କ ଘର ପାଖରୁ ମିଳିଛି। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ପଳାଶପୁର ଗାଁରେ ଘଟିଛି ଏହି ଘଟଣା। ମୃତ ମହିଳାଙ୍କ ନାଁ ନମିତା ସାହୁ।

ସୂଚନା ଅନୁଯାୟୀ, ନମିତା ନଅ ଦିନ ହେବ ଘରୁ କୁଆଡେ ପଳାଇ ଯାଇଥିଲେ। ପରିବାର ଲୋକ ବହୁତ ଖୋଜାଖୋଜି କରିଥିଲେ, ହେଲେ ତାଙ୍କୁ ପାଇ ନଥିଲେ। ଏନେଇ ତାଙ୍କ ସ୍ୱାମୀ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ। ହେଲେ ତାଙ୍କ ସନ୍ଧାନ ମିଳି ନଥିଲା। କିନ୍ତୁ ଆଜି ସକାଳେ ନମିତାଙ୍କ ମୃତଦେହ ଘର ପାର୍ଶ୍ୱରେ ଥିବା ପଡ଼ିଆରେ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ସେମାନେ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ନମିତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

Related story